ଲଣ୍ଡନ: ପ୍ରଥମେ ଲର୍ଡସ୍ । ପରେ ଲିଡସ୍ । ଦୁଇ ଦୁଇ ଥର ପଡିଆରେ ପ୍ରବେଶ ପାଇଁ ହେଡିଲେଂ (headingley) ଷ୍ଟାଡିୟମ ଏଣ୍ଟିରୁ ବ୍ୟାନ ହେଲେ ‘jarvo-69’ । ଡାନିଏଲ୍ ଜାରଭିସ୍ ଓରଫ୍ ‘jarvo-69’ । ଟିମ୍ ଇଣ୍ଡିଆର ବିଦେଶୀ ଫ୍ୟାନ । ସୁରକ୍ଷା ଏବଂ ଶୃଙ୍ଖଳା ଭଙ୍ଗ କାରଣରୁ ହେଡିଲେଂ ଷ୍ଟାଡିୟମ ଏଣ୍ଟ୍ରିରୁ ସବୁଦିନ ପାଇଁ ହେଲେ ବ୍ୟାନ ।
ଶୁକ୍ରବାର ଭାରତୀୟ ଟିମ୍ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବେଳେ ରୋହିତଙ୍କ ଓ୍ବିକେଟ ପଡିବା ପରେ ପଡିଆକୁ ଏଣ୍ଟ୍ରି ମାରିଥିଲେ ‘jarvo-69’ । ୟୁଟ୍ୟୁବର ‘jarvo-69’କୁ ପରେ ସରକ୍ଷାକର୍ମୀ ମାନେ ପଡିଆରୁ ବାହାର କରିଥିଲେ ।
ଏହି ଭିଜୁଆଲ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଥିଲା । ତେବେ ତାଙ୍କୁ ଲିଡସ୍ ଗ୍ୟାଲେରିରୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ତାଙ୍କ ଉପରେ ଆର୍ଥିକ ଦଣ୍ଡ ମଧ୍ୟ ଲାଗିଛି ।
ତେବେ ଆଗକୁ ଯେଭଳି ଏମିତି ଘଟଣା ନହୁଏ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି Yorkshire County Cricket Club ମୁଖପାତ୍ର ସୂଚନା ଦେଇଛନ୍ତି ।