ETV Bharat / sports

Lord's Test: ରୋହିତ-ରାହୁଲ ଓ କୋହଲି ଫେଲ, ସଙ୍କଟରେ ଟିମ ଇଣ୍ଡିଆ

author img

By

Published : Aug 15, 2021, 6:58 PM IST

ଇଂଲଣ୍ଡ ଦ୍ରୁତ ବୋଲର ମାର୍କ ଉଡ୍‌ ଦୁଇ ଭାରତୀୟ ଓପନର ରାହୁଲ ଓ ରୋହିତଙ୍କୁ ପ୍ୟାଭିଲିୟନ ଫେରାଇ ଥିବାବେଳେ ସାମ କରନ ଗୁରୁତ୍ବପୂର୍ଣ୍ଣ କୋହଲିଙ୍କ ୱିକେଟ ଦଖଲ କରିଛନ୍ତି । ଅଧିକ ପଢନ୍ତୁ:

ENG vs IND, 2nd Test, Day 4: Rahul, Rohit and Virat fall as hosts gain upper hand at lunch
Lord's Test: ରୋହିତ, ରାହୁଲ ଓ କୋହଲି ଫେଲ୍‌, ସଙ୍କଟରେ ଟିମ ଇଣ୍ଡିଆ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଲର୍ଡ୍ସ ଟେଷ୍ଟରେ ନାଟକୀୟ ମୋଡ ଦେଖିବାକୁ ମିଳିଛି । ପ୍ରଥମ ଇଂନିସରେ 300ରୁ ଅଧିକ ରନ୍‌ କରିଥିବା ଭାରତୀୟ ଟିମ ଦ୍ବିତୀୟ ଇଂନିସରେ ଶୀଘ୍ର ଶୀର୍ଷ କ୍ରମର 3ଟି ୱିକେଟ ହରାଇ ସଂଘର୍ଷ କରୁଛି । ଲଞ୍ଚ ବ୍ରେକ୍‌ ସୁଦ୍ଧା ଭାରତ ମାତ୍ର 29 ରନରେ ଆଗୁଆ ରହିଥିବା ବେଳେ ଦୁଇ ଓପନର କେଏଲ ରାହୁଲ, ରୋହିତ ଶର୍ମା ଓ କ୍ୟାପଟେନ ବିରାଟ କୋହଲିଙ୍କ ୱିକେଟ ହରାଇଛି । ଭାରତର ସ୍କୋର 56/3 ରହିଛି । ଚେତେଶ୍ବର ପୂଜାରା (3*) ଓ ଅଜିଙ୍କ୍ୟ ରାହାଣେ (1*)ରେ କ୍ରିଜ୍‌ରେ ରହିଛନ୍ତି ।

ଇଂଲଣ୍ଡ ଦ୍ରୁତ ବୋଲର ମାର୍କ ଉଡ୍‌ ଦୁଇ ଭାରତୀୟ ଓପନର ରାହୁଲ ଓ ରୋହିତଙ୍କୁ ପ୍ୟାଭିଲିୟନ ଫେରାଇଥିବାବେଳେ ସାମ କରନ ଗୁରୁତ୍ବପୂର୍ଣ୍ଣ କୋହଲିଙ୍କ ୱିକେଟ ଦଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇଂଲଣ୍ଡରେ 75ତମ ସ୍ବାଧୀନତା ଦିବସ ପାଳିଲା ଟିମ ଇଣ୍ଡିଆ

କେଏଲ ରାହୁଲ ଭାରତର ସ୍କୋର 18 ଥିବାସମୟରେ ପ୍ରଥମ ୱିକେଟ ଭାବେ (5) ଆଉଟ୍‌ ହୋଇଥିଲେ । ପରେ ରୋହିତ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ଏକ ବେପରୁଆ ସଟ୍‌ ଖେଳି 21 ରନରେ ୱିକେଟ ହରାଇଥିଲେ । ଫଳରେ ଭାରତର ସ୍କେରା 27/2 ହୋଇଥିଲା । ପରେ କୋହଲି ଓ ପୂଜାରା ମିଶି ଦଳୀୟ ସ୍କୋର 50 ପାର୍‌ କରାଇଥିଲେ । ମାତ୍ର ଫର୍ମ ଫେରିପାଇବାକୁ ସଂଘର୍ଷ କରୁଥିବା କୋହଲି ମାତ୍ର 20 ରନ କରିପାରିଛନ୍ତି ।

ପୂର୍ବରୁ ପ୍ରଥମ ଇଂନିସରେ ଭାରତର 364 ରନ୍‌ ଜବାବରେ ଘରୋଇ ଦଳ କ୍ୟାପଟେନ ରୁଟ୍‌ଙ୍କ ଶତକ ସହାୟତାରେ 391ରନ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.