ETV Bharat / sports

ଲର୍ଡ୍ସ ଟେଷ୍ଟ: ସିରାଜଙ୍କ ଘାତକ ବୋଲିଂ, ଅଳ୍ପକେ ହ୍ୟାଟ୍ରିକରୁ ବଞ୍ଚିତ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଚଳିତ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ଅଳ୍ପକେ ହ୍ୟାଟ୍‌-ଟ୍ରିକ(hat-trick)ରୁ ବଞ୍ଚିତ । ଅଧିକ ପଢନ୍ତୁ...

author img

By

Published : Aug 13, 2021, 10:40 PM IST

Siraj misses hat-trick, but gives England early jolt
ଲର୍ଡ୍ସ ଟେଷ୍ଟ: ସିରାଜଙ୍କ ଘାତକ ବୋଲିଂ, ଅଳ୍ପକେ ହ୍ୟା-ଟ୍ରିକରୁ ବଞ୍ଚତ

ଲଣ୍ଡନ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଚଳିତ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ଅଳ୍ପକେ ହ୍ୟାଟ୍‌-ଟ୍ରିକ (hat-trick)ରୁ ବଞ୍ଚିତ ହୋଇଛନ୍ତି । ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଲଗାତାର ଦୁଇଟି ବଲରେ ଦୁଇଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ବିରଳ ଟେଷ୍ଟ ହ୍ୟାଟ୍ରିକର ନିକଟତର ହୋଇଥିଲେ । ଡୋମିନିକ ସିବଲେ ଓ ହାସିବ ହମିଦଙ୍କୁ ଲଗାତାର ଦୁଇଟି ବଲ୍‌ରେ ଶିକାର କରିଥିଲେ ସିରାଜ । ମାତ୍ର ହ୍ୟାଟ୍‌-ଟ୍ରିକ ବଲ୍‌କୁ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ସୁରକ୍ଷିତ ଖେଳିବା ପରେ ବଞ୍ଚିତ ହୋଇଥିଲେ ସିରାଜ ।

ଭାରତର ପ୍ରଥମ ପ୍ରଥମ ଇଂନିସ ୩୬୪ ରନ୍‌ରେ ଶେଷ ହେବାପରେ ଚା' ବ୍ରେକ୍‌ ସୁଦ୍ଧା ଘରୋଇ ଦଳ ବିନା କୌଣସି ୱିକେଟ ହରାଇ ୨୩ ରନ୍‌ ସଂଗ୍ରହ କରିନେଇଥିଲା । ମାତ୍ର ତୃତୀୟ ସେସନ ଆରମ୍ଭରେ କ୍ୟାପଟେନ କୋହଲି ବୋଲିଂ ଦାୟିତ୍ବ ସିରାଜଙ୍କୁ ଦେଇଥିଲେ । ସିରାଜ ଏହାକୁ ଗ୍ରହଣ କରିବା ସହ ଚା' ବ୍ରେକ୍‌ ପରେ ମାତ୍ର ଦ୍ବିତୀୟ ବଲ୍‌ରେ କ୍ରିଜ୍‌ରେ ଜମିଆସୁଥିବା ସିବଲେଙ୍କୁ ପାଭିଲିୟନର ରାସ୍ତା ଦେଖାଇ, ଭାରତକୁ ପ୍ରଥମ ସଫଳତା ଭେଟି ଦେଇଥିଲେ । ପରେ ଏକ ଚମତ୍କାର ବଲ୍‌ରେ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ହମିଦଙ୍କ ଷ୍ଟମ୍ପ ଉଡାଇଦେଇଥିଲେ ।

କେବଳ ତିନିଜଣ ଭାରତୀୟ ବୋଲର, କ୍ରିକେଟର ଲମ୍ବା ଫର୍ମାଟରେ ହ୍ୟାଟ୍‌-ଟ୍ରିକ ହାସଲ କରିପାରିଛନ୍ତି । ହରଭଜନ ସିଂହ, ଇରଫାନ ପଠାନ ଓ ଜଶପ୍ରୀତ ବୁମରାଙ୍କ ନାମରେ ଏହି ବିରଳ କିର୍ତ୍ତୀମାନର ଅଧିକାରୀ ରହିଛନ୍ତି ।

୩୬ ଓଭର ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୯୫/2 ରହିଛି । କ୍ୟାପଟେନ ଜୋ ରୁଟ୍‌ ୩୬ ଓ ରରି ବର୍ଣ୍ଣସ ୪୩ ରନରେ ଖେଳୁଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.