ETV Bharat / sports

WTC Final: କୋହଲି ଓ ପୂଜାରାଙ୍କୁ ଆଉଟ କରିବାକୁ ବଲ ଟାମ୍ପରିଂ ହୋଇଥିଲା କହିଲେ ପୂର୍ବତନ ପାକ୍‌ କ୍ରିକେଟର

author img

By

Published : Jun 10, 2023, 10:52 PM IST

ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ବଲ ଟାମ୍ପରିଂ ଅଭିଯୋଗ । ଭାରତ ପ୍ରଥମ ପାଳିରେ ବ୍ୟାଟିଂ କରୁଥିବା ବେଳେ ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ଅଷ୍ଟ୍ରେଲିଆ ବୋଲର ବଲ ଟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର୍‌ ବାସିତ୍‌ ଅଲ୍ଲୀ । ଅଧିକ ପଢ଼ନ୍ତୁ

ପୂର୍ବତନ ପାକ୍‌ କ୍ରିକେଟରଙ୍କ ଅଭିଯୋଗ
ପୂର୍ବତନ ପାକ୍‌ କ୍ରିକେଟରଙ୍କ ଅଭିଯୋଗ

ଲଣ୍ଡନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ ମ୍ୟାଚ୍‌ । ଉଭୟ ଦଳ ପ୍ରଥମ ଥର ପାଇଁ ଏହି ଟ୍ରଫି ହାତେଇବାକୁ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ପ୍ରଥମ ଦିନରୁ ହିଁ ଏହି ରେସ୍‌ରେ ଆଗରେ ରହିଛି କଙ୍ଗାରୁ ଦଳ । ତେବେ ଏହାରି ଭିତରେ ଫାଇନାଲ୍‌ ମ୍ୟାଚ୍‌ରେ ବଲ୍‌ ଟାମ୍ପରିଂ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର୍‌ ବାସିତ୍‌ ଅଲ୍ଲୀ । ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପୂର୍ବତନ ପାକ୍‌ କ୍ରିକେଟର୍‌ ବାସିତ୍‌ ଅଲ୍ଲୀ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ କହିଛନ୍ତି, "ଚେତେଶ୍ବର ପୂଜାରା ଓ ବିରାଟ କୋହଲିଙ୍କୁ ଆଉଟ୍‌ କରିବା ପାଇଁ ଅଷ୍ଟ୍ରେଲିଆ ବୋଲର୍‌ ମାନେ ବଲ ଟାମ୍ପରିଂ କରିଛନ୍ତି । ବଲ ଟାମ୍ପରିଂ କରିବାରୁ ହିଁ ପ୍ରଥମ ପାଳିରେ ପୂଜାରାଙ୍କୁ କାମେରନ ଗ୍ରୀନ ଓ କୋହଲିଙ୍କୁ ମିଚେଲ ଷ୍ଟାର୍କ ଆଉଟ କରିବାରେ ସଫଳ ହୋଇଥିଲେ ।" ତେବେ ଓଭାଲରେ ଖେଳାଯାଉଥିବା ଏଭଳି ବଡ଼ ମ୍ୟାଚ୍‌ରେ ଅନେକ ଭାରତୀୟ ଅଧିକାରୀ, କମେଣ୍ଟେଟର୍‌ ଓ ନିଜେ ଭାରତୀୟ ବ୍ୟାଟର ମୈଦାନ ମଧ୍ୟରେ ଥାଇ ମଧ୍ୟ ଅଷ୍ଟ୍ରେଲିଆ ଖେଳାଳୀଙ୍କ ଏଭଳି କାର୍ଯ୍ୟକୁ କେହି ଧ୍ୟାନ ନଦେବା ତାଙ୍କୁ ଚକିତ କରିଥିବା ସେ କହିଛନ୍ତି ।

ଭାରତ ପ୍ରଥମ ପାଳିରେ ବ୍ୟାଟିଂ କରୁଥିବା ବେଳେ ୧୫ରୁ ୧୮ ଓଭର ମଧ୍ୟରେ ବଲ ଟାମ୍ପରିଂ କରାଯାଇଛି ବୋଲି ନିଜ ୟୁଟ୍ୟବ୍‌ ଚ୍ୟାନେଲ୍‌ରେ ବାର୍ତ୍ତାଳାପ ସମୟରେ ବାସିତ୍‌ ଅଲ୍ଲୀ ଦାବି କରିଛନ୍ତି । ଯେଉଁ କାରଣରୁ ୧୮ ତମ ଓଭରରେ ବଲର ଆକାରରେ ପରିବର୍ତ୍ତନ ଆସିଥିବାରୁ ଅମ୍ପାୟାରଙ୍କ କହିବା ପରେ ବଲକୁ ପରିବର୍ତ୍ତନ କରାଯାଇଥିଲା । ଏନେଇ ବାସିତ୍‌ ଅଲ୍ଲୀ କହିଛନ୍ତି ଯେ ଏହା ପୂର୍ବରୁ ଅଷ୍ଟ୍ରେଲିୟ ଦଳ ବଲ ପରିବର୍ତ୍ତନ ହେବା ପୂର୍ବରୁ ଟାମ୍ପରିଂ କରି ବିରାଟ କୋହଲି ଓ ଚେତେଶ୍ବର ପୂଜାରାଙ୍କ ୱିକେଟ ହାସଲ କରିିଥିଲା ।

ତେବେ ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ଏଭଳି ମନ୍ତବ୍ୟକୁ ନେଇ ଅନ୍ୟ କାହାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ହେଲେ ଏହି ହାଇ ପ୍ରୋଫାଇଲ୍‌ ଫାଇନାଲ୍‌ ମ୍ୟାଚ୍‌ ସରିବା ପରେ ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିବା ଏକ ପ୍ରକାର ନିଶ୍ଚିତ । କାରଣ ମ୍ୟାଚ୍‌ ଜିତିବା ଆଶାରେ ପୂର୍ବରୁ ମଧ୍ୟ କଙ୍ଗାରୁ ଦଳ ଏଭଳି କାର୍ଯ୍ୟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.