ETV Bharat / sports

ICC Chairman: ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ ପୁଣି ଆଇସିସି ଅଧ୍ୟକ୍ଷ ନିର୍ବାଚିତ

author img

By

Published : Nov 12, 2022, 12:34 PM IST

Updated : Nov 12, 2022, 1:02 PM IST

ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ ଦ୍ବିତୀୟ ଥର ଆଇସିସି ଅଧ୍ୟକ୍ଷ ନିର୍ବାଚିତ । ନଭେମ୍ବର 2020ରେ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ମୁଖ୍ୟ ନିଯୁକ୍ତ ହୋଇଥିଲେ ।

greg barclay re elected as icc chairman
ICC Chairman: ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ ପୁଣି ଆଇସିସି ଅଧ୍ୟକ୍ଷ ନିର୍ବାଚିତ

ଦୁବାଇ: ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କେଲେଙ୍କୁ ICC ବୋର୍ଡ ସର୍ବସମ୍ମତିରେ ଦ୍ବିତୀୟ ଥର ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦର(ICC) ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି । ଶନିବାର ଏନେଇ ଅନ୍ତର୍ଜାତୀୟ କ୍ରିକେଟ ଗଭର୍ଣ୍ଣିଂ ପରିଷଦ ଘୋଷଣା କରିଛି । ନିର୍ବାଚନ ପ୍ରକ୍ରିୟାରୁ ତାଭେଙ୍ଗୱା ମୁକୁହଲାନି ଓହରିଯିବା ପରେ ବାର୍କଲେ ଅପ୍ରତିନ୍ଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଛନ୍ତି । ଫଳରେ ଦୁଇବର୍ଷ ପାଇଁ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ବାର୍କଲେ । ଦ୍ବିତୀୟ ଥର ଦୁଇବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ରହିବ ।

ICCର ଅଧ୍ୟକ୍ଷ ନିର୍ବାଚିତ ହେବାପରେ ବାର୍କଲେ କହିଛନ୍ତି, "ଦ୍ବିତୀୟ ଥର ଅଧ୍ୟକ୍ଷ ନିର୍ବାଚିତ ହେବା ସମ୍ମାନର ବିଷୟ । ସହଯୋଗ ପଇଁ ସମସ୍ତ ICC ନିର୍ଦ୍ଦେଶକ ମାନଙ୍କୁ କୃତଜ୍ଞତା ଜଣାଉଛି ।" କମର୍ସିଆଲ ଓକିଲ ଥିବା ଅକଲାଣ୍ଡର ବାର୍କଲେ ପୂର୍ବରୁ ବର୍ଷ ନଭେମ୍ବର 2020ରେ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ମୁଖ୍ୟ ନିଯୁକ୍ତ ହୋଇଥିଲେ । ପୂର୍ବରୁ ସେ ନ୍ୟୁଜିଲାଣ୍ଡ କ୍ରିକେଟ(NZC) ଓ ICC ପୁରୁଷ କ୍ରିକେଟ ବିଶ୍ବକପ 2015ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି ।

Last Updated : Nov 12, 2022, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.