ETV Bharat / sports

ତୃତୀୟ ଟି-20: ଇଂଲଣ୍ଡକୁ 157 ରନ୍ ଟାର୍ଗେଟ ଦେଲା ଟିମ ଇଣ୍ଡିଆ

author img

By

Published : Mar 16, 2021, 9:13 PM IST

ଇଂଲଣ୍ଡକୁ 157 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟି-20ରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଦଳୀୟ ସ୍କୋର ମାତ୍ର 7 ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା।

ତୃତୀୟ ଟି-20: ଇଂଲଣ୍ଡକୁ 157 ରନ୍ ଟାର୍ଗେଟ ଦେଲା ଟିମ ଇଣ୍ଡିଆ
ତୃତୀୟ ଟି-20: ଇଂଲଣ୍ଡକୁ 157 ରନ୍ ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ଗାନ୍ଧୀନଗର: ଇଂଲଣ୍ଡକୁ 157 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟି-20ରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଦଳୀୟ ସ୍କୋର ମାତ୍ର 7 ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା। କେ ଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭାଲିୟନକୁ ଫେରିଥିଲେ। ରୋହିତ ଶର୍ମା ମଧ୍ୟ ମାତ୍ର 15ରନ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ। ଈଶାନ କିଷନ ଶୂନରେ ଆଉଟ ହୋଇଥିବା ବେଳେ ଶ୍ରେୟସ ଆୟର 9 ରନ କରି ପାଭେଲିୟନ ଫେରିଥିଲେ।

#TeamIndia post 1⃣5⃣6⃣/6⃣ on the board in the 3rd @Paytm #INDvENG T20I!

7⃣7⃣* for captain @imVkohli
2⃣5⃣ for @RishabhPant17

The England chase shall commence shortly.

Scorecard 👉 https://t.co/mPOjpEkHpC pic.twitter.com/c9pOgN5xjF

— BCCI (@BCCI) March 16, 2021

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି 77 ରନ କରି ଅପରାଜିତ ରହିଥିଲେ। ଋଷଭ ପନ୍ତ ମଧ୍ୟ ବ୍ୟାଟିଂରେ ଦମ୍ ଦେଖାଉଥିବା ବେଳେ ସେ 25 ରନ କରି ରନଆଉଟ ହୋଇ ଫେରିଥିଲେ। ତେବେ ହାର୍ଦ୍ଧିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ମଧ୍ୟରେ ହୋଇଥିବା ପାର୍ଟନରସିପ ଦଳ ପାଇଁ ଲାଭ ଦାୟକ ହୋଇଥିଲା। ଗୋଟିଏ ସମୟରେ 86 ରନରେ 5 ୱିକେଟ ହରାଇଥିବା ଟିମ ଇଣ୍ଡିଆ ଶେଷରେ 6 ୱିକେଟ ହରାଇ 156ରନ କରିବାକୁ ସକ୍ଷମ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ 3ଟି ୱିକେଟ ନେଇଥିବା ବେଳେ କ୍ରୀଶ ଜୋର୍ଡାନ 2ଟି ୱିକେଟ ନେଇଥିଲେ। ଆଉ କୌଣସି ବୋଲର ୱିକେଟ ନେବାର ସକ୍ଷମ ହୋଇ ପାରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଗାନ୍ଧୀନଗର: ଇଂଲଣ୍ଡକୁ 157 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟି-20ରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଦଳୀୟ ସ୍କୋର ମାତ୍ର 7 ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା। କେ ଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭାଲିୟନକୁ ଫେରିଥିଲେ। ରୋହିତ ଶର୍ମା ମଧ୍ୟ ମାତ୍ର 15ରନ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ। ଈଶାନ କିଷନ ଶୂନରେ ଆଉଟ ହୋଇଥିବା ବେଳେ ଶ୍ରେୟସ ଆୟର 9 ରନ କରି ପାଭେଲିୟନ ଫେରିଥିଲେ।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି 77 ରନ କରି ଅପରାଜିତ ରହିଥିଲେ। ଋଷଭ ପନ୍ତ ମଧ୍ୟ ବ୍ୟାଟିଂରେ ଦମ୍ ଦେଖାଉଥିବା ବେଳେ ସେ 25 ରନ କରି ରନଆଉଟ ହୋଇ ଫେରିଥିଲେ। ତେବେ ହାର୍ଦ୍ଧିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ମଧ୍ୟରେ ହୋଇଥିବା ପାର୍ଟନରସିପ ଦଳ ପାଇଁ ଲାଭ ଦାୟକ ହୋଇଥିଲା। ଗୋଟିଏ ସମୟରେ 86 ରନରେ 5 ୱିକେଟ ହରାଇଥିବା ଟିମ ଇଣ୍ଡିଆ ଶେଷରେ 6 ୱିକେଟ ହରାଇ 156ରନ କରିବାକୁ ସକ୍ଷମ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ 3ଟି ୱିକେଟ ନେଇଥିବା ବେଳେ କ୍ରୀଶ ଜୋର୍ଡାନ 2ଟି ୱିକେଟ ନେଇଥିଲେ। ଆଉ କୌଣସି ବୋଲର ୱିକେଟ ନେବାର ସକ୍ଷମ ହୋଇ ପାରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.