ଗାନ୍ଧୀନଗର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-20 ମୁକାବିଲା। ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟି-20 ଭାରତ ପାଇଁ କର ବା ମର ମ୍ୟାଚ ହେବ। 5ଟିକିଆ ଟି-20 ସିରିଜରେ ଇଂଲଣ୍ଡ 2-1ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚାହିଁବ ଭାରତ।
ମ୍ୟାଚରେ ଇଂଲଣ୍ଡ ଦ୍ରୁତ ବୋଲିଂ ଆକ୍ରମଣରୁ ବଞ୍ଚିବାକୁ ଚାହିଁବେ ଭାରତ ଟପ ଅର୍ଡର ବ୍ୟାଟସମ୍ୟାନ। ଖାଲି ସେତିକି ନୁହେଁ ଲୋକେସ ରାହୁଲଙ୍କ ଖରାପ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ସିରିଜରେ ଇଂଲଣ୍ଡ ଦ୍ରୁତ ବୋଲର ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମାର୍କ ଉଡ ଦୁଇଟି ମ୍ୟାଚ ଖେଳିଥିବା ବେଳେ ଦୁଇଟି ଯାକ ମ୍ୟାଚ ଇଂଲଣ୍ଡ ବିଜୟ ଲାଭ କରିଛି।
କେ.ଏଲ ରାହୁଲ ତିନୋଟି ମ୍ୟାଚ ଖେଳି 1, 0 ଓ 0 ରନ କରିଛନ୍ତି। ଏହାପରେ ବି ବ୍ୟାଟିଂ କୋଚ ରାହୁଲଙ୍କ ଉପରେ ଭରଷା ରଖିଛନ୍ତି। ତେବେ ଚତୁର୍ଥ ମ୍ୟାଚ ଚୂଡ଼ାନ୍ତ ଦଳରେକ ସାମିଲ ହେବେ କି ସନେଇ ସନ୍ଦେହ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ଭାରତ ସ୍ପିନ ବୋଲିଂ ଆକ୍ରମଣ ଏତେଟା ପ୍ରଭାବ ଦେଖାଇ ପାରିନାହିଁ। ସେପେଟ ଇଂଲଣ୍ଡ ସ୍ପିନ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ତୃତୀୟ ମ୍ୟାଚେର ୟୁଜିବେନ୍ଦ୍ର ଚହଲଙ୍କ ଓଭର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ସମସ୍ତ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରିବାକୁ ଚାହିଁବ।
ଭାରତ ଦଳ
ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି.ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସାଇନି ଓ ଶାର୍ଦ୍ଦୁଳ ଠାକୁର ।
ଇଂଲଣ୍ଡ ଦଳ
ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲୀ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ(ୱିକେଟ କିପର), ସାମ ବିଲିଙ୍ଗ୍ସ, ଜସ ବଟଲର(ୱିକେଟ କିପର), ସାମ କରନ, ଟମ କରନ, କ୍ରିସ ଜୋର୍ଡାନ, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମଲାନ, ଆଦିଲ ରସିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ ଓ ମାର୍କ ଉଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ