ETV Bharat / sports

ଆଇସିସି ଟେଷ୍ଟ ରାଙ୍କିଂ ଜାରି, ଟପ୍ ଅଲରାଉଣ୍ଡର ମଧ୍ୟରେ ଅଶ୍ବିନ - ଦୁବାଇ

ଆଇସିସି ପକ୍ଷରୁ ଜାରି ହେଲା ଟେଷ୍ଟ ଖେଳାଳିଙ୍କ ରାଙ୍କିଂ । ଏହି ତାଲିକାରେ ଭାରତୀୟ ଓପନର ରୋହିତ ଶର୍ମା, ସ୍ପିନର ଅଲରାଉଣ୍ଡର ରବିନଚନ୍ଦ୍ରନ ଅଶ୍ବିନ ଓ ଋଷଭ ପନ୍ତଙ୍କୁ ଫାଇଦା ମିଳିଛି। ଅଧିକ ପଢ଼ନ୍ତୁ...

R Ashwin breaks into top 5 all-rounders in test rankings
ଆଇସିସି ଟେଷ୍ଟ ରାଙ୍କିଂ ଜାରି, ଟପ୍ ଅଲରାଉଣ୍ଡର ମଧ୍ୟରେ ଅଶ୍ବୀନ
author img

By

Published : Feb 17, 2021, 10:06 PM IST

ଦୁବାଇ: ଆଇସିସି ପକ୍ଷରୁ ଜାରି ହେଲା ଟେଷ୍ଟ ଖେଳାଳିଙ୍କ ରାଙ୍କିଂ। ଏହି ତାଲିକାରେ ଭାରତୀୟ ଓପନର ରୋହିତ ଶର୍ମା, ସ୍ପିନର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଓ ଋଷଭ ପନ୍ତଙ୍କୁ ଫାଇଦା ମିଳିଛି। ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାରେ 9ଟି ସ୍ଥାନ ଉପରକୁ ଉଠି 14ତମ ସ୍ଥାନରେ ପହଞ୍ଚିଛନ୍ତି ରୋହିତ ଶର୍ମା। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ 161 ଇନିଂସ ପରେ ସେ ବ୍ୟାଟସମ୍ୟାନ ତାଲିକାରେ ଉପରକୁ ଉଠିଛନ୍ତି ।

ସେହିଭଳି ବିଶ୍ବର ଶ୍ରେଷ୍ଠ 5 ଜଣ ଟେଷ୍ଟ ଅଲରାଉଣ୍ଡର ତାଲିକାରେ ସାମିଲ ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆଉ ଜଣେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଆହତ ଜନିତ ସମସ୍ୟା ଯୋଗୁଁ ସେ ଟିମରୁ ବାହାରେ ରହିଛନ୍ତି। ସେହିଭଳି ଆଇସିସି ଟେଷ୍ଟ ମ୍ୟାଚ ବ୍ୟାଟସମ୍ୟାନ ତାଲିକାର 11ତମ ସ୍ଥାନରେ ରହିଛନ୍ତି ଋଷଭ ପନ୍ତ। ସେ ଗୋଟିଏ ସ୍ଥାନ ପଛରେ ରହିଥିଲେ। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ।

  • 🔸 Rohit Sharma breaks into top 15 batsmen
    🔸 Rishabh Pant achieves career-best position
    🔸 Gains for Bangladesh, West Indies and England players

    All this and much more in the latest @MRFWorldwide ICC Test Player Rankings 👇https://t.co/oTSOyRyVJt

    — ICC (@ICC) February 17, 2021 " class="align-text-top noRightClick twitterSection" data=" ">

ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ଟେଷ୍ଟ ତାଲିକାରେ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ରହିଛନ୍ତି। ବ୍ୟାଟସମ୍ୟାନ ତାଲିକାର ଟପରେ ରହିଛନ୍ତି ନ୍ୟୁଜିଲାଣ୍ଡର କେନ ୱିଲିୟମସନ। ଟେଷ୍ଟ ବୋଲର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ଜଶପ୍ରୀତ ବୁମରାହ। ବୋଲର ତାଲିକା ଟପରେ ରହିଛନ୍ତି ଅଷ୍ଟ୍ରେଲିଆର ପାଟ କମିନ୍ସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.