ETV Bharat / sports

ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ - ସାର୍ଦ୍ଦୁଲ ଠାକୁର

ଇଂଲଣ୍ଡ ବିପକ୍ଷରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ । 17 ଜଣିଆ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବ । ଅଧିକ ପଢନ୍ତୁ...

Team India announced for last Two Test match against England
ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ
author img

By

Published : Feb 17, 2021, 5:46 PM IST

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ସିରିଜରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଟ୍ବିଟର ଆକାଉଣ୍ଟରେ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ କିଛିଟା ପରିବର୍ତ୍ତନ ହୋଇଛି। ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ 17 ଜଣିଆ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି।

  • TEAM - Virat Kohli (Capt), Rohit Sharma, Mayank Agarwal, Shubman Gill, Cheteshwar Pujara, Ajinkya Rahane (vc), KL Rahul, Hardik Pandya, Rishabh Pant (wk), Wriddhiman Saha (wk), R Ashwin, Kuldeep Yadav, Axar Patel, Washington Sundar, Ishant Sharma, Jasprit Bumrah, Md. Siraj.

    — BCCI (@BCCI) February 17, 2021 " class="align-text-top noRightClick twitterSection" data=" ">

ଅହମ୍ମଦାବାଦ ଟେଷ୍ଟ ପାଇଁ ଫିଟନେସ ଟେଷ୍ଟ ପାସ କରିବା ପରେ ଉମେଶ ଯାଦବ ଦଳ ସହ ଯୋଗ ଦେବେ। ସେହିଭଳି ବିଜୟ ହଜାରେ ଟ୍ରଫି ପାଇଁ ଦଳରୁ ଶାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ କରିଛି ବିସିସିଆଇ। ଫେବ୍ରୁଆରୀ 24 ତାରିଖରୁ ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।

ଦଳରେ ନେଟ୍ ବୋଲର-

ସିଲେକ୍ସନ କମିଟି ପକ୍ଷରୁ ଭାରତୀୟ ଦଳ ପାଇଁ 6 ଜଣ ନେଟ ବୋଲରଙ୍କୁ ମଧ୍ୟ ସାମିଲ କରାଯାଇଛି। ଅଙ୍କିତ ରାଜପୁତ, ଓବେଶ ଖାନ, ସନ୍ଦିପ ୱାରିୟର, କୃଷ୍ଣପ୍ପା ଗୌଥମ ଓ ସୌରଭ କୁମାର ଦଳରେ ସାମିଲ ହୋଇଛନ୍ତି । ସେପଟେ ଅଭିମନ୍ୟୁ ଇଶ୍ବରନ, ଶାହବାଜ ନଦୀମ ଓ ପ୍ରିୟଙ୍କ ପାଞ୍ଚଲଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ରିଲିଜ କରାଯାଇଛି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 4 ଟିକିଆ ସିରିଜ 1-1ରେ ବରାବର ରହିଛି। ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଭାରତ 317 ରନରେ ବିଜୟୀ ହୋଇଛି।

ଭାରତୀୟ ଟିମ:-

ବିରାଟା କୋହଲି(ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ବିନୀ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରାହ ଓ ମୋହମ୍ମଦ ସିରାଜ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.