ETV Bharat / sports

INDvsBAN 2nd Test: ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ, ବାଂଲାଦେଶ 80 ରନ ପଛରେ

author img

By

Published : Dec 23, 2022, 10:05 PM IST

ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ବାଂଲଦେଶ ବିନା ୱିକେଟରେ ୭ ରନ କରିଛି । ଅଧିକ ପଢନ୍ତୁ

ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ

ମୀରପୁର : ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ବାଂଲଦେଶ ୬ ଓଭରରେ ବିନା ୱିକେଟରେ ୭ ରନ କରିଛି । ସେପଟେ ଭାରତ ପ୍ରଥମ ଇନିଂସରେ ୮୭ ରନରେ ଆଗୁଆ ରହିଥିଲା । ଟିମ ଇଣ୍ଡିଆ ୩୧୪ ରନ କରି ଅଲଆଉଟ ହୋଇଛି । ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ବାଂଲଦେଶ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ଦଳ ବିନା ୱିକଟରେ ୭ ରନ କରିଛି । ଦୁଇ ଓପନର ନାଜମୁଲ ହସେନ ସାଣ୍ଟ ଓ ଜାକିର ହସେନ କ୍ରମଶଃ ୫ ଓ ୨ ରନ କରି ଅପରାଜିତ ରହିଛନ୍ତି ।

ସେପଟେ ଭାରତ ପ୍ରଥମ ଇନିଂଲରେ ୩୧୪ ରନ କରି ଅଲ ଆଉଟ ହୋଇଛି । ଶ୍ରେୟାସ ଆୟାର ଓ ଋଷଭ ପନ୍ତଙ୍କ ଦମଦାର ପାଳି ବଳରେ ଦଳ ୩୦୦ ରନ ଅତିକ୍ରମ କରିବାରେ ସଫଳ ହେବା ସହ ୮୭ ରନ ଆଗରେ ରହିଛି । ଋଷଭ ପନ୍ତ ଶତକରୁ ବଞ୍ଚିତ ହେବା ସହ ୯୩ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ଶ୍ରେୟାସ ଆୟାର ୮୭ ରନର ଇନିଂସ ଖେଳିଥିଲେ । ସେପଟେ ପୂଜାରା ଓ ବିରାଟ ପ୍ରଥମ ଇନିଂସରେ ନିରାଶ କରିଥିଲେ । ଉଭୟ ୨୪ ରନ କରି ଆଉଟ ହୋଇଥିଲେ ।

ଲୋକେଶ ରାହୁଲ ୧୦, ଶୁବମନ ଗିଲ ୨୦ ରନ କରି ଆଉଟ ହୋଇଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ମାତ୍ର ୪ ରନ କରି ସଅଳ ପାଭଲିୟନ ଲେଉଟି ଯାଇଥିଲେ । ରବିଚନ୍ଦ୍ରନ ଅଶ୍ବୀନ ୧୨ ରନ, ମହମ୍ମଦ ସିରାଜ ୭ ରନ, ଜୟଦେବ ଉନାଦକତ ଓ ଉମେଶ ଯାଦବ ଉଭଯ ୧୪ ରନ କରିଥିଲେ । ବାଂଲାଦେଶର ତାଇଜୁଲ ଇସଲାମ ଓ ସାକିବ ଅଲ ହାସନ ସର୍ବାଧିକ ୪ ଟି ୱିକେଟ ହାସଲ କରିଥିଲେ । ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ରନ କରି ଅଲଆଉଟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.