ETV Bharat / sports

ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡକୁ 125 ରନ ଟାର୍ଗେଟ

author img

By

Published : Mar 12, 2021, 8:45 PM IST

Updated : Mar 12, 2021, 9:02 PM IST

ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡକୁ 125 ରନ ଟାର୍ଗେଟ
ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡକୁ 125 ରନ ଟାର୍ଗେଟ

20:39 March 12

ଗାନ୍ଧୀନଗର: ଇଂଲଣ୍ଡକୁ 125 ରନ ବିଜୟ ଲକ୍ଷ୍ୟ ଦେଲା ଭାରତ। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର 2 ରନ ରହିଥିବା ବେଳେ ଓପନ କେଏଲ ରାହୁଲ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଦିଲ ରାଶିଦଙ୍କ ବଲରେ ଆଉଟ ହୋଇଥିଲେ ।  

ଭାରତ ପକ୍ଷରୁ କେବଳ ଶ୍ରେୟସ ଆୟର 67 ରନ କରି ଭାରତୀୟ ଦଳ ସ୍କୋରକୁ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ରିଷଭ ପନ୍ତ 21ରନ କରି କିଛି ସମୟ ପିଚରେ ବିତାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା 19 ରନ କରି ଆଉଟ ହୋଇଥିଲେ। ଶିଖର ଧବନ ମାତ୍ର 4 ରନ କରିଥିବା ବେଳେ ମାର୍କ ଉଡଙ୍କ ବଲରେ ବୋଲ୍ଡ ହୋଇଥିଲେ । ଶାର୍ଦ୍ଦୁଲ ଠାକୁର କୌଣସି ଖାତା ଖୋଲିବା ପୂର୍ବରୁ ପାଭେଲିୟନ ଫେରିଥିଲେ।  

ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ ମାତ୍ର 124 ହିଁ କରି ପାରିଥିଲା। ସେପଟେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଦୁଇଟି ୱିକେଟ ନେଇଥିଲେ। କ୍ରିଶ ଜୋର୍ଡାନ, ଆଦିଲ ରାଶିଦ, ମାର୍କ ଉଡ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2021, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.