ETV Bharat / sports

ବିଶ୍ୱକପ ସ୍ୱପ୍ନ ଚୁରମାର ପରେ ଗାଭାସ୍କର ଖପ୍ପା, କହିଲେ ଭବିଷ୍ୟତରେ ପାଣ୍ଡ୍ୟା କ୍ୟାପଟେନ୍ - ସୁନୀଲ ଗାଭାସ୍କର

ଆଇସିସି ଇଭେଣ୍ଟରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ବରିଷ୍ଠ କ୍ରିକେଟର ଅବସର ଗ୍ରହଣ କରିବେ ଏବଂ ଦଳର ଦାୟିତ୍ବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯିବ ବୋଲି କହିଲେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର । ଅଧିକ ପଢନ୍ତୁ

ବିଶ୍ବକପ ସ୍ବପ୍ନ ଚୁରମାର ପରେ ଗାଭାସ୍କର ଖପ୍ପା, କହିଲେ ଭବିଷ୍ୟତରେ ପାଣ୍ଡ୍ୟା କ୍ୟାପଟେନ୍, କିଛି ସନ୍ୟାସ ନେବେ

author img

By

Published : Nov 11, 2022, 10:14 PM IST

ହାଇଦ୍ରାବାଦ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିବ ଟିମ୍ ଇଣ୍ଡିଆର କମାଣ । ଏନେଇ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଦମଦାର ପ୍ରଦର୍ଶନ ବଳରେ ଭାରତ ଟି୨୦ ବିଶ୍ବକପ ସେମିଫାଇନାଲ ଟିକଟ ହାତେଇଥିଲା । ସମସ୍ତଙ୍କର ଆଶା ରହିଥିଲା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରି ବିଶ୍ବକପ ହାତେଇବ । ହେଲେ କୋଟି କୋଟି ଭାରତୀୟଙ୍କ ସବୁ ଆଶା ଏବେ ଆଶାରେ ରହିଯାଇଛି । ସେମିଫାଇନାଲରେ ଭାରତର ଶୋଚନୀୟ ପରାଜୟ ପରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି, "ଆଇସିସି ଇଭେଣ୍ଟରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ବରିଷ୍ଠ କ୍ରିକେଟର ଅବସର ଗ୍ରହଣ କରିବେ । ଏବଂ ଦଳର ଦାୟିତ୍ବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯିବ ।"

ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକ ପାଳି ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପ୍ରଶଂସା କରିଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର । ସେ କହିଛନ୍ତି ପାଣ୍ଡ୍ୟା ଭବିଷ୍ୟତରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ସମ୍ଭାଳି ପାରନ୍ତି । ତାଙ୍କ ପାଖରେ ସେ ଦକ୍ଷତା ରହିଛି ।

ଏ ବାବଦରେ ସୁନୀଲ ଗାଭାସ୍କର କହିଛନ୍ତି, "ପାଣ୍ଡ୍ୟା ବର୍ଷ ୨୦୨୨ ଆଇପିଏଲ ସଂସ୍କରଣରେ ଗୁଜୁରାଟ ଟାଇଟନ୍ସର କମାଣ ସମ୍ଭାଳିଥିଲେ । ତାଙ୍କର ଏହି ପ୍ରଥମ ଏସାଇନମେଣ୍ଟରେ ନେତୃତ୍ବକୁ ଗୁରୁତ୍ବର ଭାବରେ ତୁଲାଇ ଟିମ୍‌କୁ ଆଇପିଏଲ ଟ୍ରଫି ଭେଟି ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୫ ମ୍ୟାଚରୁ ୪୪.୨୭ ଆଭରେଜରେ ଚାରୋଟି ଅର୍ଦ୍ଧଶତକ ସହିତ ୪୮୭ ରନ କରିଥିଲେ । ଏହା ସହିତ ସେ ଆଠଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ ।"

ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଷ୍ଟାର ସ୍ପର୍ଟସରେ କହିଛନ୍ତି, "ଦକ୍ଷତା ଥାଇ ମଧ୍ୟ ଭାରତ ଫାଇନାଲ ଟିକଟ୍ ହାତେଇବାରେ ବିଫଳ ରହିଲା । ତେବେ ଟିମ୍ ଇଣ୍ଡିଆର ଏହି ପରାଜୟକୁ ନେଇ ବିସ୍ତାର ଭାବରେ ବିଚାର କରାଯିବ । ଇଂଲଣ୍ଡଠାରୁ ୧୦ ୱିକେଟରେ ଶୋଚନୀୟ ପରାଜୟ ପରେ ଦଳର କିଛି ବରିଷ୍ଠ ଖେଳାଳି ସନ୍ୟାସ ନେବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର କମାଣ ସମ୍ଭାଳିବେ ।"

ନଭେମ୍ବର ୧୮ ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ଟି୨୦ ସିରିଜରେ ଭାରତ ପକ୍ଷରୁ ଅଧିନାୟକ ଭାର ସମ୍ଭାଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ଜୁନରେ ଖେଳାଯାଇଥିବା ଆୟରଲାଣ୍ଡ ବିପକ୍ଷରେ ମଧ୍ୟ ଅଧିନାୟକ ପଦ ସମ୍ଭାଳିଥିଲେ । ଆୟାରଲାଣ୍ଡ ବିପକ୍ଷରେ ଭାରତ ୨-୦ ରେ ଏହି ଟି୨୦ ସିରିଜ ହାତେଇଥିଲା । ଭାରତ ଇଂଲଣ୍ଡଠାରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୩ ବଲରୁ ୬୩ ବଲର ଧୂଆଁଧାର ଇନିଂସ ବଳରେ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେବାରେ ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ । ହେଲେ ଦୁର୍ଭାଗ୍ୟବଶତଃ ଟିମ୍ ଇଣ୍ଡିଆର ବୋଲିଂ ରଣନୀତି ଇଂଲଣ୍ଡ ଓପନରଙ୍କ ଆଗରେ ଫେଲ୍ ମାରିଥିଲେ । ଶେଷରେ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇ ୧୦ ୱିକେଟରେ ବଟଲର ବାହିନୀଠାରୁ ପରାସ୍ତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.