ETV Bharat / sports

ପ୍ରଥମ ଇନିଂସରେ ଧରାଶାୟୀ ଇଂଲଣ୍ଡ, ଟ୍ବିଟରରେ ହେଲା ଟ୍ରୋଲ

author img

By

Published : Feb 24, 2021, 9:41 PM IST

ମୋଟେରାରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ କ୍ରିକେଟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛନ୍ତି । ଏହାକୁ ନେଇ ପୂର୍ବତନ କ୍ରିକେଟରଙ୍କ ସମେତ ବହୁ ଫ୍ୟାନ୍ସ ଇଂଲଣ୍ଡ ଦଳକୁ ସମାଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ...

england cricket team trolled in twitter after first innings against india
ପ୍ରଥମ ଇନିଂଶରେ ଧରାଶାୟୀ ଇଂଲଣ୍ଡ, ଟ୍ବିଟରରେ ହେଲା ଟ୍ରଲ

ନୂଆଦିଲ୍ଲୀ: ମୋଟେରାରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ କ୍ରିକେଟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛନ୍ତି । ଏହାକୁ ନେଇ ପୂର୍ବତନ କ୍ରିକେଟରଙ୍କ ସମେତ ବହୁ ଫ୍ୟାନ୍ସ ଇଂଲଣ୍ଡ ଦଳକୁ ସମାଲୋଚନା କରିଛନ୍ତି । ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର 49 ଓଭର ଖେଳି 112 ରନ କରିପାରିଛି ।

  • England doing a great job of making sure they bowl with the pink ball when the lights are on tonight ... !!! #INDvENG

    — Michael Vaughan (@MichaelVaughan) February 24, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ୱନ କହିଛନ୍ତି ଯେ, "ଇଂଲଣ୍ଡ ଯେଭଳି ବ୍ୟାଟିଂ ପ୍ରଦର୍ଶନ କରିଛି ଲାଗୁଛି ଫ୍ଲଡ ଲାଇଟ ଜଳିବା ପୂର୍ବରୁ ଦଳ ବୋଲିଂ କରିବାକୁ ଉତ୍ସାହିତ ରହିଛି । ଏହି ସିରିଜ ପାଇଁ ଇଂଲଣ୍ଡ ଯେଉଁ ଖେଳାଳି ଚୟନ ହୋଇଛନ୍ତି ସେମାନେ କୌଣସି ଲିଗ ମ୍ୟାଚ ଖେଳିବା ଦରକାର। ଫାଷ୍ଟକ୍ଲାସ ମ୍ୟାଚ ଖେଳିବାକୁ ଦଳକୁ ଆପଣ ବିଶ୍ବର ଶ୍ରେଷ୍ଠ ଦଳ ସହ ଟେଷ୍ଟ ମ୍ୟାଚ ଖେଳିବାକୁ ଛାଡ଼ି ପାରିବେ ନାହିଁ ।"

ଏହାପରେ ଭାରତର ପୂର୍ବତନ ଓପନର ଇଂଲଣ୍ଡ ଟିମକୁ ଟ୍ରୋଲ କରିବାକୁ ଯାଇ ରାହୁଲ ଗାନ୍ଧୀଙ୍କ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, "ଇଂଲଣ୍ଡ ଦଳ ଯେଭଳି ଭାବରେ ପଡ଼ିଆକୁ ଓହ୍ଲାଇଲା ଏହି ଭଳି ଭାବରେ ଯିବାକୁ ବାହାରିଥିଲା।"

ସେହୱାଗଙ୍କ ଏହି ଟ୍ବିଟକୁ ଭାରତୀୟ ଦଳର ମହାନ ସ୍ପିନର ହରଭଜନ ସିଂହ ରି-ଟ୍ବିଟ କରି ଲେଖିଛନ୍ତି ଯେ, "ଏହା ହେଉଛି ପୁରୁଣା ବିରୁ ଷ୍ଟାଇଲ" ।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ସ୍ପିନରମାନେ ଜବରଦସ୍ତ ବୋଲିଂ କରିଛନ୍ତି । ଅକ୍ସର ପଟେଲ 6ଟି ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ 3ଟି ୱିକେଟ ନେଇଛନ୍ତି । ସେପଟେ ଈଶାନ୍ତ ଶର୍ମା ନିଜର 100ତମ ଟେଷ୍ଟରେ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ। ଭାରତୀୟ ବୋଲର ଆଗରେ ଇଂଲଣ୍ଡ ବ୍ୟାଟସମ୍ୟାନ ଧରାଶାୟୀ ହୋଇ ପଡ଼ିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.