ETV Bharat / sports

Asia Cup 2023: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ରଙ୍କ ବୟାନ; 'ଆସେସ୍‌ଠାରୁ ବଡ଼ ଭାରତ-ପାକ୍‌ ମ୍ୟାଚ୍'

author img

By ETV Bharat Odisha Team

Published : Aug 30, 2023, 5:04 PM IST

Updated : Aug 30, 2023, 6:34 PM IST

ଆଜି ଏସିଆ କପ୍‌ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳୁଛନ୍ତି ଆୟୋଜକ ପାକିସ୍ତାନ ଓ ନେପାଳ । ଆସନ୍ତା ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ ଭାରତ । ଏହା ପୂର୍ବରୁ ଭାରତ-ପାକ୍‌ ମ୍ୟାଚ୍‌କୁ ରେଟିଂ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ଟମ୍‌ ମୁଡି । ଅଧିକ ପଢ଼ନ୍ତୁ

ଆସେସ୍‌ଠାରୁ ବଡ଼ ଭାରତ-ପାକ୍‌ ମ୍ୟାଚ୍
ଆସେସ୍‌ଠାରୁ ବଡ଼ ଭାରତ-ପାକ୍‌ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଏସୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ । ଆୟୋଜକ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁଲତାନ୍‌ରେ ଖେଳାଯାଉଛି ଉଦ୍‌ଘାଟନୀ ମ୍ୟାଚ୍‌ । ତେବେ ଆସନ୍ତା ସେପ୍ଟେମ୍ବର ୨ (ଶନିବାର) ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ ଭାରତ । ଯାହାକୁ ନେଇ ସାରା ବିଶ୍ବରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଭରିଲାଣି ଉତ୍ସାହ । ଏହି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ମ୍ୟାଚ୍‌ ସବୁବେଳେ ରୋମାଞ୍ଚକର ହୋଇଥାଏ । ମୈଦାନ ଭିତରେ ଯେତିକି ଉଷ୍ମତା ରହିଥାଏ, ପ୍ରଶଂସକଙ୍କ ମଧ୍ୟରେ ଭରି ରହିଥାଏ ସେତିକି ଉନ୍ମାଦନା । ବେଳେବେଳେ ଭାରତ ଓ ପାକିସ୍ତାନ ମୁକାବିଲାକୁ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ମୁକାବିଲା ବୋଲି ଚର୍ଚ୍ଚା ହୋଇଥାଏ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍‌ ମୁଡି ।

ଟମ୍ ମୁଡି କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ବିଶ୍ବ କ୍ରିକେଟରେ ସବୁଠୁ ବଡ଼ କ୍ରିକେଟ୍ ମୁକାବିଲା । ଏପରିକି ଏହା ଆସେସ୍‌ (ଅଷ୍ଟ୍ରେଲିଆ ଓ ଇଂଲଣ୍ଟ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ୍‌) ଠାରୁ ମଧ୍ୟ ଉପରେ । ମୁଁ ଅନୁଭବ କରୁଛି ଯେ ଏହି ମ୍ୟାଚ୍ ଆସେସ୍‌କୁ ପଛରେ ପକାଇବ । ଉଭୟ ଭାରତ ଓ ପାକିସ୍ତାନ ଚମତ୍କାର କ୍ରିକେଟ୍ ଖେଳୁଥିବା ଦେଶ ।" ଉଭୟ ଟିମ୍‌ ଏବଂ ଖେଳାଳିଙ୍କୁ ତୁଳନା କରି ସେ କହିଛନ୍ତି, "ପାକିସ୍ତାନୀ ଟିମରେ ଅନେକ ପ୍ରତିଭା ଅଛନ୍ତି । ଏହି ଟିମରେ ଅନୁଭବୀ ଅଛନ୍ତି, ଯାହା ମୋତେ ସବୁଠୁ ବେଶି ପସନ୍ଦ । ଯେପର୍ଯ୍ୟନ୍ତ ସେମାନଙ୍କ ନିକଟରେ ଅନୁଭବ ଏବଂ ପ୍ରତିଭାର ମିଶ୍ରଣ ରହିଛି, ତାହା ବାସ୍ତବରେ ପ୍ରତିପକ୍ଷ ଟିମ୍‌ ପାଇଁ ଏକ ବିପଦ । ଭାରତ ସହ ନିଜ ଦ୍ରୁତ ବୋଲିଂରେ ସେମାନେ (ପାକିସ୍ତାନ) ମେଳ ଖାଇପାରିବେ । ସେମାନଙ୍କ ନିକଟରେ ପ୍ରକୃତ ଗତି ରହିଛି । ତେବେ ଭାରତ ପାଖରେ ବ୍ୟାଟିଂରେ ଗଭୀରତା ରହିଛି ।" ତେଣୁ ଏ ସବୁକୁ ନେଇ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ଆସେସ୍‌ ଠାରୁ ମଧ୍ୟ ଉପରେ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଆଜିଠୁ ଆରମ୍ଭ ଏସିଆ କପ ମହାସମର, ପାକିସ୍ତାନ-ନେପାଳ ଉଦଘାଟନୀ ମୁକାବିଲା

ଉଲ୍ଲେଖଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ୪ଟି ମୁକାବିଲା ଟି୨୦ ଫର୍ମାଟରେ ହୋଇଥିଲା । ଏଥିରେ ଉଭୟ ୨-୨ ମୁକାବିଲା ଜିତିଛନ୍ତି । ୨୦୨୧ ଟି୨୦ ବିଶ୍ବକପରେ ଗ୍ରୁପ ପର୍ଯ୍ୟାୟରେ ଭାରତକୁ ପାକିସ୍ତାନ ହରାଇଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୨୦୨୨ରେ ମେଲବର୍ଣ୍ଣରେ ଏହାର ପ୍ରତିଶୋଧ ନେଇଥିଲା । ଏକାକୀ ବିରାଟ କୋହଲିଙ୍କ ଆକ୍ରମଣରେ ଧରାଶାୟୀ ହୋଇଥିଲା ପୁରା ପାକିସ୍ତାନ । ଗତ ବର୍ଷ ଏସିଆ କପ୍‌ରେ ମଧ୍ୟ ଦୁଇ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2023, 6:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.