ETV Bharat / sports

Happy BirthDay Yuvraj: 41 ବର୍ଷରେ ସିକ୍ସର କିଙ୍ଗ ଯୁବରାଜ

author img

By

Published : Dec 12, 2022, 1:08 PM IST

ଭାରତୀୟ କ୍ରିକେଟର ବାମହାତୀ ବ୍ୟାଟର ଯୁବରାଜ ସିଂଙ୍କର ଆଜି ଜନ୍ମଦିନ । ଆଜି 41 ବର୍ଷରେ ପାଦ ଥାପିଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂ । ଅଧିକ ପଢନ୍ତୁ

Happy BirthDay Yuvraj: 41 ବର୍ଷରେ ସିକ୍ସର କିଙ୍ଗ ଯୁବରାଜ
Happy BirthDay Yuvraj: 41 ବର୍ଷରେ ସିକ୍ସର କିଙ୍ଗ ଯୁବରାଜ

ହାଇଦ୍ରାବାଦ: ସିକ୍ସର କିଙ୍ଗ କହିଲେ ପ୍ରତି କ୍ରିକେଟ ପ୍ରେମୀଙ୍କ ମନକୁ ଆସିଯାଏ ସେହି ଗୋଟିଏ ଖେଳାଳିଙ୍କ ନାମ । ୧୨ ନମ୍ବର ଜର୍ସି ପିନ୍ଧି ପଡିଆକୁ ଆସିବା ମାତ୍ରେ ମନେ ପଡିଯାଏ ତାଙ୍କ ୬ ବଲ ୬ ଛକା କଥା । ଆକ୍ରମକ ବ୍ୟାଟିଂ ଓ ଜବରଦସ୍ତ ଫିଲ୍ଡିଂ କରି ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ଆଜି ଏହି କ୍ରିକେଟରଙ୍କ ଜନ୍ମଦିନ । 41 ବର୍ଷରେ ପାଦ ଥାପିଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂ।

  • 4️⃣0️⃣2️⃣ intl. matches 👌
    1️⃣1️⃣7️⃣7️⃣8️⃣ intl. runs 💪
    1️⃣7️⃣ intl. tons 💯
    1️⃣4️⃣8️⃣ intl. wickets 👍

    Wishing the legendary @YUVSTRONG12 - former #TeamIndia all-rounder and 2️⃣0️⃣0️⃣7️⃣ ICC World T20 Championship & 2️⃣0️⃣1️⃣1️⃣ ICC World Cup-winner - a very happy birthday 🎂 👏 pic.twitter.com/S6w7T5iXZK

    — BCCI (@BCCI) December 12, 2022 " class="align-text-top noRightClick twitterSection" data=" ">

1981 ଆଜିର ଦିନରେ ଚଣ୍ଡିଗଡରେ ଜନ୍ମ ନେଇଥିଲେ ଏହି ଖେଳାଳି । 17 ବର୍ଷ ବୟସରେ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ । ଦିନ ଆସିଲା ଅଲରଉାଣ୍ଡର ଖେଳାଳି ଭାବେ ଦେଶକୁ ବିଶ୍ବକପ୍‌ ମଧ୍ୟ ଜିତାଇଥିଲେ । ସିକ୍ସର କିଙ୍ଗ ଯୁବରାଜ ସିଂ ତାଙ୍କ କ୍ୟାରିୟରରେ 402ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରେ ୪୦ଟି ଟେଷ୍ଟ, ୩୦୪ଟି ଦିନିକିଆ ଓ ୫୮ଟି ଟି୨୦ ମ୍ୟାଚ୍‌ ସାମିଲ ରହିଛି । 411ଟି ଇନିଂସରେ 11778 ରନ୍‌ ହାସଲ କରିଛନ୍ତି ଯୁବରାଜ । ଖାଲି ବ୍ୟାଟିଂ ନୁହେଁ ଯୁବରାଜ ଜଣେ ଭଲ ବୋଲର ମଧ୍ୟ । ତାଙ୍କ ନାମରେ 148 ୱିକେଟ ରହିଛି । 2007 ଆଇସିସି ଟି-2୦ ବିଶ୍ବକପ ବିଜୟରେ ଯୁବରାଜଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଏହାସହ 2011 ବିଶ୍ବକପ ବିଜୟରେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ଭୁଲି ନାହାନ୍ତି କ୍ରିକେଟ ପ୍ରେମୀ । 2011 ବିଶ୍ବକପ୍‌ରେ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । 10 ଜୁନ୍‌ 2019ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ ଯୁବରାଜ ସିଂ ।

କ୍ୟାନ୍ସରକୁ ହରାଇ ଥିଲେ ଏହି ଖେଳାଳି...

ମଣିଷ ଶରୀରରେ ସବୁଠୁ ବଡ ରୋଗ କୁହାଯାଉଥିବା କ୍ୟାନ୍ସର ବା କର୍କଟ ରୋଗକୁ ହରାଇଥିଲେ ଏହି ମହାନ ଖେଳାଳି । 2011ରେ ବିଶ୍ବକପ ସମୟରେ କ୍ୟାନ୍ସରରେ ପୀଡିତ ଥାଇ ବି ଖେଳିଥିଲେ । ପରବର୍ତ୍ତୀ ସମୟରେ କ୍ୟାନ୍ସରକୁ ମାତ ଦେଇ ଜୀବନଯୁଦ୍ଧରେ ଜିତିଥିଲେ ଯୁବରାଜ ।

ଜାଣନ୍ତୁ ଏହି ଧୁରନ୍ଧର କ୍ରିକେଟରଙ୍କ ବିଷୟରେ କିଛି ଜଣା ଅଜଣା କଥା...

  • ଯୁବରାଜ ସିଂ ପୂର୍ବ ଭାରତୀୟ କ୍ରିକେଟର ଯୋଗରାଜ ସିଂଙ୍କ ପୁତ୍ର । ଯୋଗରାଜ ଦେଶ ପାଇଁ ଗୋଟିଏ ଟେଷ୍ଟ ଓ 6ଟି ଦିନିକିଆ ଖେଳିଛନ୍ତି । ସେ ଜଣେ ପେସ୍‌ ବୋଲର ଥିଲେ ।
  • 2000 ଅଣ୍ଡର-19 ବିଶ୍ବକପରେ ଯୁବରାଜ ପ୍ଲେୟାର ଅଫ୍‌ ଦି ମ୍ୟାଚ ହୋଇଥିଲେ ।
  • 2007 ଟି-20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ 12ବଲ୍‌ରେ 50ରନ୍‌ ହାସଲ କରିଥିଲେ ।
  • ଯୁବରାଜ 2011 ବିଶ୍ବକପ୍‌ରେ 4ଥର ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ ।
  • 2011ରେ ଭାରତ ବିଶ୍ବକପ ଜିତିଥିଲା ଓ ସେ ପାଲଟି ଥିଲେ ମ୍ୟାନ ଅଫ୍‌ ଦି ସିରିଜ ।
  • 2012ରେ ସେ ଅର୍ଜୁନ ପୁରସ୍କାର ଓ 2014ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
  • ସେ ପିଲା ଦିନେ ରୋଲର ସ୍କେଟିଂ ପସନ୍ଦ କରୁଥିଲେ । ଅଣ୍ଡର-19 ରୋଲର ସ୍କେଟିଂ ଚମ୍ପିଆନସିପ୍‌ରେ ବିଜୟ ହାସଲ କରିଥିଲେ ।
  • ସେ ଶିଶୁ କଳାକାର ଭାବେ ପଞ୍ଜାବୀ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ସେ ମେହନ୍ଦୀ ସଜଦା ଦି ଓ ପୁତ୍ତ ସରଦାରାରେ କାମ କରିଛନ୍ତି ।
  • ଟି-20ର ଗୋଟିଏ ଓଭରରେ 6ଟି ଛକା ମାରିଥିବା ଯୁବରାଜ ପ୍ରଥମ ଖେଳାଳି ପାଲଟିଥିଲେ । ସେ 2007ଟି-20 ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ ହାସଲ କରିଥିଲେ ।
  • IPLରେ ଆରସିବି, କିଙ୍ଗ୍ସ ଇଲେଭେନ ପଞ୍ଜାବ, ଦିଲ୍ଲୀ ଡେୟରଡେଭିଲ୍ସ, ପୁନେ ଓ୍ବରିୟର୍ସ ଇଣ୍ଡିଆ, ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ।
  • ସେ ବଲିଉଡ ଅଭିନେତ୍ରୀ ହାଜେଲ କିଚ‌ଙ୍କୁ 30 ନଭେମ୍ବରରେ 2016 ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.