ETV Bharat / sports

ଆଇସିସି ଟେଷ୍ଟ ରାଙ୍କିଂ: ଗୋଟିଏ ସ୍ଥାନ ତଳକୁ ଖସିଲେ କୋହଲି, ପୂଜାରା - ଚେତେଶ୍ବର ପୂଜାରା

ଆଇସିସି ଟେଷ୍ଟ ରାଙ୍କିଂରେ ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ଅଧିନାୟକ ବିରାଟ କୋହଲି ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା। ଅଧିକ ପଢ଼ନ୍ତୁ...

Kohli down to fifth in icc test rankings as Root moves up to third after Chennai double century
ଆଇସିସି ଟେଷ୍ଟ ରାଙ୍କିଂ: ଗୋଟିଏ ସ୍ଥାନ ତଳକୁ ଖସିଲେ କୋହଲି, ପୂଜାରା
author img

By

Published : Feb 10, 2021, 5:14 PM IST

ଦୁବାଇ: ଆଇସିସି ଟେଷ୍ଟ ରାଙ୍କିଂରେ ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ଅଧିନାୟକ ବିରାଟ କୋହଲି ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା। ବୁଧବାର ଆଇସିସି ପକ୍ଷରୁ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଂ ତାଲିକା ଜାରି କରାଯାଇଛି। ସେହିଭଳି ବୋଲର ରାଙ୍କିଂରେ ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ବୀନ ଓ ଜଶପ୍ରୀତ ବୁମରାହ ଗୋଟିଏ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛ। ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ 227 ରନରେ ପରାଜିତ ହୋଇଛି। ଏହି ମ୍ୟାଚରେ ବିରାଟ କୋହଲି ପ୍ରଥମ ଇନିଂସରେ 11 ରନ କରିଥିବା ବେଳେ ଦ୍ବିତୀୟ ଇନିଂସରେ 72ରନ କରିଥିଲେ। ଫଳରେ 852 ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି ବିରାଟ କୋହଲି। ସେହିଭଳି ପ୍ରଥମ ଟେଷ୍ଟ ମ୍ୟାଚର ଦୁଇଟି ଇନିଂସରେ ମୋଟ 88 ରନ କରିଥିବା ଚେତେଶ୍ବର ପୂଜାରା ସପ୍ତମ ସ୍ଥାନକୁ ଖସି ଆସିଛନ୍ତି। ସେ 754 ପଏଣ୍ଟ ହାସଲ କରିଛନ୍ତି।

700 ପଏଣ୍ଟ ସହ ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ରିଷଭ ପନ୍ତ। ଇଲଂଣ୍ଡ ଅଧିନାୟକ ଜୋ ରୁଟଙ୍କ ଜବରଦସ୍ତ ପ୍ରଦର୍ଶନ ୟୋଗୁଁ ସେ ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସେହିଭଳି ରବିଚନ୍ଦ୍ରନ ଅଶ୍ବୀନ ଓ ଜଶପ୍ରୀତ ବୁମରାହ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଅଶ୍ବୀନ 771 ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିବା ବେଳେ ଜଶପ୍ରୀତ ବୁମରାହ 769 ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି। ଦୁଇ ବୋଲର ଇଂଲଣ୍ଡ ବିରୋଧରେ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂଶରେ ଅଶ୍ବୀନ 6ଟି ୱିକେଟ ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.