ETV Bharat / sports

ଅର୍ଶଦୀପ ସିଂହ ୱିକିପିଡିଆ ପେଜ୍‌ରେ ଯୋଡାଗଲା ଖଲିସ୍ତାନ ଲିଙ୍କ୍‌, ୱିକିପିଡିଆ ଅଧିକାରୀଙ୍କୁ ସମନ

author img

By

Published : Sep 5, 2022, 5:37 PM IST

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କ୍ୟାଚ୍‌ ଛାଡ଼ିବା ପରେ ସୋସିଆଲ ମିଡିଆ ଟ୍ରୋଲ୍‌ର ଶିକାର ହେଲେ ଅର୍ଶଦୀପ ସିଂହ । ୱିକିପିଡିଆ ପେଜ୍‌ରେ ଏଡିଟ୍‌ କରି ଯୋଡ଼ାଗଲା ଖଲିସ୍ତାନ ଲିଙ୍କ୍‌ । ସ୍ପଷ୍ଟୀକରଣ ମାଗିଲା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (fast bowler Arshdeep Singh Wikipedia page edited) । ଅଧିକ ପଢ଼ନ୍ତୁ

fast bowler Arshdeep Singh Wikipedia page edited as Khalistani information and technology ministry asked clarification
ଅର୍ଶଦୀପ ସିଂହ ୱିକିପିଡିଆ ପେଜ୍‌ରେ ଖଲିସ୍ତାନ ଲିଙ୍କ୍‌, ସ୍ପଷ୍ଟୀକରଣ ମାଗିଲା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମନ୍ତ୍ରଣାଳୟ

ହାଇଦ୍ରାବାଦ: ରବିବାର ଏସିଆ କପ୍ ୨୦୨୨ରେ ପାକିସ୍ତାନଠାରୁ ଭାରତ ପରାଜିତ ହେବାପରେ ଭାରତୀୟ ବାମହାତୀ ଫାଷ୍ଟ ବୋଲର ଅର୍ଶଦୀପ ସିଂହ ସୋସିଆଲ ମିଡିଆ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ଏହି ଫାଷ୍ଟ ବୋଲରଙ୍କ ୱିକିପିଡିଆ ପେଜ୍‌ରେ ଏଡିଟ୍‌ କରି ଖଲିସ୍ତାନ ଲିଙ୍କ୍‌ ଯୋଡ଼ା ଯାଇଛି (fast bowler Arshdeep Singh Wikipedia page edited) । ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହାକୁ ଗମ୍ଭୀରତାର ସହ ନେଇ ୱିକିପିଡିଆ ପେଜ୍‌ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମାଗିଛି ।

fast bowler Arshdeep Singh Wikipedia page edited as Khalistani information and technology ministry asked clarification
ଅର୍ଶଦୀପ ସିଂହ ୱିକିପିଡିଆ ପେଜ୍‌ରେ ଯୋଡ଼ାଗଲା ଖଲିସ୍ତାନ ଲିଙ୍କ୍‌, ୱିକିପିଡିଆ ଅଧିକାରୀଙ୍କୁ ସମନ

ସୁପର 4 ପର୍ଯ୍ୟାୟର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ଘଡ଼ିସନ୍ଧୀ ମୂହୁର୍ତ୍ତରେ ଆସିଫ ଅଲ୍ଲୀଙ୍କ ଏକ ସହଜ କ୍ୟାଚ୍‌ ଛାଡ଼ି ଦେଇଥିଲେ । ଏହାପରେ ଆସିଫ୍‌ ଅଲ୍ଲୀ ୮ଟି ବଲ୍‌ରୁ ୧୬ ରନ୍‌ ସଂଗ୍ରହ କରି ପାକସ୍ତାନକୁ ବିଜୟୀ କରାଇଥିଲେ । ଏହାପରେ ଅର୍ଶଦୀପ ସିଂହଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯିବାରେ ଲାଗିଛି । ତାଙ୍କୁ ଖଲିସ୍ତାନୀ ସଂଗ୍ରାମୀ କହି ଟ୍ରୋଲ୍‌ କରାଯାଉଥିବା ବେଳେ ଆଜି (ଅଗଷ୍ଟ ୫) ତାଙ୍କ ୱିକିପିଡିଆ ପେଜ୍‌କୁ ଏଡିଟ୍‌ କରି ସେଥିରେ ଖଲିସ୍ତାନୀ ଲିଙ୍କ୍‌ ଯୋଡ଼ା ଯାଇଛି । ଏହାକୁ ନେଇ ୱିକିପିଡିଆ ଅଧିକାରୀଙ୍କୁ ସମନ ଜାରି କରାଯାଇଛି । ଅର୍ଶଦୀପ ସିଂହଙ୍କୁ ପେଜ୍‌ କିଏ ଏଡିଟ୍‌ କରିଛି ଓ କାହିଁକି ଏହାକୁ ସର୍ବସାଧାରଣ କରାଗଲା ବୋଲି ପ୍ରଶ୍ନ କରିଛି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ଏ ବାବଦରେ ଅଧିକାରୀଙ୍କୁ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିକଟରେ ହାଜର ହେବାକୁ କୁହାଯାଇଛି ।

୨୩ ବର୍ଷୀୟ ଯୁବ ଫାଷ୍ଟ ବୋଲର ପାକିସ୍ତାନ ବିପକ୍ଷରେ 7 ରନ୍‌ ହାରରେ ୩.୫ ଓଭରରେ ୨୭ ରନ୍‌ ଖର୍ଚ୍ଚ କରି ଗୋଟିଏ ୱିକେଟ ହାସଲ କରିଥିଲେ । ତେବେ ରବି ବିଷ୍ଣୋଇଙ୍କ ବଲ୍‌ରେ ଆସିଫ ଅଲ୍ଲୀଙ୍କ କ୍ୟାଚ୍‌ ତାଙ୍କ ହାତରୁ ଖସି ଯାଇଥିଲା । ଏହାପରେ ସେ ସୋସିଆଲ ମିଡିଆ ଟ୍ରଲ୍‌ର ଶିକାର ହୋଇଥିବା ବେଳେ ତାଙ୍କ ୱିକିପିଡିଆ ପେଜ୍‌ ଏଡିଟ୍‌ କରାଯାଇଛି ।

ୱିକିପିଡିଆ ପେଜ୍‌ରେ ଲେଖାଯାଇଛି, "୨୦୧୮ରେ 19 ବର୍ଷରୁ କମ୍‌ ବିଶ୍ବକପ୍‌ କ୍ରିକେଟ ପାଇଁ ଖଲିସ୍ତାନ ସ୍କ୍ବାଡ୍‌ରେ ସାମିଲ ହୋଇଥିଲେ । ଜୁଲାଇ ୨୦୨୨ରେ ସେ ଖଲିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଅଗଷ୍ଟ ୨୦୨୨ରେ ସେ ଏସିଆ କପ୍‌ ପାଇଁ ଖଲିସ୍ତାନ ସ୍କ୍ବାଡ୍‌ରେ ସାମିଲ ହୋଇଥିଲେ ।"

ସେ ଅର୍ଶଦୀପଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ପୂର୍ବତନ କ୍ରିକେଟର । ହରଭଜନ ସିଂହ, ଆକାଶ ଚୋପ୍ରା, ପାକିସ୍ତାନୀ କ୍ରିକେଟର ମହମ୍ମଦ ହଫିଜ୍‌ ପ୍ରମୁଖ ଅର୍ଶଦୀପଙ୍କୁ ଟ୍ରୋଲ୍‌ ନକରିବାରୁ ପରାମର୍ଶ ଦେଇଛନ୍ତି । ସେହିଭଳି ଟ୍ରୋଲ୍‌ କରୁଥିବା ୟୁଜର୍ସଙ୍କୁ ଭର୍ତ୍ସନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.