ETV Bharat / sports

Anil Kumble Record: ୨୪ବର୍ଷ ତଳେ ଗୋଟିଏ ପାଳିରେ ନେଇଥିଲେ ୧୦ ୱିକେଟ, ପାକିସ୍ତାନକୁ ମାତ୍ ଦେଇଥିଲେ କୁମ୍ବଲେ

author img

By

Published : Feb 7, 2023, 4:17 PM IST

ଠିକ୍ ୨୪ ବର୍ଷ ତଳେ ତଥା ବର୍ଷ ୧୯୯୯ରେ ଗୋଟିଏ ଇନିଂସରେ କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେ ୧୦ ଟି ୱିକେଟ ନେଇ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ । ଅଧିକ ପଢନ୍ତୁ

ଅନୀଲ କୁମ୍ବଲେ
ଅନୀଲ କୁମ୍ବଲେ

ହାଇଦ୍ରାବାଦ : ଭାରତୀୟ କ୍ରିକେଟ ଇତିହାସରେ ଆଜିର ଦିନରେ ଯୋଡି ହୋଇଥିଲା ଏକ ବିରଳ ରେକର୍ଡ । ଗୋଟିଏ ଇନିଂସରେ କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେ ୧୦ ଟି ୱିକେଟ ନେଇ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ । କିମ୍ବଦନ୍ତୀ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେଙ୍କ ଲେଗ ସ୍ପିନ ବୋଲିଂ ପ୍ରଦର୍ଶନ କ୍ରିକେଟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଆଜିର ଦିନରେ ତଥା ଫେବୃଆରୀ ୭ ତାରିଖରେ ସ୍ପିନର ଅନୀଲ କୁମ୍ବଲେ ଏକୁଟିଆ ନିଜ ଦମରେ ପାକିସ୍ତାନକୁ ପରାସ୍ତ କରି ଏକ ରେକର୍ଡ ଉପଲବ୍ଧ କରିଥିଲେ । ବର୍ଷ ୧୯୯୯ ଦିଲ୍ଲୀରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ କୁମ୍ବଲେ ଗୋଟିଏ ଇନିଂସରେ ୧୦ଟି ୱିକେଟ ଅକ୍ତିଆର କରିଥିଲେ । କୁମ୍ବଲେଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନର ସମସ୍ତ ବ୍ୟାଟର ଧରାଶାୟୀ ହୋଇଥିଲେ । ଏକୁଟିଆ ଅନିଲ କୁମ୍ବଲେ ହାତେଥିଲେ ୧୦ ଟି ୱିକେଟ । ତାଙ୍କର ଏହି ସଫଳତା ପରେ କୁମ୍ବଲେ ବିଶ୍ବର ଦ୍ବିତୀୟ କ୍ରିକେଟର ହୋଇଥିଲେ ଯିଏ ଗୋଟିଏ ଇନିଂସରେ ୧୦ ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ଇଂଲଣ୍ଡର ଅଫ ସ୍ପିନର ଏଜାଜ ପଟେଲ ଭାରତ ବିପକ୍ଷରେ ଏଭଳି ପ୍ରଦର୍ଶନ ଦେଇଥିଲେ ।

ଠିକ୍ ୨୪ ବର୍ଷ ତଳେ ତଥା ବର୍ଷ ୧୯୯୯ରେ ଭାରତ ପାକିସ୍ତାନ ମଧ୍ୟରେ ଦୁଇ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା । ଏହି ସିରିଜର ପ୍ରଥମ ମୁକାବିଲା ଚେନ୍ନାଇରେ ଖେଳାଯାଇଥିଲା । ଏଥିରେ ଭାରତ ପାକିସ୍ତାନଠାରୁ ୧୨ ରନରେ ପରାସ୍ତ ହୋଇଥିଲା । ତେବେ ସିରିଜ ୧-୧ରେ ବରାବର ରଖିବା ପାଇଁ ଟିମ ଇଣ୍ଡିଆକୁ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିଜୟ ମୁଣ୍ଡି ମାରିବାର ଥିଲା । ଦିଲ୍ଲୀରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଟସ ଜିତି ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚ ଦିଲ୍ଲୀ ଫିରୋଜ କଟଲା ଷ୍ଟାଡିୟମ ଏବେର ଅରୁଣ ଜେଟଲୀ ଷ୍ଟାଡିୟମରେ ଫେବୃଆରୀ ୪ ତାରିଖରେ ୭ ପର୍ଯ୍ୟନ୍ତ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୩୩୯ ରନ କରିଥିଲା । ଏହା ପରେ ପାକିସ୍ତାନକୁ ମ୍ୟାଚର ଚତୁର୍ଥ ପାଳିରେ ୪୨୦ ରନର ଟାର୍ଗେଟ ଦେଇଥିଲା ।

ଅନୀଲ କୁମ୍ବଲେଙ୍କ ବିଶ୍ବ ରେକର୍ଡ- ଦିଲ୍ଲୀରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଅନୀଲ କୁମ୍ବଲେ ଗୋଟିଏ ପାଳିରେ ୭୪ ରନ ବ୍ୟୟରେ ୧୦ ଟି ୱିକେଟ ଅକ୍ତିଆର କରିଥିଲେ । ଏହି ମୁକାବିଲାରେ କୁମ୍ବଲେ ୯ ଟି ମେଡେନ ନେଇଥିଲେ । ଏହାପରେ ପାକିସ୍ତାନର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । କୁମ୍ବଲେ ତାଙ୍କ ଦମଦାର ବୋଲିଂ ବଳରେ ପାକିସ୍ତାନର ସମସ୍ତ ବ୍ୟାଟରଙ୍କୁ ପାଭଲିୟନର ରାସ୍ତା ଦେଖାଇଥିଲେ । ଭାରତ ପାକିସ୍ତାନକୁ ୨୦୭ ରନରେ ଅଟକାଇବାରେ ସଫଳ ରହିଥିଲା । ଏହି ମ୍ୟାଚରେ ମେନ୍ ଇନ୍ ବ୍ଲୁ ପାକିସ୍ତାନକୁ ୪୨୦ ରନର ଟାର୍ଗେଟ ଦେଇଥିଲା । ତେବେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ଆସି ପାକିସ୍ତାନର ସଇଦ ଅନବର ଓ ସାହିଦ ଆଫ୍ରିଦି ୧୦୧ ରନର ପାର୍ଟନରସିପ ଇନିଂସ ଖେଳିଥିଲେ । ଏହା ସତ୍ତ୍ବେ ବି ପାକିସ୍ତାନ ୨୦୭ ରନରେ ହିଁ ସୀମିତ ରହିଥିଲା । ଶେଷରେ ପାକିସ୍ତାନକୁ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ୨୧୨ ରନରେ ପରାସ୍ତ କରି ସିରିଜ ୧-୧ ରେ ବରାବର କରିଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.