ETV Bharat / sports

Cricket World Cup 2023: ମ୍ୟାଚ ପୂର୍ବରୁ ଗୁଜୁରାଟୀ ଖାଦ୍ୟର ମଜା ନେଲେ ପାକିସ୍ତାନ ଖେଳାଳି

author img

By ETV Bharat Odisha Team

Published : Oct 14, 2023, 7:59 AM IST

ବିଶ୍ବକପରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଲଢେଇ । ଅହମ୍ମଦାବାଦରେ ଗୁଜୁରାଟୀ ଖାଦ୍ୟର ମଜା ନେଲେ ପାକ୍ ଖେଳାଳି । ଅଧିକ ପଢନ୍ତୁ

Pakistan player tasted some Gujarati food

ଅହମ୍ମଦାବାଦ: ଆଜି ବିଶ୍ବକପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରହିଛି । ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ପୁରା ବିଶ୍ବର ନଜର ରହିଛି ଆଜିର ମ୍ୟାଚ ଉପରେ । ଅପରାହ୍ନ 2ଟା ସମୟରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ବିସିସିଆଇ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମ୍ୟାଚ ଖେଳିବାକୁ ଶୁକ୍ରବାର ଭାରତ ଓ ପାକ୍ ଟିମ ଅହମ୍ମଦାଦରେରେ ପହଞ୍ଚି ଅଭ୍ୟାସ କରିଥିଲେ । ଆଜିର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅହମ୍ମବାଦରେ ପହଞ୍ଚି ଗୁଜୁରାଟୀ ଖାଦ୍ୟରେ ମଜା ନେଇଥିଲେ ପାକିସ୍ତାନୀ ଖେଳାଳି ।

ବିରିୟାନୀ, ଖାକ୍ରା ଏବଂ ଜଲେବିର ମଜା ନେଲେ ପାକ ଖେଳାଳି: ଭାରତ ଆସିବା ପରେ ଅଧିକାଂଶ ସମୟରେ ହାଇଦ୍ରାବାଦରେ ରୁହନ୍ତି ପାକିସ୍ତାନ ପ୍ଲେୟାର । ଅହମ୍ମଦାବାଦ ଆସିବା ପୂର୍ବରୁ ହାଇଦ୍ରାବାଦରେ ଜିଭିକେ ମଲ ବୁଲିବା ସହ ବିରିୟାନୀ ଖାଇଥିଲେ ପାକ ଖେଳାଳି । ଅନ୍ୟ ଦଳମାନଙ୍କ ମଧ୍ୟରୁ ପାକ ଦଳକୁ ଅଧିକ ସୁରକ୍ଷା ଦିଆଯାଉଛି । ଗତକାଲି ଅହମ୍ମବାଦରେ ପହଞ୍ଚିବା ପରେ ହାୟତ ରେଜେନ୍ସିରେ ଗୁଜୁରାଟୀ ଖାଦ୍ୟର ସ୍ବାଦ ଚାଖିଥିଲେ ଖେଳାଳି । ଖାକ୍ରା ଓ ଜିଲାପୀ ଖାଇଥିଲେ ପାକିସ୍ତାନ ଖେଳାଳି । ଆଜି ଭାରତ ବିପକ୍ଷରେ ପାକ ମ୍ୟାଚ ଖେଳିବା ପରେ ଆସନ୍ତାକାଲି ବେଙ୍ଗାଲୁରୁ ବାହାରିବେ । ଏଠାରେ ଗତକାଲି ବାବର ଆଜମ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ଭେଟିଥିଲେ ।

ଏହା ମଧ୍ଯ ପଢନ୍ତୁ-Cricket World Cup 2023: ୱିଲିୟମସନ୍‌-ଡେରାଇଲ୍‌ ମିଚେଲଙ୍କ ମ୍ୟାଚ୍‌ ବିଜୟୀ ପାଳି, ୮ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ବିଶ୍ବକପ ମ୍ୟାଚ କଭର ପାଇଁ 120 ଜଣ ପାକିସ୍ତାନୀ ସାମ୍ବାଦିକ ଭାରତ ଆସିବାରୁ ଭିସା ଆବେଦନ କରିଥିଲେ । ସେଥିମଧ୍ୟରେ ଆଇସିସି 65କୁ ଭିସାକୁ ଅନୁମୋଦନ କରିଥିଲା । କିନ୍ତୁ ସେଥିମଧ୍ୟରୁ 20 ଜଣଙ୍କ ଭିସା ଆବେଦନକୁ ସ୍ବୀକାର କରାଯାଇଛି । ପାକିସ୍ତାନୀ ସାମ୍ବାଦିକ ମ୍ୟାଚ୍ ପୂର୍ବରୁ ଅହମ୍ମବାଦରେ ପହଞ୍ଚିଛନ୍ତି । ଦୁଃଖର ବିଷୟ ଯେ, ଏପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ପ୍ରଶଂସକଙ୍କୁ ଭିସା ଦିଆଯାଇ ନାହିଁ । ପାକିସ୍ତାନର କୌଣସି ପ୍ରଶଂସକ ଆଜିର ମ୍ୟାଚ ନରେନ୍ଦ୍ର ମୋଦି ଷ୍ଡାଡିୟମରେ ଦେଖିପାରିବେ ନାହିଁ ।

ଭାରତ ପାକିସ୍ତାନ ମ୍ୟାଚକୁ ନେଇ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିରାପତ୍ତା ବ୍ୟବସ୍ଥା ପାଇଁ 11 ହଜାର ସୁରକ୍ଷାକର୍ମୀ ନିୟୋଜିତ କରାଯିବ । 7 ହଜାର ପୋଲିସ କର୍ମୀ ଓ 4 ହଜାର ହୋମଗାର୍ଡ ନିୟୋଜିତ ହେବେ । ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସଆରପିଏଫସ ଆଫଏଏଫ ଓ ଏନଏସଜିଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.