ETV Bharat / sports

ଅଲମ୍ପିକ୍ସରେ ଯୋଗ ଦେଇଥିବା ଖେଳାଳିଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା - ଭାରତୀୟ ଅଲମ୍ପିଆନଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା

ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଅଲମ୍ପିଆନଙ୍କୁ ଶୁଭକାମନା ଜଣାଇଲେ ପୂର୍ବତନ ଓଡ଼ିଆ ଭାରତୀୟ କ୍ରିକେଟର ବା ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ ଶିବ ସୁନ୍ଦର ଦାସ । ଅଧିକ ପଢ଼ନ୍ତୁ...

ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା କ୍ରୀଡ଼ାବିତଙ୍କୁ ଶିବ ସୁନ୍ଦର ଦାସଙ୍କ ଶୁଭେଚ୍ଛା

author img

By

Published : Jul 21, 2021, 7:49 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଅଲମ୍ପିଆନଙ୍କୁ ଶୁଭକାମନା ଜଣାଇଲେ ପୂର୍ବତନ ଓଡ଼ିଆ ଭାରତୀୟ କ୍ରିକେଟର ବା ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ ଶିବ ସୁନ୍ଦର ଦାଶ । ଏକ ଭିଡିଓ ସୋସିଆଲ ମଡିଆରେ ସେୟାର କରି ଶିବ ସୁନ୍ଦର ଦାଶ ଏହି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଭିଡିଓକୁ ସେୟାର କରାଯାଇଛି ।

  • Good lucks flowing in for the Indian contingent!

    Former Odisha Ranji captain and coach, Indian test opener and current batting coach of the Indian women's cricket team, Shiv Sunder Das is all set to #Cheer4India at #TokyoOlympics.

    He wishes everyone good luck for the games! 👍 pic.twitter.com/KKHzAZn60Z

    — Odisha Sports (@sports_odisha) July 21, 2021 " class="align-text-top noRightClick twitterSection" data=" ">

ଭିଡିଓ ସେୟାର କରି ପୂର୍ବତନ ଓଡ଼ିଆ ଭାରତୀୟ କ୍ରିକେଟର ଶିବ ସୁନ୍ଦର ଦାଶ କହିଛନ୍ତି, "ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ କ୍ରିଡ଼ାବିତଙ୍କ ପାଇଁ ଆଜି ରାଜ୍ୟ ଗର୍ବିତ । ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆଶା କରୁଛି ସେମାନେ ପଦକ ଜିତି ଭାରତକୁ ଗୌବନ୍ବିତ କରିବେ ।"

ଭାରତ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ ଓ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଶିବ ସୁନ୍ଦର ଦାସ । ଟେଷ୍ଟ କ୍ୟାରିଅରରେ ସେ ୧୩୨୬ ରନ କରିଥିବା ବେଳେ ଦିନିକିଆରେ କେବଳ ୩୯ ରନ କରି ପାରିଛନ୍ତି । ଟେଷ୍ଟ କ୍ୟାରିଅରରେ ସେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି । ୨୦୦୨ ମସିହାରେ ସେ ଶେଷ ଥର ପାଇଁ ଭାରତ ପକ୍ଷରୁ କ୍ରିକେଟ ଖେଳିଥିଲେ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ଦାୟିତ୍ବରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.