ETV Bharat / sports

ସାଥୀ ଖେଳାଳିଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାରଣ

author img

By

Published : Jul 29, 2023, 11:02 PM IST

ଡେମେନଟିଆ ରୋଗୀଙ୍କ ସମ୍ମାନରେ ଇଂଲଣ୍ଡ ଖେଳାଳୀଙ୍କ ଅଭିନବ ପ୍ରୟାସ । ଆସେସ୍‌ ସିରିଜରେ ନିଜ ଜର୍ସି ବଦଳରେ ସାଥୀ ଖେଳାଳିଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଇଂଲଣ୍ଡ ଖେଳାଳି । ଅଧିକ ପଢ଼ନ୍ତୁ

ସାଥୀ ଖେଳାଳୀଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଇଂଲଣ୍ଡ ଖେଳାଳୀ

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଆସେସ୍ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍‌ର ଶନିବାର ଥିଲା ତୃତୀୟ ଦିନ । ତେବେ ଏହିଦିନର ଖେଳ ଏକ ଅଜବ ଘଟଣାରୁ ଆରମ୍ଭ ହୋଇଛି । ଶନିବାର ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡର ସମସ୍ତ ଖେଳାଳୀ ନିଜର ଜର୍ସି ପିନ୍ଧି ନିଜ ସାଥୀ ଖେଳାଳିଙ୍କ ନାଁ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଏହା ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ଏହା ପଛର କାରଣ ଜାଣିବା ପରେ ସମସ୍ତେ ତାଳି ମାରି ଇଂଲଣ୍ଡ ଖେଳାଳିଙ୍କ ଏପରି କାର୍ଯ୍ୟକୁ ସ୍ବାଗତ କରିଥିଲେ । ତେବେ ଇଂଲଣ୍ଡ ଖେଳାଳୀମାନେ ଡେମେନଟିଆ ରୋଗରେ ପଡ଼ୁଥିବା ଲୋକଙ୍କ ସମ୍ମାନରେ ଏପରି କରିଥିଲେ ବୋଲି ଜଣାପଡ଼ିଛି ।

ଜାରି ରହିଥିବା ଆଶେସ୍‌ ସିରିଜର ଶେଷ ମ୍ୟାଚ୍‌ର ତୃତୀୟ ଦିନରେ ଭେଟେରାନ ବୋଲର ଜେମ୍ସ ଆଣ୍ଡରସନ ସାଥୀ ଖେଳାଳୀ ଷ୍ଟୁଆର୍ଟ ବ୍ରଡଙ୍କ ଜର୍ସି ପିନ୍ଧିଥିବା ବେଳେ ଜନି ବେୟାରଷ୍ଟୋ ଅଧିନାୟକ ବେନ ଷ୍ଟୋକ୍ସଙ୍କ ଜର୍ସି ପିନ୍ଧିଥିଲେ । ସେହିପରି ମୋଇନ ଅଲ୍ଲୀ ଦ୍ରୁତ ବୋଲର କ୍ରିସ ୱକ୍ସ, ଜୋ ରୁଟଙ୍କ ଜର୍ସି ମାର୍କ ଉଡ୍‌ଙ୍କ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏପରି ସମସ୍ତ ଖେଳାଳି ଅଲଗା ଅଲଗା ନାଁ ରହିଥିବା ସାଥୀ ଖେଳାଳିଙ୍କ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଦର୍ଶକମାନେ ଦ୍ବନ୍ଦ୍ବରେ ମଧ୍ୟ ପଡ଼ିଥିଲେ । କିନ୍ତୁ ଏହା ପଛର କାରଣ ଜାଣିବା ପରେ ସମସ୍ତେ ତାଳି ମାରି ଖେଳାଳିଙ୍କ ଏପରି ପଦକ୍ଷେପକୁ ସ୍ବାଗତ କରିଥିଲେ ।

ଇଂଲଣ୍ଡ ଖେଳାଳୀମାନେ ଡେମେନଟିଆ ରୋଗରେ ପଡ଼ୁଥିବା ଲୋକଙ୍କ ସମ୍ମାନରେ ଆଜି ଏପରି କରିଥିଲେ । ଏହି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କର ସ୍ମରଣ ଶକ୍ତି ଚାଲିଯାଏ । ସେମାନେ କାହାକୁ ଠିକ ଭାବରେ ଚିହ୍ନି ପାରନ୍ତି ନାହିଁ । ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ଖେଳାଳୀମାନେ ଆଜି ମ୍ୟାଚ୍‌ ପୂର୍ବରୁ ନିଜ ଜର୍ସି ପରିବର୍ତ୍ତେ ସାଥୀ ଖେଳାଳୀଙ୍କ ନାଁ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଫୋକସରେ ଡ୍ରେନେଜ୍‌ ସିଷ୍ଟମ, ବର୍ଷା ହେଲେ କଭର ହେବ ଗ୍ରାଉଣ୍ଡ

ତେବେ ଏପରି ନିଷ୍ପତ୍ତି ଇସିବି ଓ ଆଲଜହେଇମେର ସୋସାଇଟି ନେଇଥିବା ଇଂଲଣ୍ଡର ସହାୟକ କୋଚ୍‌ ମାର୍କ ଟ୍ରେସକୋଥିକ କହିଛନ୍ତି । ସେ କହିଛନ୍ତି, "ଆମେ ଆଲଜହେଇମେର ସୋସାଇଟିକୁ ସମର୍ଥନ କରୁଛୁ । ଆଜିର ଏହି ବିଷୟ ଆମ ହୃଦୟ ସହ ଜଡ଼ିତ । ଡେମେନଟିଆ ଏକ ଭୟଙ୍କର ରୋଗ । ଆମେ ଏଠାରେ ଲୋକଙ୍କୁ ଏହି ରୋଗ ନେଇ ସଚେତନ ଓ ରୋଗ ସମ୍ପର୍କରେ ଶିକ୍ଷା ଦେବାକୁ ଚେଷ୍ଟା କରିଛୁ । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଆର୍ଥିକ ଅନୁଦାନର ପରିମାଣ ବୃଦ୍ଧି କରିବାକୁ ଚାହିଁଛୁ । ଯେତେ ଅଧିକ ଟଙ୍କା ଓ ସଚେତନତା ସୃଷ୍ଟି ହୋଇପାରିବ, ସେତେ ଅଧିକ ଗବେଷଣା ହୋଇପାରିବ । ଆମେ ଦେଖିବାକୁ ପାଉଛୁ ଯେ ନୂଆ ଚିକିତ୍ସା ପଦ୍ଧତି ଓ ଔଷଧ ସବୁ ମାର୍କେଟକୁ ଆସିଲାଣି । ଏହି ରୋଗ ନିରାକରଣରେ ଏହାର ବଡ଼ ପ୍ରଭାବ ପଡ଼ିପାରେ । ଆଶା ଅଛି ଯେ ଆଜିର ଛୋଟ ପ୍ରୟାସଟି ଲୋକଙ୍କୁ ରୋଗ ସମ୍ପର୍କରେ ବୁଝିବାରେ ସହାୟକ ହେବ ।" ତେବେ ଟ୍ରେସକୋଥିକ ହେଉଛନ୍ତି ଇଂଲଣ୍ତ ଟିମର ପୂର୍ବତନ ଓପନର । ତାଙ୍କ ବାପା ମାର୍ଟିନ ମଧ୍ୟ ଡେମେନଟିଆ ରୋଗରେ ପୀଡ଼ିତ ଅଛନ୍ତି ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.