ETV Bharat / sports

ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ BJPରେ ସାମିଲ

author img

By

Published : Dec 28, 2021, 3:51 PM IST

ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ(Dinesh Mongia) ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ, ମୋଙ୍ଗିଆଙ୍କ BJPରେ ଯୋଗଦାନ ପରେ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା । ଅଧିକ ପଢନ୍ତୁ

Former cricketer Dinesh Mongia joins BJP, ahead of Punjab polls
ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ BJPରେ ସାମିଲ

ନୂଆଦିଲ୍ଲୀ: ରାଜନୀତିରେ ନୂଆ ଇଂନିସ ଖେଳିବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ(Former cricketer Dinesh Mongia) । ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ମୋଙ୍ଗିଆ । ୪୪ ବର୍ଷୀୟ ମୋଙ୍ଗିଆ ରାଜଧାନୀ ଦିଲ୍ଲୀରେ କେନ୍ଦ୍ରରେ ଶାସନରେ ଥିବା BJP ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଦିତ୍ୟ ଠାକରେଙ୍କୁ ବିଜେପି ବିଧାୟକଙ୍କ ଅସଦାଚରଣ ମାମଲା, ଆଜି ଶୁଣାଣି

ଭାରତ ପାଇଁ ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ପଞ୍ଜାବର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ମୋଙ୍ଗିଆ ରାଜନୀତିରେ ପାଦ ଥାପିଛନ୍ତି । ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ, ମୋଙ୍ଗିଆଙ୍କ BJPରେ ଯୋଗଦାନ ପରେ ନିର୍ବାଚନରେ ଦଳର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ୭୭ ଆସନରେ ବିଜୟୀ ହୋଇ ରାଜ୍ୟରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିଥିଲା । ଏଥିସହ ୧୦ ବର୍ଷର ଶୀରୋମଣି ଅକାଳି ଦଳ( SAD)-ଭାରତୀୟ ଜନତା ପାର୍ଟି(BJP) ମେଣ୍ଟ ସରକାରକୁ କ୍ଷମତାଚ୍ୟୁତ କରିଥିଲା ।

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ଆମ ଆଦ୍‌ମି ପାର୍ଟି(AAP) 117 ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୨୦ଟି ସିଟ୍‌ରେ ବିଜୟୀ ହେବାସହ ଦ୍ବିତୀୟ ବୃହତ୍‌ ପାର୍ଟି ଭାବେ ଉଭା ହୋଇଥିଲା । ଶୀରୋମଣି ଅକାଳି ଦଳ(SAD) ମାତ୍ର ୧୫ଟି ସିଟ୍‌ ଓ BJPକୁ ୩ଟି ସିଟ୍‌ ମିଳିଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.