ETV Bharat / sports

ଇଂଲଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ

author img

By

Published : Sep 8, 2021, 7:32 PM IST

୨୦୨୨ରେ ପୁଣି ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ । ଏହାକୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଖେଳ ସୂଚୀ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ...

ଇଂଲଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଭାରତୀୟ ଦଳ

ଲଣ୍ଡନ: ୨୦୨୨ରେ ପୁଣି ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ । ଏହାକୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଖେଳ ସୂଚୀ ଜାରି କରାଯାଇଛି । ଆଗାମୀ ବର୍ଷ ଜୁଲାଇ ମାସରେ ଏହି ଗସ୍ତ କରିବ ଭାରତୀୟ ଦଳ । ବର୍ତ୍ତମାନ ଭାରତୀୟ ଦଳ ୫ ଟିକିଆ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ଏହି ସିରିଜର ଶେଷ ମ୍ୟାଚ ସେପ୍ଟେମ୍ବର ୧୦ ତାରିଖରେ ଖେଳାଯିବ ।

ତେବେ ଏହାରି ମଧ୍ୟରେ ଆଗାମୀ ବର୍ଷ ମଧ୍ୟ ଖେଳସୂଚୀ ପ୍ରସ୍ତୁତ କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ । ଭାରତ ସହ ସୀମିତ ଓଭର କ୍ରିକେଟ ଖେଳିବା ପୂର୍ବରୁ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ମ୍ୟାଚ ସିରିଜ ଖେଳିବ ଇଂଲଣ୍ଡ । ତେବେ ଭାରତ ସହ ୩ଟି ଟି-୨୦ ମ୍ୟାଚ ସିରିଜ ଓ ୩ଟି ଦିନିକିଆ ସିରିଜ ଖେଳିବ ଇଂଲଣ୍ଡ । ୨୦୨୨ ଜୁଲାଇ ୧ ତାରିଖରୁ ଟି-୨୦ ସିରିଜ ଆରମ୍ଭ ହେବ ।

ପ୍ରଥମ ମ୍ୟାଚ ଜୁଲାଇ ୧ ତାରିଖରେ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ ଜୁଲାଇ ୩ ତାରିଖରେ ଖେଳାଯିବ । ଏହାପରେ ଜୁଲାଇ ୬ ତାରିଖରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଜୁଲାଇ ୯ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଦ୍ବିତୀୟ ଦିନିକିଆ ଜୁଲାଇ ୧୨ ତାରିଖରେ ଖେଳାଯିବ । ଶେଷ ଦିନିକିଆ ମ୍ୟାଚ ଜୁଲାଇ ୧୪ ତାରିଖରେ ଖେଳାଯିବ ।

୨୦୨୨ରେ ଦକ୍ଷିଣ ଆଫ୍ରିକା ଦଳ ଲମ୍ବା ଇଂଲଣ୍ଡ ଗସ୍ତ କରିବ । କାରଣ ଏହି ଦଳ ଇଂଲଣ୍ଡ ସହ ୩ଟିଯାକ ଫର୍ମାଟରେ ସିରିଜ ଖେଳିବ । ପ୍ରଥମ ତିନି ଦିନିକିଆ ସିରିଜ ଆରମ୍ଭ ହେବ । ଏହି ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୯ ତାରିଖରେ ଖେଳାଯିବ ଏହାପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଜୁନ ମାସରେ ଇଂଲଣ୍ଡ ସହ ଟେଷ୍ଟ ମ୍ୟାଚ ସିରିଜ ଖେଳିବ । ଜୁନ୍ ୨ ତାରିଖରୁ ଏହି ସିରିଜ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.