ETV Bharat / sports

ଆର୍ଚର ଭଲ ବୋଲିଂ ଯୋଗୁଁ ଇଂଲଣ୍ଡ ବୋଲରଙ୍କୁ ସଫଳତା ମିଳିଛି: ମାର୍କ ଉଡ

author img

By

Published : Mar 17, 2021, 10:06 PM IST

ଟି-20 ସିରିଜରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି ଇଂଲଣ୍ଡ ବୋଲର ମାର୍କ ଉଡ। ତେବେ ଏହାର ଶ୍ରେୟ ସେ ସାଥି ବୋଲର ଜୋଫ୍ରା ଆର୍ଚରଙ୍କୁ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ଆର୍ଚର ଭଲ ବୋଲିଂ ଯୋଗୁଁ ଇଂଲଣ୍ଡ ବୋଲରଙ୍କୁ ସଫଳତା ମିଳିଛି: ମାର୍କ ଉଡ
ଆର୍ଚର ଭଲ ବୋଲିଂ ଯୋଗୁଁ ଇଂଲଣ୍ଡ ବୋଲରଙ୍କୁ ସଫଳତା ମିଳିଛି: ମାର୍କ ଉଡ

ଗାନ୍ଧୀନଗର: ଟି-20 ସିରିଜରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି ଇଂଲଣ୍ଡ ବୋଲର ମାର୍କ ଉଡ। ତେବେ ଏହାର ଶ୍ରେୟ ସେ ସାଥି ବୋଲର ଜୋଫ୍ରା ଆର୍ଚରଙ୍କୁ ଦେଇଛନ୍ତି। ତାଙ୍କ ମତରେ ଜୋଫ୍ରା ଆର୍ଚର ଗୋଟିଏ ପଟେ ଭାରତୀୟ ବ୍ୟାଟସମ୍ୟନଙ୍କ ଉପରେ ଚାପ ପକାଉଥିବାରେ ଅନ୍ୟ ବୋଲରଙ୍କୁ ୱିକେଟ ମିଳି ପାରୁଛି।

ମାର୍କ ଉଡଙ୍କ ଦମଦାର ବୋଲିଂ ବଳରେ ଇଂଲଣ୍ଡ ସିରିଜରେ 2-1ରେ ଆଗୁଆ ରହିଛି। ମାର୍କ କ୍ରମାଗତ ତିନୋଟି ମ୍ୟାଚରେ କେ.ଏଲ ରାହୁଲଙ୍କୁ ଆଉଟ କରୁଛନ୍ତି। ତୃତୀୟ ମ୍ୟାଚରେ ମଧ୍ୟ ସେ ରୋହିତ ଶର୍ମା ଓ ଫର୍ମରେ ଥିବା ଶ୍ରେୟସ ଆୟରଙ୍କୁ ଆଉଟ କରିଥିଲେ। ଫଳରେ ଭାରତୀୟ ଦଳ ସେତେ ବଡ଼ ଟାର୍ଗେଟ ଦେଇ ପାରିନଥିଲା।

ଏକ ସାମ୍ବାଦିକ ସମ୍ମିଳନୀ କରି ମାର୍କ ଉଡ୍ କହିଛନ୍ତି ଯେ, "ଇଂଲଣ୍ଡ ବୋଲିଂରେ ଜୋଫ୍ରା ଆର୍ଚରଙ୍କ ପ୍ରଭାବ ରହିଛି। ଗୋଟିଏ ପଟେ ସେ ଭାରତୀୟ ବ୍ୟାଟିସମ୍ୟାନଙ୍କୁ ବଡ଼ ସଟ ଖେଳିବାକୁ ଦେଉନାହାନ୍ତି। ଯାହା ଫଳରେ ଅନ୍ୟ ବୋଲରଙ୍କମାନଙ୍କ ବିରୋଧରେ ଭାରତୀୟ ବୋଲର ବଡ଼ ସଟ ଖେଳିବାକୁ ଯାଇ ଆଉଟ ହେଉଛନ୍ତି। ଜୋଫ୍ରା ଆର୍ଚରଙ୍କ ବଲରୁ ସେତେ ରନ ନେଇ ପାରୁନାହାନ୍ତି ଭାରତୀୟ ବ୍ୟାଟସମ୍ୟାନ ଯାହାର ଫାଇଦ ଅନ୍ୟମାନଙ୍କୁ ମିଳୁଛି। ଆମେ ପରସ୍ପର ମଧ୍ୟରେ ଯୋଜନା କରି ବୋଲିଂ କରିଛୁ। ଯାହ ସଫଳ ହୋଇଛି।"

ମାର୍କ ଉଡ ଦୁଇଟି ମ୍ୟାଚ ଖେଳିଥିବା ବେଳେ ସେ ଦୁଇଟି ଯାକ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି। ତେବେ ତୃତୀୟ ମ୍ୟାଚରେ ମାର୍କ ଉଡଙ୍କ ଶେଷ ଓଭରରେ ଅଧିନାୟକ ବିରାଟ କୋହଲି ମହଙ୍ଗା କରି ଦେଇଥିଲେ। ବର୍ତ୍ତମାନ ଏହି ସିରିଜରେ ଇଂଲଣ୍ଡ ଚତୁର୍ଥ ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.