ETV Bharat / sports

ଭାରତ ସହ ଅଷ୍ଟ୍ରେଲିଆ ଖେଳିବ ଫାଇନାଲ ମ୍ୟାଚ: ପୂର୍ବତନ କ୍ରିକେଟର

author img

By ETV Bharat Odisha Team

Published : Nov 16, 2023, 8:46 AM IST

ବିଶ୍ବକପ ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଭାରତୀୟ ଦଳ ବିଶ୍ବକପ ଟ୍ରଫି ହାତେଇବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତବୋଲର କର୍ଷନ ଘାବ୍ରି । ଅଧିକ ପଢ଼ନ୍ତୁ

Former Indian cricketer Karsan Ghavri
Former Indian cricketer Karsan Ghavri

ମୁମ୍ବାଇ: ଆଇସିସି ପୁରୁଷ ବିଶ୍ବକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଏଥିରେ ଭାରତ ବିଜୟୀ ହୋଇ ବିଶ୍ବକପ୍‌ ଟାଇଟେଲ ହାତେଇବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର କର୍ଷନ ଘାବ୍ରି । ପ୍ରଥମ ସେମି ଫାଇନାଲ ମ୍ୟାଚ ପୂର୍ବରୁ ଇଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଏପରି କହିଛନ୍ତି କର୍ଷନ ଗାବ୍ । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଫାଇନାଲ ମ୍ୟାଚ ଜିତିବ ବୋଲି କର୍ଷନ ଘାବ୍ରି ପ୍ରଥମ ସେମିଫାଇନାଲ୍‌ ମ୍ୟାଚ ପୂର୍ବରୁ ମତ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ଘରୋଇ ଗ୍ରାଉଣ୍ଡର ଫାଇଦା ମିଳିବ ଭାରତକୁ: ଭାରତ କ୍ରମାଗତ ଭାବେ 9ଟି ଲିଗ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତରେ ବିଶ୍ବକପର ଆୟୋଜନ କରାଯାଇଛି । ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାରୁ ଭାରତୀୟ ଦଳକୁ ମଧ୍ୟ ଫାଇଦା ମଧ୍ୟ ମିଳିବ । ଭାରତୀୟ ଦଳ ଫାଇନାଲ ମ୍ୟାଚରେ ଚ୍ରଫି ହାତେଇବ ବୋଲି କହିଛନ୍ତି କର୍ଷନ ଘାବ୍ରି ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ୱାଙ୍ଖେଡେରେ ଐତିହାସିକ ଶତକ, ଏକାଧିକ ରେକର୍ଡ ଭାଙ୍ଗିଲେ କିଙ୍ଗ୍‌ କୋହଲି

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ ହେବ: କର୍ଷନ ଗାବ୍ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଦ୍ବିତୀୟ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବ । ଏହାପରେ ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା । ଏଥିରେ ଭାରତୀୟ ଦଳ ବିଜୟୀ ହେବ ।

ଏହା ମଧ୍ୟ ପଢନ୍ତୁ-World Cup 2023: ଭାରତକୁ ସେମିରେ ପହଞ୍ଚାଇବା ପରେ ଏମିତି କହିଲେ ଶାମି

ଭାରତର ଫିଲ୍ଡିଂରେ ବହୁତ ଉନ୍ନତି ଆସିଛି: ଭାରତର ଫିଲ୍ଡିଂରେ ବହୁତ ଉନ୍ନତି ହୋଇଛି । ବୋଲ ମାନେ କମାଲ କରୁଛନ୍ତି । ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ମହମ୍ମଦ ଶାମି, ଦୁଇ ସ୍ପିନର କୁଳଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଭଲ ରହିଛି । ବ୍ୟାଟିଂ ବିଭାଗର ଭଲ ପ୍ରଦର୍ଶନ ରହିଛି । ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏହା ହୁଏତ ଶେଷ ବିଶ୍ୱକପ୍ ହୋଇପାରେ । ତେଣୁ ସମସ୍ତ କ୍ରିକେଟ୍ ପ୍ରଶଂସକ ଚାହୁଁଛନ୍ତି ଭାରତ ବିଶ୍ୱକପ୍ ଟାଇଟଲ ନିଜ ନାମରେ କରୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.