ETV Bharat / sports

COVID-19 ସହ ଲଢେଇ ଠାରୁ ଫାଇନାଲ: 2022 U-19 ବିଶ୍ବକପରେ ଭାରତର ଯାତ୍ରା

author img

By

Published : Feb 5, 2022, 3:46 PM IST

ପୁଣି ଏକ 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ସଂସ୍କରଣର ଫାଇନାଲ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତର ପ୍ରଭାବୀ ପ୍ରଦର୍ଶନର ପରମ୍ପରା ବଜାୟ ରଖିଛନ୍ତି ୟଶ ଧୂଲ୍‌ଙ୍କ ଟିମ । COVID-19 ସଂକ୍ରମଣର ଶିକାର ହେବା ସତ୍ତ୍ବେ ବିଜୟୀ ପ୍ରଦର୍ଶନ ସହ ଆଉ ଏକ ବିଶ୍ବକପ ଟାଇଟେଲ ହାତେଇବାକୁ ଲକ୍ଷ୍ୟ ରହିଛି ଭାରତ । ଅଧିକ ପଢନ୍ତୁ

From battling COVID-19 to reaching final: India's journey at 2022 U-19 World Cup
COVID-19 ସହ ଲଢେଇ ଠାରୁ ଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ: 2022 U-19 ବିଶ୍ବକପରେ ଭାରତର ଯାତ୍ରା

ନୂଆଦିଲ୍ଲୀ: ପୁଣି ଏକ 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ସଂସ୍କରଣର ଫାଇନାଲ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଭାବୀ ପ୍ରଦର୍ଶନର ପରମ୍ପରା ବଜାୟ ରଖିଛନ୍ତି ୟଶ ଧୂଲ୍‌ଙ୍କ ଟିମ । COVID-19 ସଂକ୍ରମଣର ଶିକାର ହେବା ସତ୍ତ୍ବେ ବିଜୟୀ ପ୍ରଦର୍ଶନ ସହ ଆଉ ଏକ ବିଶ୍ବକପ ଟାଇଟେଲ ହାତେଇବାକୁ ଲକ୍ଷ୍ୟ ରହିଛି ଭାରତ ।

From battling COVID-19 to reaching final: India's journey at 2022 U-19 World Cup
ଭାରତ ବନାମ ଇଂଲଣ୍ଡ ୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ

ୟଶ ଧୂଲ୍‌ଙ୍କ ନେତୃତାଧୀନ ଭାରତୀୟ ଟିମ ଗତ ବୁଧବାର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ ରନ୍‌ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି । ଶନିବାର ଇଂଲଣ୍ଡ ସହ ଟିମ ଇଣ୍ଡିଆର ଫାଇନାଲ ଫାଇଟ୍‌ ରହିଛି । ଶନିବାରର ମୁକାବିଲା ଭାରତ ପାଇଁ କ୍ରମାଗତ ଚତୁର୍ଥ ୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ ହେବ । ପଞ୍ଚମ ଥର ପାଇଁ ବିଶ୍ବକପ ଟ୍ରଫି ଜିତିବା ଲକ୍ଷ୍ୟରେ ଆଣ୍ଟିଗୁଆର ସାର୍‌ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ପହଞ୍ଚିବ ଭାରତ । ତେବେ ଏହି ସଂସ୍କରଣର ଫାଇନାଲ ପର୍ଯ୍ୟନ୍ତ ଭାରତୀୟ ଟିମର ଯାତ୍ରା ସହଜ ନଥିଲା ।

ଭାରତୀୟ ୧୯ ବର୍ଷରୁ କମ କ୍ରିକେଟ ଟିମ

ଟିମର ଏକାଧିକ ଖେଳାଳି କୋଭିଡ ସଂକ୍ରମିତ ହେବା ପରେ ଚୁଡାନ୍ତ ଏକାଦଶ ଚୟନ କରିବା କଷ୍ଟକର ଥିଲା । ମାତ୍ର କିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତୀୟ ଟିମ ପୂର୍ବାପେକ୍ଷା ଅଧିକ ଦୃଢ ମନୋଭାବ ସହ ପ୍ରଦର୍ଶନ କରିଥିଲା । ଭାରତୀୟ ଟିମ ନିଜର ମଜବୁତ ବେଞ୍ଚ୍‌ ଷ୍ଟ୍ରେନ୍ଥ୍‌କୁ ପ୍ରମାଣିତ କରିବା ସହ ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜେୟ ରହିଛି ।

ଏହାମଧ୍ୟ ପଢନ୍ତୁ: ICC U19 World Cup: ଆଜି ଭାରତ-ଇଂଲଣ୍ଡ ଫାଇନାଲ ଟକ୍କର

ଚଳିତ ବିଶ୍ବକପ ଟୁର୍ନାମେଣ୍ଟ ଭାରତ ପାଇଁ ଦମଦାର ୫୫.୬୦ ଆଭରେଜରେ ୨୭୮ ରନ୍‌ ସହ ଓପନର ଅଙ୍ଗକ୍ରୀଷ ରଘୁବଂଶୀ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ରହିଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଉଗାଣ୍ଡା ବିପକ୍ଷରେ ୧୪୪ ରନ୍‌ର ମାରାଥନ ଇଂନିସ ଏଥିରେ ସାମିଲ ରହିଛି । ଅନ୍ୟପଟେ ବାମହାତୀ ସ୍ପିନର ଭିକି ଓସ୍ତୱାଲ ୧୦ୟ୭୫ ଆଭରେଜରେ ୧୨ଟି ୱିକେଟ ସହ ଟିମ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ।

ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପ୭ରେ ଓସ୍ତୱାଲ ୨୮ ରନରେ ୫ ୱିକେଟ ହାସଲ କରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେହିପରି ରାଜ ବାୱା ଭାରତ ପାଇଁ ଏହି ଟୁର୍ନାମେଣ୍ଟରେ ପ୍ରମୁଖ ମ୍ୟାଚ୍‌ ବିଜେତା ଖେଳାଳି ହୋଇଛନ୍ତି । ସେ ଉଗାଣ୍ଡା ବିପକ୍ଷରେ ୧୬୨ ରନ୍‌ର ଇଂନିସ ସମେତ ଟୁର୍ନାମେଣ୍ଟରେ ଏଯାବତ ୨୧୭ ରନ୍‌ ସଂଗ୍ରହ କରିସାରିଛନ୍ତି ।

ଭାରତର ଫାଇନାଲ ଯାତ୍ରା ଉପରେ ନଜର ପକାନ୍ତୁ:

ମ୍ୟାଚ୍‌ ୧ ବନାମ ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ ୟଶ ଧୂଲଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୨ ରନ୍‌ ବଳରେ ୨୩୨ ରନ୍‌ ସଂଗ୍ରହ କରିଥିଲା ଭାରତ । ଏହାପରେ ଦକ୍ଷିଣ ଆଫ୍ରିକା ଟିମ ମାତ୍ର ୧୮୭ ରନ୍‌ର ସୀମିତ ରହିଥିଲା । ଓସ୍ତୱାଲ ୫ଟି ଓ ଦ୍ରୁତ ବୋଲର ରାଜ ଅଙ୍ଗଦ ବାୱା ୪ଟି ୱିକେଟ ହାତେଇଥିଲେ ।

ମ୍ୟାଚ୍‌ ୨ ବନାମ ଆୟରଲାଣ୍ଡ

ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ଓପନର ରଘୁବଂଶୀ ଓ ହରନୁର ସିଂହଙ୍କ ଅର୍ଦ୍ଧଶତକୀୟ ଇଂନିସ ସହାୟତାରେ ୩୦୭ ରନ୍‌ ସଂଗ୍ରହ କରିଥିଲା ଭାରତ । ଜବାବରେ ଆୟରଲାଣ୍ଡ ମାତ୍ର ୧୩୩ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଫଳରେ ୧୭୪ ରନ୍‌ର ବଡ ବ୍ୟବଧାନରେ ଭାରତକୁ ବିଜୟ ମିଳିଥିଲା ।

ମ୍ୟାଚ୍‌ ୩ ବନାମ ଉଗାଣ୍ଡା

ଉଗାଣ୍ଡା ବିପକ୍ଷ ମ୍ୟାଚ୍‌ରେ ରାଜ ବାୱା ୧୬୨ ରନ୍‌ର ରେକର୍ଡବ୍ରେକିଂ ଇଂନିସ ଖେଳିଥିଲେ । ୧୯ ବର୍ଷରୁ କମ ବିଶ୍ବକପରେ ଜଣେ ଭାରତୀୟ ବ୍ୟାଟ୍‌ର ଭାବେ ବ୍ୟକ୍ତିଗତ ରନ୍‌ରେ ସେ ଶିଖର ଧାୱନଙ୍କ ରେକର୍ଡ ଭଙ୍ଗ କରିଥିଲେ । ଭାରତୀୟ ଟିମ ଏହି ମ୍ୟାଚ୍‌ରେ ବିଶାଳ ୪୦୫ ସ୍କୋର କରିଥିଲା । ବିରାଟ ଲକ୍ଷ୍ୟକୁ ପିଛା କରିଥିଲା ଉଗାଣ୍ଡା ମାତ୍ର ୭୯ ରନ୍‌ କରିପାରିଥିଲା ଓ ୩୨୬ ରନ୍‌ର ରେକର୍ଡ ରନ୍‌ ବ୍ୟବଧାନରେ ଜିତିଥିଲା ଭାରତ ।

କ୍ବାର୍ଟର-ଫାଇନାଲ ବନାମ ବାଂଲାଦେଶ

ଏହି ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ରବି କୁମାରଙ୍କ ଘାତକ ବୋଲିଂ ଓ ୩ଟି ଶୀଘ୍ର ୱିକେଟ ଦଖଲ ପରେ ବାଂଲାଦେଶ ସଂଘର୍ଷ କରିଥିଲା । ଫଳରେ ମାତ୍ର ୧୧୧ ରନ୍‌ରେ ବାଂଲାଦେଶକୁ ସୀମିତ ରଖିବା ସହ ୩୦.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ୫ ୱିକେଟରେ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ ।

ସେମିଫାଇନାଲ ବନାମ ଅଷ୍ଟ୍ରେଲିଆ

ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କ୍ୟାପଟେନ ୟଶ ଧୂଲ୍‌ ଓ ଶୈଖ ରସିଦଙ୍କ ମଧ୍ୟ ତୃତୀୟ ୱିକେଟ ଯୋଡିରେ ରେକର୍ଡ ୨୦୪ ରନ୍‌ର ଭାଗିଦାରୀ ହୋଇଥିଲା । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ ହରା ୨୯୦ ରନ୍‌ ସଂଗ୍ରହ କରିଥିଲା । ଜବାବରେ କଙ୍ଗାରୁ ଟିମ ମାତ୍ର ୧୯୪ ରନ୍‌ କରିପାରିଥିଲା । ସ୍ପିନର ୭ଟି ୱିକେଟ ହାସଲ କରିବା ସହ ଭିକି ଓସ୍ତୱାଲ ୩ଟି ୱିକେଟ ହତେଇଥିଲେ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.