ETV Bharat / sports

BCCI ଚୟନ କମିଟିରେ ଶିବ ସୁନ୍ଦର, ଛୁଟିଲା ଶୁଭେଚ୍ଛାର ସୁଅ - ଶିବ ସୁନ୍ଦର ଦାସ

ଶିବ ସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବରେ ଚୟନ ହୋଇଛନ୍ତି । ଯାହାକୁ ନେଇ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( BCCI ) ଆଜି ଟିମ ଇଣ୍ଡିଆର ନୂଆ ସିଲେକ୍ସନ କମିଟି ଘୋଷଣା କରିଛି । ୫ ଜଣିଆ ଚୟନ କମିଟିରେ ଓଡିଶାରୁ ଶିବ ସୁନ୍ଦର ଦାସ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ

କ୍ରୀଡା ସମୀକ୍ଷକ ପୱନ ଅଗ୍ରୱାଲ ଓ ଶିବ ସୁନ୍ଦର ଦାସ

author img

By

Published : Jan 7, 2023, 10:15 PM IST

BCCI ଚୟନ କମିଟିରେ ଶିବ ସୁନ୍ଦର, ଛୁଟିଲା ଶୁଭେଚ୍ଛାର ସୁଅ

କଟକ: ବିସିସିଆଇ ଚୟନ କମିଟିରେ ସ୍ଥାନ ପାଇଲେ ଓଡ଼ିଆ । ଶିବ ସୁନ୍ଦର ଦାସ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବରେ ଚୟନ ହୋଇଛନ୍ତି । ଯାହାକୁ ନେଇ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଦେବାଶିଷ ମହାନ୍ତିଙ୍କ ପରେ ପୁଣି ଜଣେ ଓଡ଼ିଆଙ୍କୁ ଚୟନ କମିଟିରେ ସ୍ଥାନ ଦେଇଛି BCCI । ତେବେ ଏହି ପଦବୀ ପାଇଁ 600 ଜଣ ଆଶାୟୀ ଆବେଦନ ପଞ୍ଜିକୃତ କରିଥିବା ବେଳେ ସେଥିମଧରୁ 11 ଜଣ ସର୍ଟ ଲିଷ୍ଟେଡ଼ ହୋଇଥିଲେ । ପରିଶେଷରେ 5 ଜଣଙ୍କ ନାଁକୁ ମୋହର ମାରିଛି BCCI । ଚୟନ କମିଟିର ଚେୟାରମ୍ୟାନ ଭାବରେ ପୁନଃ ଚେତନ ଶର୍ମା ରହିଛନ୍ତି । ସେହିପରି ଶିବ ସୁନ୍ଦର ଦାସ, ସୁବ୍ରତ ବାର୍ନାଜୀ, ସଲିଲ ଆଙ୍କୋଲା, ଶ୍ରୀଧର ଶରତ ବୋର୍ଡ ଚୟନ କମିଟିରେ ରହିଛନ୍ତି ।

ଦେବାଶିଷଙ୍କ ପରେ ଶିବ ସୁନ୍ଦରଙ୍କ ଚୟନ କମିଟିକୁ ଏଣ୍ଟ୍ରି ମାରିବା ଓଡିଶା କ୍ରିକେଟ ପାଇଁ ଗର୍ବ ଓ ଗୌରବର ବିଷୟ । ଅନେକ ବର୍ଷ ଧରି ଭାରତ ICC ଟ୍ରଫି ହାତେଇବା ନେଇ ବିଫଳ ରହିଛି । ନୂତନ ଚୟନ କମିଟି କାର୍ଯ୍ୟକାଳ ମଧ୍ୟରେ ଭାରତ ICC ଟ୍ରଫି ହାତେଇବାର ଆଶା ପୁରା ହେବ ବୋଲି କହିଛନ୍ତି ଓଡିଶାର ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ ।

ପୱନ ଅଗ୍ରୱାଲ କହିଛନ୍ତି, "ଏହା ଓଡିଶା ପାଇଁ ଗର୍ବର ବିଷୟ । ଓଡିଆ ପୁଅ ଶିବ ସୁନ୍ଦର ଦାସ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଚୟନ କମିଟିର ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । ଶିବ ସୁନ୍ଦର ଦାସ ଜଣେ ଦୃଢ ନିର୍ଣ୍ଣୟକାରୀ । ଏହା ସହିତ ସେ ମଧ୍ୟ କ୍ରିକେଟ ମଇଦାନରେ କଠିନ ପରିଶ୍ରମ କରନ୍ତି । ଆଗକୁ ଭାରତୀୟ ସ୍କ୍ବାଡରେ ସେ ଉପଯୁକ୍ତ କ୍ରିକେଟରକୁ ବାଛିବେ । ଦୀର୍ଘ ୧୦ ବର୍ଷ ହେବ ICC ଟ୍ରଫି ଭୋକିଲା ଅଛି ଭାରତ । ବର୍ଷ ୨୦୧୩ରେ ଟିମ ଇଣ୍ଡିଆ ଶେଷ ଥର ପାଇଁ ଆଇସିସି ଟ୍ରଫି ହାତେଇଥିଲା । ଏହାପରେ ଟେଷ୍ଟରେ, ଦିନିକିଆ ଫର୍ମାଟରେ, ଟି୨୦ ଫର୍ମାଟରେ ଭାରତ ICC ଟ୍ରଫି ଜିତିବାରେ ବିଫଳ ରହିଛି । ତେବେ ଶିବି ସୁନ୍ଦର ଦାସଙ୍କ ପିରିୟଡରେ ଭାରତର ସ୍ବପ୍ନ ପୁରା ହେବ ।"

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( BCCI ) ଆଜି ଟିମ ଇଣ୍ଡିଆର ନୂଆ ସିଲେକ୍ସନ କମିଟି ଘୋଷଣା କରିଛି । ୫ ଜଣିଆ ଚୟନ କମିଟିରେ ଓଡିଶାରୁ ଶିବ ସୁନ୍ଦର ଦାସ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୬୦୦ ଆବେଦନକାରୀଙ୍କ ମଧ୍ୟରୁ BCCIର ଭରସାଯୋଗ୍ୟ ଚୟନକର୍ତ୍ତା ହୋଇପାରିଛନ୍ତି ଓଡିଆ ପୁଅ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.