ETV Bharat / sports

ରକ୍ଷଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତୀୟ ଦଳ: ସେନ ୱାର୍ଣ୍ଣ - ଭାରତ ଭର୍ସେସ ଇଂଲଣ୍ଡ ତୃତୀୟ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣ। ଭାରତୀୟ ଦଳ ଆକ୍ରମକ ବ୍ୟାଟିଂ କରିବା ପରିବର୍ତ୍ତେ ରକ୍ଷଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ସେନ ୱାର୍ଣ୍ଣ। ଅଧିକ ପଢ଼ନ୍ତୁ...

indian batsman not intent to do aggressive batting in third test against england says shane warne
ରକ୍ଷଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତୀୟ ଦଳ: ସେନ ୱାର୍ଣ୍ଣ
author img

By

Published : Feb 25, 2021, 6:42 PM IST

ଗାନ୍ଧୀନଗର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣ। ଇଂଲଣ୍ଡର ବ୍ୟାଟିଂ ଲାଇନ ଅପକୁ ଧ୍ବଂସ କରିବା ପରେ ଭାରତୀୟ ଦଳ ଆକ୍ରମକ ବ୍ୟାଟିଂ କରିବା ପରିବର୍ତ୍ତେ ରକ୍ଷଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ସେନ ୱାର୍ଣ୍ଣ ।

ଇଂଲଣ୍ଡର ଜାକ ଲିଚ ଓ ଜୋ ରୁଟଙ୍କ ସ୍ପିନ ବୋଲିଂ ଯୋଗୁଁ ଭାରତୀୟ ବ୍ୟାଟସମ୍ୟାନ ପଡ଼ିଆରେ ବେଶ ସମୟ ବିତାଇ ପାରିନଥିଲେ। ରୋହିତ ଶର୍ମାଙ୍କ 66 ରନକୁ ଛାଡ଼ି ଦେଲେ କେହି ବି ସେଭଳି ଆଖି ଦୃଶିଆ ରନ କରି ପାରିନଥିଲେ। ଫଳରେ ଭାରତର ପ୍ରଥମ ଇନିଂସ 145ରେ ସିମୀତ ରହିଥିଲା। କେବଳ 33ରନ ଲିଡ ନେଇପାରିଥିଲା ଭାରତୀୟ ଦଳ।

ଏହାକୁ ନେଇ ସେନ ୱାର୍ଣ୍ଣ ଟ୍ବିଟ କରିଛନ୍ତି ଯେ, "ଯେତେବେଳ ମୁଁ ଟିଭି ଖୋଲିଲି ସେତେବେଳ ଆଶ୍ଚର୍ଯ୍ୟ ହୋଇଗଲି। ପ୍ରଥମ ସେସନ ପରେ ଏହି ମ୍ୟାଚରେ ଇଂଲଣ୍ଡ ଫାବୋରାଇଟ ଭଳି ଲାଗୁଛି। କେତେ ଟାର୍ଗଟ ଦେଲେ ତାହାଲେ ଭାରତ ବିଜୟ ଲକ୍ଷ୍ୟ ହାସଲ କରି ପାରିବ। ମୋତେ ଲାଗୁଛି 150ରୁ ଅଧିକ ଟାର୍ଗେଟ ହେଲେ ଭାରତ ପାଇଁ ବହୁତ ବଡ଼ ସମସ୍ୟା ହେବ। ଭାରତ ଏହି ମ୍ୟାଚରେ ଆକ୍ରମକ ଖେଳ ପ୍ରଦର୍ଶନ କରିପାରିନି । ଲାଗୁଛି ଭାରତ ମନରେ ରକ୍ଷଣାତ୍ମକ ବ୍ୟାଟିଂ କରିବାକୁ ସ୍ଥିର କରି ଆସିଛି ।"

ଇଂଲଣ୍ଡ ପ୍ରଥମ ଇନିଂସରେ 112 ରନରେ ଅଲ ଆଉଟ ହୋଇଥିଲା । ତେବେ ଭାରତ ପକ୍ଷରୁ ଏକ ବଡ଼ ସ୍କୋର ଆଶା କରାଯାଉଥିବା ବେଳେ ମାତ୍ର 145 ରନରେ ଭାରତ ସମସ୍ତ ୱିକେଟ ହରାଇଥିଲା। ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ ସର୍ବାଧିକ 5ଟି ୱିକେଟ ନେଇଥିବା ବେଳେ ଜାଲ ଲିଚ 4ଟି ୱିକେଟ ନେଇଥିଲେ। ସେହିଭଳି ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.