ETV Bharat / sports

ଭୁବନେଶ୍ବର କୁମାରଙ୍କ ଫୋକସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ - bhubaneswar kumar ipl practice

"ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜକୁ ଧ୍ୟାନରେ ରଖି ଆଇପିଏଲ ସମୟରେ ଅଭ୍ୟାସ କରିବି।" ଏହା କହିଛନ୍ତି ବର୍ତ୍ତମାନ ଭାରତୀୟ ଦଳର ଭରସାଯୋଗ୍ୟ ବୋଲର ଭୁବନେଶ୍ବର କୁମାର। ଅଧିକ ପଢ଼ନ୍ତୁ...

ଭୁବନେଶ୍ବର କୁମାରଙ୍କ ଫୋକସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ

author img

By

Published : Mar 29, 2021, 6:08 PM IST

ମୁମ୍ବାଇ: "ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜକୁ ଧ୍ୟାନରେ ରଖି ଆଇପିଏଲ ସମୟରେ ଅଭ୍ୟାସ କରିବି।" ଏହା କହିଛନ୍ତି ବର୍ତ୍ତମାନ ଭାରତୀୟ ଦଳର ଭରସାଯୋଗ୍ୟ ବୋଲର ଭୁବନେଶ୍ବର କୁମାର। ଇଂଲଣ୍ଡ ବିପକ୍ଷରେ ତୃତୀୟ ଦିନିକିଆରେ ଭୁବନେଶ୍ବର କୁମାର ଦମଦାର ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ଲାଇନକୁ ଧରାଶାୟୀ କରିଥିଲେ। ସେ 10 ଓଭର ବୋଲିଂ କରି ସେ 42 ରନ ଦେଇଥିବା ବେଳେ 3ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ।

ବର୍ତ୍ତମାନ ସନରାଇଜର ହାଇଦ୍ରାବାଦ ଦଳରେ ଯୋଗ ଦେବେ ଭୁବନେଶ୍ବର କୁମାର। ଏହା ପୂର୍ବରୁ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଅଗଷ୍ଟ ମାସରେ ହେବାକୁ ଥିବା ଇଂଲଣ୍ଡ ସିରିଜକୁ ଧ୍ୟାନରେ ରଖି ମୁଁ ଆଇପିଏଲରେ ଅଭ୍ୟାସ ଆରମ୍ଭ କରିବି। ଏଥିପାଇଁ ଦଳର ଚୟନ ହୋଇନାହିଁ। ମୁଁ ବର୍ତ୍ତମାନ ଟେଷ୍ଟ କ୍ରିକେଟରୁ ଅଧିକ ଫୋକସ କରିବାକୁ ଚାହୁଁଛି। ଇଂଲଣ୍ଡ ବିପକ୍ଷରେ ହୋଇଥିବା ସିରିଜରେ ଭଲ ପ୍ରଦର୍ଶନକୁ ନେଇ ମୁଁ ଆଶ୍ବସ୍ତ ଅଛି। କିନ୍ତୁ ଅତୀତରେ ମୋ ପାଇଁ ସବୁ ସ୍ଥିତି ସହଜ ନଥିଲା। ତାହା ଖରାପ ଫର୍ମକୁ ନେଇ ହେଉ ବା ଆହତଜନିତ ସମସ୍ୟାକୁ ନେଇ ହେଉ। ଅତ୍ୟଧିକ କାର୍ଯ୍ୟଭାର ପରିଚାଳନା କିଭଳି କରି ହେବ ସେନେଇ ବିଶେଷ ଧ୍ୟାନ ଦେବା ସହ ମୁଁ ଫିଟ ରହିବାକୁ ଚାହୁଁଛି।"

ଇଂଲଣ୍ଡ ବିପକ୍ଷରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଅଧିକାଂଶ ମ୍ୟାଚରେ ଭାରତ ଟସ ହାରିବା ସତ୍ତ୍ବେ ଉନ୍ନତମାନର ପ୍ରଦର୍ଶନ କରି ପ୍ରତ୍ୟେକ ସିରିଜ ବିଜୟୀ ହୋଇଛି। ଏଥିରେ ଭୁବନେଶ୍ବର କୁମାରଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିଥିଲେ। ଲଗାତାର ଭଲ ବୋଲିଂ କରି ଇଂଲଣ୍ଡ ବ୍ୟାଟିଂ ଅର୍ଡରକୁ ବିଗାଡ଼ି ଦେଇଥିଲେ ଭୁବନେଶ୍ବର କୁମାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.