ETV Bharat / sports

ଇଂଲଣ୍ଡରେ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସରିଜ ପାଇଁ ECBର ଅଫର୍ - ପାକିସ୍ତାନ ସହିତ ଭାରତ ଖେଳିବ ଟେଷ୍ଟ ମ୍ୟାଚ

ଭବିଷ୍ୟତରେ ଉଭୟ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସରିଜ ପାଇଁ ECB ଆୟୋଜକ ରହିବା ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ସହିତ ଆଲୋଚନା କରିଛି । ଅଧିକ ପଢନ୍ତୁ

ଭାରତ ପାକସ୍ତାନ ମଧ୍ୟରେ ଟେଷ୍ଟ ସରିଜ ପାଇଁ ECB ର ପ୍ରସ୍ତାବ
ଇଂଲଣ୍ଡରେ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସରିଜ ପାଇଁ ECBର ଅଫର୍
author img

By

Published : Sep 27, 2022, 9:11 PM IST

Updated : Sep 27, 2022, 9:25 PM IST

ହାଇଦ୍ରାବାଦ: ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ଭାରତ ଖେଳିବ ଟେଷ୍ଟ ମ୍ୟାଚ ! ଏନେଇ ଆଜି ଏକ ପ୍ରସ୍ତାବ ଜାରି କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ ( England Cricket Board ) । ଭବିଷ୍ୟତରେ ଉଭୟ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସରିଜ ପାଇଁ ECB ଆୟୋଜକ ରହିବା ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ସହିତ ଆଲୋଚନା କରିଛି । ତେବେ ଇଂଲଣ୍ଡକୁ ନିରପେକ୍ଷ ଭେନ୍ୟୁ ଭାବେ ବ୍ୟବହାର ପାଇଁ ଇସିବି ପ୍ରସ୍ତାବ ଦେଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।

ଭାରତ-ପାକିସ୍ତାନ ମଧ୍ୟରେ ସବୁବେଳେ ହାଇଭୋଲଟେଜ ମ୍ୟାଚ ଖେଳାଯାଇଥାଏ । ଉଭୟ ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ କଡା ଟକ୍କର ମ୍ୟାଚକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଦେଖାଯାଇଥାଏ । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଭବିଷ୍ୟତରେ ଟେଷ୍ଟ ମ୍ୟାଚ ଖେଳାଯାଉ ବୋଲି ECB ପ୍ରସ୍ତାବ ରଖିଛି । ମିଡିଆ ରିପୋର୍ଟ ଅନୁଯାୟୀ ଇଂଲଣ୍ଡ କ୍ରିକେଟ ବୋର୍ଡ ଭାରତ ପାକିସ୍ତାନ ଟେଷ୍ଟ ସିରିଜର ନିରପେକ୍ଷ ଆୟୋଜକ ରହିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସହ ଆଲୋଚନା କରିଛି । ତେବେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ଟେଷ୍ଟ ମ୍ୟାଚ ଖେଳିବାକୁ ତଥା ECBର ଏହି ପ୍ରସ୍ତାବ ଉପରେ ବିସିସିଆଇର ନିଷ୍ପତ୍ତି କଣ ରହୁଛି ତାହା ଜାଣିବାକୁ କ୍ରିକେଟ ପ୍ରେମୀଙ୍କ ପାଖରେ ଆଗ୍ରହ ପ୍ରକାଶ ପାଇଛି ।

ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଆଗ୍ରହ ପ୍ରକାଶ କରିଥାନ୍ତି । ସମ୍ପ୍ରତି ଏସିଆ କପ୍ 2022ରେ ଉଭୟ ଦଳର ମ୍ୟାଚ ଦେଖିବା କ୍ରିକେଟ ପ୍ରଶଂସକଙ୍କ ପାଖରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଇଂଲଣ୍ଡରେ ଏହି ମ୍ୟାଚ୍ ବହୁ ସଂଖ୍ୟାରେ ଲୋକଙ୍କୁ ଆକର୍ଷିତ କରିବ ବୋଲି ଭାବି ECB ଏହି ପ୍ରସ୍ତାବ ଦେଇଛି । ବର୍ଷ 2011 ଦିନିକିଆ ବିଶ୍ବକପରେ, ଯେତେବେଳେ ଉଭୟ ଚୀର ପ୍ରତିଦ୍ବନ୍ଦୀ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ସେତେବେଳେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା 495 ନିୟୁତ ବୋଲି ଗଣନା କରାଯାଇଥିଲା ।

Last Updated : Sep 27, 2022, 9:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.