ETV Bharat / sports

ଲଣ୍ଡନରେ ଦୀପାବଳି ପାଳିଲେ ଜୟଶଙ୍କର, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ଦେଲେ କୋହଲିଙ୍କ ବ୍ୟାଟ ଉପହାର - ଏସ୍‌ ଜୟଶଙ୍କର

ଲଣ୍ଡନ ଗସ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର । ଦୀପାବଳି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କୁ ଭେଟି ଦେଲେ ବିରାଟ କୋହଲିଙ୍କ ବ୍ୟାଟ୍‌ ଉପହାର । ଅଧିକ ପଢ଼ନ୍ତୁ

Jaishankar gives Virat Kohli bat to UK Prime Minister
ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କୋହଲିଙ୍କ ବ୍ୟାଟ ଉପହାର ଦେଲେ ଜୟଶଙ୍କର
author img

By ETV Bharat Odisha Team

Published : Nov 13, 2023, 5:05 PM IST

ଲଣ୍ଡନ: ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି କେବଳ ଭାରତରେ ନୁହେଁ, ବିଶ୍ବ କ୍ରିକେଟ୍‌ରେ ଏକ ସ୍ବତନ୍ତ୍ର ପରିଚୟ ପାଇଛନ୍ତି । ବିଶ୍ବର କୋଣ ଅନୁକୋଣରେ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ଏହି ପରିଚୟ ତାଙ୍କୁ ଅନ୍ୟ ଏକ ସ୍ତରରେ ପହଞ୍ଚାଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିବା ଅବସରରେ କୋହଲିଙ୍କ ସ୍ବାକ୍ଷର ଥିବା ଏକ ବ୍ୟାଟ୍‌ ଉପହାର ଦେଇଛନ୍ତି । ଏସ୍‌ ଜୟଶଙ୍କର ଓ ତାଙ୍କ ପତ୍ନୀ କୟୋକୋ ଜୟଶଙ୍କର ଲଣ୍ଡନ ଗସ୍ତରେ ଯାଇଥିବାବେଳେ ପିଏମ୍‌ ସୁନକଙ୍କୁ ପ୍ରଭୁ ଗଣେଶଙ୍କର ଏକ ମୂର୍ତ୍ତି ଏବଂ ବିରାଟ କୋହଲିଙ୍କ ଦ୍ବାରା ସ୍ବାକ୍ଷରିତ ଏକ କ୍ରିକେଟ୍ ବ୍ୟାଟ୍ ଉପହାର ଦେଇଛନ୍ତି ।

  • Delighted to call on Prime Minister @RishiSunak on #Diwali Day. Conveyed the best wishes of PM @narendramodi.

    India and UK are actively engaged in reframing the relationship for contemporary times.

    Thank Mr. and Mrs. Sunak for their warm reception and gracious hospitality. pic.twitter.com/p37OLqC40N

    — Dr. S. Jaishankar (@DrSJaishankar) November 12, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ୫ ଦିନିଆ ଲଣ୍ଡନ ଗସ୍ତରେ ରହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଦୀପାବଳି ଅବସରରେ ରବିବାର ଡାଉନିଂ ଷ୍ଟ୍ରିଟ୍‌ରେ ଟି' ପାର୍ଟିକୁ ଏସ୍‌ ଜୟଶଙ୍କର ଓ ତାଙ୍କ ପତ୍ନୀ କୟୋକୋ ଜୟଶଙ୍କରଙ୍କୁ ନିମନ୍ତ୍ରଣ କରିଥିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ । ଆତିଥ୍ୟ ଗ୍ରହଣ କରିବା ସହ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ନିମନ୍ତ୍ରଣକ୍ରମେ ରବିବାର ଟି' ପାର୍ଟିରେ ଆତିଥ୍ୟ ଗ୍ରହଣ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପତ୍ନୀ କୟୋକୋ । ଏପରି ଆୟୋଜନକୁ ନିମନ୍ତ୍ରଣ କରିଥିବାରୁ ସୁନକ ଓ ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଥିଲେ ବୈଦେଶିକ ବ୍ୟାପର ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ଟି' ପାର୍ଟିରେ ଆତିଥ୍ୟ ଗ୍ରହଣ କଲେ ଜୟଶଙ୍କର, ସୁନକ ଓ ଅକ୍ଷତାଙ୍କୁ ଜଣାଇଲେ ଧନ୍ୟବାଦ

ଏନେଇ ଏସ୍‌ ଜୟଶଙ୍କର ନିଜ ଏକ୍ସରେ ଫଟୋ ସେୟାର କରି ଏହି ସାକ୍ଷାତ ବିଷୟରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, "ଭବ୍ୟ ଆତିଥ୍ୟ ପାଇଁ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ହୃଦୟରୁ ଧନ୍ୟବାଦ । ମୋତେ ଦୀପାବଳି ଅବସରରେ ଡାଉନିଂ ଷ୍ଟ୍ରିଟ୍‌କୁ ଡାକିଥିବାକୁ ମୁଁ ବହୁତ ଖୁସି । ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଶୁଭକାମନା ଜଣାଇଲି । ଭାରତ ଓ ବ୍ରିଟେନ ମଧ୍ୟରେ ମଜଭୁତ ଦ୍ବିପାକ୍ଷିକ ସମ୍ପର୍କ ରହି ଆସିଛି । ତେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଦାୟିତ୍ବ ସମ୍ଭାଳିବା ପରେ ଏହି ସମ୍ପର୍କ ଏକ ନୂଆ ସ୍ତରରେ ପହଞ୍ଚିବା ନେଇ ଆଶା କରାଯାଉଛି ।" ସେପଟେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଆଧିକାରୀକ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ମଧ୍ୟ ଏନେଇ ପୋଷ୍ଟ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ପାଇଁ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ ! ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କହିଲେ କାରଣ

ତେବେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି କେବଳ ଭାରତରେ କିମ୍ବା ଏସିଆରେ ନୁହେନ୍ତି, ବିଶ୍ବ କ୍ରିକେଟରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସେ ବିଶ୍ବ କ୍ରିକେଟକୁ ଗୋଟିଏ ପରେ ଗୋଟିଏ ସଫଳତା ଦେଇଛନ୍ତି । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ପରେ କୋହଲିଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାରେ ବିରାଟ କୋହଲିଙ୍କର ଏକ ବଡ଼ ଭୂମିକା ରହିଥିବା କୁହାଯାଉଛି । କେବଳ ବିରାଟଙ୍କ ପାଇଁ ହିଁ ଅଲିମ୍ପିକ୍ସରେ କ୍ରିକେଟକୁ ପୁଣିଥରେ ସ୍ଥାନ ମିଳିଛି କୁହାଯାଉଛି । ସୋସିଆଲ ମିଡିଆରେ ବିରାଟଙ୍କର ମୋଟ ୩୪୦ ମିଲିୟନ୍ ଫଲୋୟର୍ସ ରହିଛନ୍ତି । ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କମିଟିର ନିର୍ଦ୍ଦେଶକ ନିକୋଲୋ କେମ୍ପ୍ରିୟାନୀ କହିଥିଲେ, "ମୋ ବନ୍ଧୁ କୋହଲିଙ୍କ ସୋସିଆଲ ମିଡିଆରେ ୩୪୦ ମିଲିୟନ୍ ଫଲୋୟର୍ସ ରହିଛନ୍ତି । ସବୁଠାରୁ ଅଧିକ ଫ୍ୟାନ୍ ଫଲୋଇଂ ଥିବା ଆଥଲେଟ ତାଲିକାରେ ବିରାଟ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ଲେମ୍ବ୍ରୋ ଜେମ୍ସ, ଟମ୍ ବ୍ରେଡି ଏବଂ ଟାଇଗର ଉଡ୍ସଙ୍କ ଫଲୋୟର୍ସ ସଂଖ୍ୟାଠାରୁ ମଧ୍ୟ ଅଧିକ ।" ତେବେ ଏହି କାରଣ ପାଇଁ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥାଇ ପାରେ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.