ETV Bharat / sports

ଟ୍ରେଣ୍ଟବ୍ରିଜ୍‌ ଟେଷ୍ଟ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ, ଟାର୍ଗେଟ ୨୦୯ - ଭାରତ ବନାମ ଇଂଲଣ୍ଡ

ବିରାଟ ବାହିନୀ ସାମ୍ନାରେ ୨୦୯ ରନର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

ENG vs IND, 1st Test: England set India 209-run target
ଟ୍ରେଣ୍ଟବ୍ରିଜ୍‌ ଟେଷ୍ଟ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ, ଟାର୍ଗେଟ ୨୦୯
author img

By

Published : Aug 8, 2021, 1:10 PM IST

ନଟିଂହାମ: ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଇଂନିସରେ ଇଂଲଣ୍ଡ ୩୦୩ ରନ୍‌ କରିବା ପରେ ବିରାଟ ବାହିନୀ ସାମ୍ନାରେ ୨୦୯ ରନର ବିଜୟ ଲକ୍ଷ୍ୟ ରହିଛି । ପୂର୍ବରୁ ଇଂଲଣ୍ଡକୁ ପ୍ରଥମ ଇଂନିସରେ ୧୮୩ ରନ୍‌ରେ ରୋକିଥିଲା ଭାରତ ଓ ଜବାବ ପରେ ପ୍ରଥମ ଇଂନିସରେ ୨୭୮ ରନ୍‌ କରିଥିଲା ।

କ୍ୟାପଟେନ ଜୋ ରୁଟ୍‌ ୧୦୯ ରନର ଇଂନିସ ଖେଳିବା ସହ ୨୧ତମ ଶତକ ପୂରଣ କରିଥିଲେ । ଭାରତ ପାଇଁ ଜଶପ୍ରୀତ ବୁମରା ଘାତକ ବୋଲିଂ ସହ ୫ ୱିକେଟ ହାସଲ କରିଥିଲେ । ତେବେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା କେଏଲ ରାହୁଲଙ୍କ ୱିକେଟ ହରାଇ ଭାରତ ୫୨ ରନ୍‌ ହାସଲ କରିନେଇଛି । ଫଳରେ ବିଜୟ ପାଇଁ ଶେଷ ଦିନରେ ଭାରତ ୧୫୭ ରନ ଆବଶ୍ୟକ କରୁଛି । ଅନ୍ୟପଟେ ଇଂଲଣ୍ଡକୁ ମଧ୍ୟ ବିଜୟ ପାଇଁ ୯ ୱିକେଟର ଆବଶ୍ୟକତା ରହିଛି । ମ୍ୟାଚର ଶେଷ ଦିନରେ ଫଳାଫଳ ନିର୍ଣ୍ଣୟ ହେବାକୁ ଥିବାରୁ ରୋମାଞ୍ଚକର ହେବାର ସମ୍ଭାବନା ରହିଛି ।

ଓପନର ରୋହିତ ଶର୍ମା ୩୪ ବଲ୍‌ରୁ ୧୨ ଓ ଚେତେଶ୍ବର ପୂଜାରା ୧୨ ରନ୍‌ରେ ଅପରାଜିତ ଅଛନ୍ତି । ପଞ୍ଚମ ଦିନର ଖେଳ ଅସମାପ୍ତ ୫୨ ରନରୁ ଖେଳ ଆରମ୍ଭ କରିବ ଭ୍ରମଣକାରୀ ଭାରତ ।

ତେବେ ନଜର ପକାନ୍ତୁ ନଟିଂହାମରେ ଟିମ ଇଣ୍ଡିଆର ବିଜୟ ରେକର୍ଡ ଉପରେ...

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟ୍ରେଣ୍ଟବ୍ରିଜ୍‌ରେ ମୋଟ ୭ଟି ଟେଷ୍ଟ ଖେଳାଯାଇଛି । ସେଥିମଧ୍ୟରୁ ଦୁଇଟି ବିଜୟ ଓ ଦୁଇଟିରେ ପରାଜିତ ହୋଇଛି । ବର୍ଷ ୨୦୧୭ ଓ ୨୦୧୮ରେ ବିଜୟୀ ହୋଇଥିଲା ଭାରତ ।

ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ୧୭ ବର୍ଷ ତଳେ ଭାରତୀୟ ଟିମ ଟ୍ରେଣ୍ଟବ୍ରିଜରେ ଟେଷ୍ଟ ମ୍ୟାଚ ଜିଥିଥିଲା । ମାତ୍ର ୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦଳ ଓ ୭ ୱିକେଟ ବାକିଥାଇ ହାସଲ କରିନେଇଥିଲା । ମାତ୍ର ଏଥର ଭାରତ ପାଇଁ ଏତେ ସହଜ ହେବନାହିଁ କାରଣ ଶେଷ ଦିନରେ ୧୫୦ରୁ ଅଧିକ ରନ ସାମ୍ନାରେ ରହିଛି ।

ଇଂଲଣ୍ଡ କୌଣସି ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଉନାହିଁ ଏହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାମାନ୍ୟ ଆଶ୍ବସ୍ଥିକର ହୋଇପାରେ । ମାତ୍ର ମେଘୁଆ ଆକାଶ, ପଞ୍ଚମ ଦିନର ବାଉନ୍ସ ଓ ଚିହ୍ନସବୁରୁ ଫାଇଦା ଉଠାଇବାକୁ ଇଂଲଣ୍ଡର ଦ୍ରୁତ ବୋଲର ରଣନୀତି କରିବେ । ଦ୍ରୁତ ବୋଲିଂକୁ ସୁହାଉଥିବା ପିଚ୍‌ରେ ଅଭିଜ୍ଞ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ଆହ୍ବାନ ମଧ୍ୟ ବିଶେଷ ଭାବେ ବିରାଟ ବାହିନୀ ସାମ୍ନାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.