ETV Bharat / sports

IPL 2022: ଟୁର୍ନାମେଣ୍ଟରୁ ଓହରିଲେ ଗୁଜରାଟ ଟାଇଟାନ୍‌ସର ଜେସନ ରୟ - ଗୁଜରାଟ ଟାଇଟାନ୍‌ସ ଆଇପିଏଲ ଟିମ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ପୂର୍ବରୁ ନୂଆ ଟିମ ଭାବେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସକୁ(Gujarat Titans) ବଡ ଝଟ୍‌କା । ଇଂଲଣ୍ଡ ଓପନିଂ ବ୍ୟାଟ୍‌ର ଜେସନ ରୟ ଆଇପିଏଲ ୨୦୨୨ରୁ ଓହରି ଯାଇଛନ୍ତି । ଅଧିକ ପଢନ୍ତୁ

Gujarat Titans' batter Jason Roy pulls out of IPL 2022
IPL 2022: ଟୁର୍ନାମେଣ୍ଟରୁ ଓହରିଲେ ଗୁଜରାଟ ଟାଇଟାନ୍‌ସର ଜେସନ ରୟ
author img

By

Published : Mar 1, 2022, 4:41 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ପୂର୍ବରୁ ନୂଆ ଟିମ ଭାବେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ଗୁଜରାଟ ଟାଇଟାନ୍‌ସକୁ(Gujarat Titans) ବଡ ଝଟ୍‌କା । ଇଂଲଣ୍ଡ ଓପନିଂ ବ୍ୟାଟ୍‌ର ଜେସନ ରୟ ଆଇପିଏଲ ୨୦୨୨ରୁ ଓହରି ଯାଇଛନ୍ତି । ବେଙ୍ଗାଲୁରୁରେ ଅନୁଷ୍ଠିତ ମେଗା ଆଇପିଏଲ ନିଲାମରେ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କାରେ ରୟଙ୍କୁ କିଣି ଟିମରେ ସାମିଲ କରିଥିଲା ଗୁଜରାଟ ଟାଇଟାନ୍‌ସ ।

ଏହାମଧ୍ୟ ପଢନ୍ତୁ: ବାଜିଲା IPL ବିଗୁଲ: ମାର୍ଚ୍ଚ ୨୬ରୁ ଆରମ୍ଭ, ଖେଳାଯିବ ୭୪ ମ୍ୟାଚ

ନିଜ ପରିବାର ସହିତ ସମୟ ବିତାଇବାକୁ ଚାହାନ୍ତି ଓ ବାୟୋବବଲ ପରିବେଶରେ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ରୟ । ଏକ ଔପଚାରିକ ବିବୃତିରେ ରୟ ଟିମ ମ୍ୟାନେଜମେଣ୍ଟ ଓ କ୍ୟାପେଟ୍‌ନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ଉପରେ ଭରସା ଦେଖାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏଥସହ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ଟ୍ରଫି ବିଜେତା ହେବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଗୁଜରାଟ ଟାଇଟାନ୍‌ସ, ଆଇପିଏଲ ଖେଳାଳି ନିଲାମରେ ମହମ୍ମଦ ସାମି, ଜେସନ ରୟ ଓ ଲୋକି ଫର୍ଗୁସନଙ୍କ ଭଳି ଟି-୨୦ ସ୍ପେଶାଲିଷ୍ଟ ଷ୍ଟାର ଖେଳାଳିଙ୍କୁ କିଣି ଶକ୍ତିଶାଳୀ ଟିମ ପ୍ରସ୍ତୁତ କରିଛି । ସ୍କ୍ବାଡ୍‌ରେ ରାହୁଲ ତେୱାତିଆ, ବିଜୟ ଶଙ୍କର, ଡେଭିଡ ମିଲର, ରିଦ୍ଧିମାନ ଶାହାଙ୍କ ଭଳି ଖେଳାଳି ମଧ୍ୟ ରହିଛନ୍ତି । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ ଖାନ ଓ ଶୁଭମନ ଗିଲ୍‌ଙ୍କୁ ଚୟନ କରିଥିଲା ଫ୍ରାଞ୍ଚାଇଜ ।

ଆଇପିଏଲ ୨୦୨୨ ସଂସ୍କରଣ ମାର୍ଚ୍ଚ ୨୬ରୁ ମଇ ୨୯ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଏଥର ମୋଟ ୭୦ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ମୁମ୍ବାଇ ଓ ପୁନେର ୪ଟି ଅନ୍ତର୍ଜାତୀୟ ସ୍ତରୀୟ ଭେନ୍ୟୁରେ ଖେଳାଯିବାକୁ ସ୍ଥିତ ହୋଇଛି । ପ୍ଲେ-ଅଫ୍‌ ପର୍ଯ୍ୟାୟର ଭେନ୍ୟୁ ପରବର୍ତ୍ତୀ ସମୟରେ ଆଇପିଏଲ ପରିଚାଳନା ପରିଷଦ ଘୋଷଣା କରିବେ । ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ୍‌ ଓ ବ୍ରାବୋର୍ନୋ ଷ୍ଟାଡିୟମ(CCI) ଷ୍ଟାଡିୟମରେ ୧୫ଟି ମ୍ୟାଚ୍‌ ଖେଳାଯିବ । ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇରେ ୨୦ଟି ମ୍ୟାଚ୍‌ ଆୟୋଜନ ସହ ପୁନେର MCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍‌ ଖେଳାଯିବା ନେଇ ଯୋଜନା ରହିଛି ।

ସମସ୍ତ ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ-ଏ'ରେ ରହିଛନ୍ତି -ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ । ସେହିପରି ଗ୍ରୁପ ବି'ରେ ରହିଛନ୍ତି- ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍‌ସ ।

ଗୁଜୁରାଟ ଟାଇଟାନ୍ସ ସ୍କ୍ବାଡ୍‌: ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌), ଶୁଭମନ ଗିଲ୍‌, ରସିଦ ଖାନ, ମହମ୍ମଦ ସାମି, ଲୋକି ଫର୍ଗୁସନ, ଅଭିନବ ସଦରଙ୍ଗାନି, ରାହୁଲ ତେୱାତିଆ, ନୁର ଅହମ୍ମଦ, ଆର ସାଇ କିଶୋର, ଡୋମିନିକ ଡ୍ରାକ୍‌ସ, ଜୟନ୍ତ ଯାଦବ, ବିଜୟ ଶଙ୍କର, ଦର୍ଶନ ନାଲକାଣ୍ଡେ, ୟଶ ଦୟାଲ, ଅଲଜାରୀ ଜୋସେଫ, ପ୍ରଦୀପ ସଙ୍ଗୱାନ, ଡେଭିଡ ମିଲର, ରିଦ୍ଧିମାନ ଶାହା, ମାଥ୍ୟୁ ୱାଡେ, ଗୁରକିରତ ସିଂହ, ବରୁଣ ଆରୋନ, ବି ସାଇ ସୁଦର୍ଶନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.