ETV Bharat / sports

'ଦ ହଣ୍ଡ୍ରେଡ'ରେ ଖେଳିବେ 5 ଭାରତୀୟ ମହିଳା କ୍ରିକେଟର

ପାଞ୍ଚ ଜଣ ଭାରତୀୟ କ୍ରିକେଟର- ଶେଫାଳି ବର୍ମା, ହରମନପ୍ରୀତ କୌର, ଜେମିମ୍ମା ରୋଡ୍ରିଗ୍ୟୁସ, ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମା ଦ ହଣ୍ଡ୍ରେଡ ମହିଳା ପ୍ରତିଯୋଗିତାରେ ସାମିଲ । ଅଧିକ ପଢନ୍ତୁ...

Five Indian women cricketers to play in The Hundred
'ଦ ହଣ୍ଡ୍ରେଡ'ରେ ଖେଳିବେ 5 ଭାରତୀୟ ମହିଳା କ୍ରିକେଟର
author img

By

Published : Jun 11, 2021, 6:47 AM IST

ଲଣ୍ଡନ: ପାଞ୍ଚ ଜଣ ଭାରତୀୟ କ୍ରିକେଟର- ଶେଫାଳି ବର୍ମା, ହରମନପ୍ରୀତ କୌର, ଜେମିମ୍ମା ରୋଡ୍ରିଗ୍ୟୁସ, ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମା ଦ ହଣ୍ଡ୍ରେଡ ମହିଳା ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ଏନେଇ ଗୁରୁବାର ଟୁର୍ଣ୍ଣାମେଣ୍ଟର ଅଫିସିଆଲ ୱେବସାଇଟ୍‌ ସ୍ପଷ୍ଟ କରିଛି । ଶେଫାଳି ବର୍ମା ସୋଫି ଡେଭିନଙ୍କ ବଦଳ ଖେଳାଳି ଭାବେ ବର୍ମିଂହାମ ଫୋନିକ୍ସରେ ସାମିଲ ହୋଇଥିବାବେଳେ, ହରମନପ୍ରୀତ କୌର ମାଞ୍ଚେଷ୍ଟର ଓରିଜିନାଲସରେ ଯୋଗଦେଇଛନ୍ତି ।

ଜେମିମ୍ମା ରୋଡ୍ରିଗ୍ୟୁସ ନର୍ଥନ ସୁପରଚାର୍ଜର୍ସ, ସ୍ମୃତି ମାନ୍ଧାନା ସାଉଥର୍ନ ବ୍ରେଭ ପକ୍ଷରୁ ପ୍ରତିନିଧିତ୍ବ କରିବେ । ଦିପ୍ତୀ ଶର୍ମା ଇଂଲଣ୍ଡ କ୍ୟାପଟେନ ହେଥର ନାଇଟଙ୍କ ସହ ଲଣ୍ଡନ ସ୍ପିରିଟରେ ସାମିଲ ହୋଇଛନ୍ତି ।

ଇଂଲଣ୍ଡ ଓ ୱେଲ୍ସ୍ କ୍ରିକେଟ ବୋର୍ଡ ଦ୍ବାରା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ଗୋଟିଏ ଟିମକୁ 100ଟି ବଲ ଖେଳିବାକୁ ମିଳିବ । ତେବେ ବିଭିନ୍ସ ଫ୍ରାଞ୍ଚାଇଜରେ ବିଶ୍ବର ଷ୍ଟାର ମହିଳା କ୍ରିକେଟରଙ୍କ ଦମଦାର ଆକ୍ସନ ଏହି ଫଟାଫଟ କ୍ରିକେଟର ନୂଆ ଫର୍ମାଟରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.