ETV Bharat / sports

3 ନମ୍ବରରେ ବ୍ୟାଟିଂ କରି କୋହଲିଙ୍କ 10 ହଜାର ରନ ପୂରଣ

author img

By

Published : Mar 26, 2021, 7:12 PM IST

ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ ମାଇଲଷ୍ଟୋନ। ତୃତୀୟ ସ୍ଥାନରେ ବ୍ୟାଟିଂ କରି ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ବିରାଟ କୋହଲି। ଅଧିକ ପଢ଼ନ୍ତୁ...

3 ନମ୍ବରରେ ବ୍ୟାଟିଂ କରି କୋହଲିଙ୍କ 10 ହଜାର ରନ ପୂରଣ
3 ନମ୍ବରରେ ବ୍ୟାଟିଂ କରି କୋହଲିଙ୍କ 10 ହଜାର ରନ ପୂରଣ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ ମାଇଲଷ୍ଟୋନ। ତୃତୀୟ ସ୍ଥାନରେ ବ୍ୟାଟିଂ କରି ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ ପୂରଣ କଲେ ବିରାଟ କୋହଲି। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

ଏଭଳି କୀର୍ତ୍ତିମାନ ହାସଲ କରିବାରେ କୋହଲି ହେଉଛନ୍ତି ବିଶ୍ବର ଦ୍ବିତୀୟ ବ୍ୟାଟସମ୍ୟାନ। ପୂର୍ବରୁ ଏହି ରେକର୍ଡ କେବଳ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ରହିଥିଲା। ରିକି ପଣ୍ଟିଂ ତୃତୀୟ ସ୍ଥାନରେ ବ୍ୟାଟିଂ କରି ମୋଟ 12 ହଜାର 662 ଅନ୍ତର୍ଜାତୀୟ ରନ କରିଛନ୍ତି। ଏଥିପାଇଁ ସେ 330ଟି ଇନିଂଶ ଖେଳିଥିଲେ।

ତେବେ ଭାରତୀୟ ବ୍ୟାଟସମ୍ୟାନ କେବଳ 190ଟି ଇନିଂଶରେ ଏହି ରେକର୍ଡ ହାସଲ କରିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା। ସେ 238ଟି ଇନିଂଶରୁ 9 ହଜାର 747 ରନ କରିଛନ୍ତି। ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଜ୍ୟାକ କାଲିସ ରହିଛନ୍ତି, ଯିଏ 7 ହଜାର 774 ରନ କରିଛନ୍ତି।

ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆରେ ଇଂଲଣ୍ଡକୁ 337 ରନ ଟାର୍ଗେଟ ଦେଇଛି ଭାରତ। 3ଟିକିଆ ଦିନିକିଆ ସିରିଜରେ ଭାରତ 1-0ରେ ଆଗୁଆ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.