ETV Bharat / sports

ଟି-20 ରାଙ୍କିଂରେ ପଞ୍ଚମ ସ୍ଥାନକୁ ଫେରିଲେ ବିରାଟ କୋହଲି - ବିରାଟ କୋହଲି ଟି-20 ରାଙ୍କିଂ

ଆଇସିସି ଟି-20 ତାଲିକାରେ ପୁଣି 5 ନମ୍ବରକୁ ଫେରିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଆଇସିସିର ତାଜା ରାଙ୍କିଂ ଅନୁଯାୟୀ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି 5 ନମ୍ବରରେ ପହଞ୍ଚିଛନ୍ତି। ଅଧିକ ପଢ଼ନ୍ତୁ...

ଟି-20 ରାଙ୍କିଂରେ ପଞ୍ଚମ ସ୍ଥାନକୁ ଫେରିଲେ ବିରାଟ କୋହଲି

author img

By

Published : Mar 17, 2021, 7:57 PM IST

ନୂଆଦିଲ୍ଲୀ: ଆଇସିସି ଟି-20 ତାଲିକାରେ ପୁଣି 5 ନମ୍ବରକୁ ଫେରିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଆଇସିସିର ତାଜା ରାଙ୍କିଂ ଅନୁଯାୟୀ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି 5 ନମ୍ବରରେ ପହଞ୍ଚିଛନ୍ତି। ଇଂଲଣ୍ଡ ଚାଲିଥିବା ଟି-20 ସିରିଜର ଦ୍ବିତୀୟ ଓ ତୃତୀୟ ମ୍ୟାଚରେ କୋହଲି ଯଥାକ୍ରମେ 73 ଓ 77 ରନ କରିଥିଲେ। ଯାହାଦ୍ବାରା ସେ 5 ନମ୍ବର ସ୍ଥାନକୁ ଉନ୍ନିତ ହୋଇ ପାରିଛନ୍ତି।

ସେପଟେ ତିନୋଟି ମ୍ୟାଚରେ ଖରାପ ପ୍ରଦର୍ଶନ ଯୋଗୁଁ କେ.ଏଲ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ତୃତୀୟ ସ୍ଥାନରେ ରହିଥିଲେ। ତୃତୀୟ ସ୍ଥାନରେ ବର୍ତ୍ତମାନ ପାକିସ୍ତାନ ବ୍ୟାଟସମ୍ୟାନ ବାବର ଆଜମ ରହିଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲିଙ୍କ ଛଡ଼ା ଶ୍ରେୟସ ଆୟର 32ଟି ସ୍ଥାନ ଉପରକୁ ଉଠି 31ତମ ରାଙ୍କିଂରେ ପହଞ୍ଚିଛନ୍ତି। ସେହିଭଳି ଋଷଭ ପନ୍ତ 30ଟି ସ୍ଥାନ ଉପରକୁ ଉଠି 80ତମ ସ୍ଥାନରେ ପହଞ୍ଚିଛନ୍ତି।

ଟି-20 ରାଙ୍କିଂର ଅଲରାଉଣ୍ଡର ତାଲିକାରେ ୱାଶିଂଟନ ସୁନ୍ଦର 11ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର 14ଟି ସ୍ଥାନ ଉପରକୁ ଉଠି 27 ନମ୍ବରରେ ପହଞ୍ଚିଛନ୍ତି। ବ୍ୟାଟିଂ ରାଙ୍କିଂର ଶୀର୍ଷରେ ରହିଛନ୍ତି ଇଂଲଣ୍ଡର ବ୍ୟଟସମ୍ୟାନ ଡାୱିଡ ମଲନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.