ETV Bharat / sports

ଗ୍ଲେନ ମାକ୍ସୱେଲ ଦୁର୍ଘଟଣାର ଶିକାର, ଅନିର୍ଦ୍ଧିଷ୍ଟ କାଳ ପାଇଁ ଦଳରୁ ବାଦ ପଡିବେ

author img

By

Published : Nov 13, 2022, 9:29 PM IST

Updated : Nov 13, 2022, 10:06 PM IST

ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ମସଗୁଲ ଥିବା ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲଙ୍କ ଭାଙ୍ଗିଲା ଗୋଡ଼ । ଅନିର୍ଦ୍ଧିଷ୍ଟ କାଳ ପାଇଁ କ୍ରିକେଟ ମଇଦାନରେ ନଜର ଆସିବେ ନାହିଁ । ଅଧିକ ପଢନ୍ତୁ

glenn-maxwell-has-fractured-his-leg-in-a-freak-accident-at-a-friends-birthday-party
ଗ୍ଲେନ ମାକ୍ସୱେଲ ଆହତ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଦଳରୁ ବାଦ ପଡିଲେ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଆହତ ହୋଇଛନ୍ତି । ଯେଉଁ କାରଣରୁ ସେ ଅନିର୍ଦ୍ଧିଷ୍ଟ କାଳ ପାଇଁ କ୍ରିକେଟ ମଇଦାନରେ ନଜର ଆସିବେ ନାହିଁ । ଗ୍ଲେନ ମାକ୍ସୱେଲ ମେଲବର୍ଣ୍ଣରେ ତାଙ୍କର ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରୁ ଫେରିଥିଲେ । ଫେରିବା ରାସ୍ତାରେ ମାକ୍ସୱେଲ ଦୁର୍ଘଟଣାର ଶିକା ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ଗତକାଲି(ଶନିବାର) ମେଲବର୍ଣ୍ଣରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ୫୦ତମ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇଥିଲେ । ଜନ୍ମଦିନ ପାର୍ଟି ପରେ ମାକ୍ସୱେଲ ରାତିରେ ଫେରୁଥିବା ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କ ଗୋଡରେ ଗଭୀର ଭାବରେ ଆଘାତ ଲାଗିଛି । ଗ୍ଲେନ ମାକ୍ସୱେଲଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ଜଣା ପଡିଛି । ତେବେ ମାକ୍ସୱେଲଙ୍କ ତାଙ୍କ ଆହତ ସମସ୍ୟା କାରଣରୁ ଦଳରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାଦ ପଡିବେ ।

ନିକଟରେ ଅଷ୍ଟ୍ରେଲିଆ ଟି୨୦ ବିଶ୍ବକପ୍‌ରୁକ ସୁପର ୧୨ ପର୍ଯ୍ୟାୟରୁ ବିଦା ହୋଇଥିଲା । ଏହି ଟିମ୍‌ର ସଦସ୍ୟ ଥିଲେ ଗ୍ଲେନ୍‌ ମାକ୍ସୱେଲ । ଏହାପରେ ସେ ଗତ ଶନିବାର ଦୁର୍ଘଟଣାର ଶିକାର ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ସୂଚନା ଦେଇଛନ୍ତି ।

Last Updated : Nov 13, 2022, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.