ଲଣ୍ଡନ: ଭାରତ ଓ ଇଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଦ୍ବିତୀୟ ଦିନ ବର୍ଷା ପୂର୍ବରୁ ଭାରତ ୪ ୱିକେଟ ହରାଇ ମାତ୍ର ୧୨୫ ରନ ହିଁ କରି ପାରିଛି । ଗୋଟିଏ ସମୟରେ ୯୭ ରନ କରି କୌଣସି ୱିକେଟ ହରାଇନଥିଲା ଭାରତୀୟ ଦଳ । କିନ୍ତୁ ରୋହିତ ଶର୍ମା ଆଉଟ ହେବ ପରେ ଗୋଟିଏ ପରେ ୱିକେଟ ହରାଇବା ଆରମ୍ଭ କରିଥିଲା ଦଳ ।
-
One ball bowled after tea and the rain has returned! 🌧
— ICC (@ICC) August 5, 2021 " class="align-text-top noRightClick twitterSection" data="
India are 125/4, still 58 runs behind England.#ENGvIND | #WTC23 | https://t.co/HOyTN1o5ml pic.twitter.com/bYCJcAbJ2F
">One ball bowled after tea and the rain has returned! 🌧
— ICC (@ICC) August 5, 2021
India are 125/4, still 58 runs behind England.#ENGvIND | #WTC23 | https://t.co/HOyTN1o5ml pic.twitter.com/bYCJcAbJ2FOne ball bowled after tea and the rain has returned! 🌧
— ICC (@ICC) August 5, 2021
India are 125/4, still 58 runs behind England.#ENGvIND | #WTC23 | https://t.co/HOyTN1o5ml pic.twitter.com/bYCJcAbJ2F
ରୋହିତ ଶର୍ମା ୩୬ ରନ କରି ରବନସନଙ୍କ ଶିକାର ହୋଇଥିଲେ । ଏହାପରେ ଚେତେଶ୍ବର ପୂଜାରା ମାତ୍ର ୪ ରନ କରି ପାଭେଲିୟନ ଫେରଥିଲେ । ଏହାପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଅଧିନାୟକ ବିରାଟ କୋହଲି । ତାଙ୍କ ଉପରେ ଦଳ ଭରସା କରି ରହିଥିବା ବେଳେ ପୁଣି ଇଂଲଣ୍ଡରେ ବିରାଟ କୋହଲି ଖରାପ ପ୍ରଦର୍ଶନ କରିଥିଲା । ଖାତା ଖୋଲିବା ପୂର୍ବରୁ ବିରାଟ କୋହଲି ଆଣ୍ଡରସନଙ୍କ ବଲରେ ଆଉଟ ହୋଇ ଫେରିଥିଲେ । ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ ମାତ୍ର ୫ ରନ କରି ରନ୍ ଆଉଟ ହୋଇଥିଲେ ।
ବର୍ତ୍ତମାନ ପିଚରେ ଋଷଭ ପନ୍ତ ଓ ଓପନର କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି । ୫୭ ରନ କରି ଅପରାଜିତ ରହିଛନ୍ତି କେଏଲ ରାହୁଲ । ସେହିଭଳି ଋଷଭ ପନ୍ତ ମଧ୍ୟ ୭ ରନ୍ କରି ଅପରାଜିତ ରହିଛନ୍ତି । ଭାରତ ଇଂଲଣ୍ଡଠାରୁ ଆହୁରି ୫୮ ରନ୍ ପଛରେ ରହିଛି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଗତ ବୁଧବାରଦିନଠାରୁ ୫ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ