ETV Bharat / sports

ଦୁଲୀଫ ଟ୍ରଫି, ପୂର୍ବାଞ୍ଚଳ ଦଳରେ ଶାନ୍ତନୁଙ୍କୁ ସୁଯୋଗ

author img

By

Published : Aug 26, 2022, 11:28 AM IST

ଓଡିଶାରୁ ଏକମାତ୍ର ଖେଳାଳି ଭାବେ ପୂର୍ବାଞ୍ଚଳ ଦଳରେ ଶାନ୍ତନୁ ମିଶ୍ରଙ୍କୁ ସ୍ଥାନ ମିଳିଛି । ସେହିପରି ପେସ ବୋଲର ରାଜେଶ ମହାନ୍ତିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି । ଅଧିକ ପଢନ୍ତୁ

ଇଷ୍ଟ ଜୋନ ଟିମରେ ଓଡ଼ିଆ ପୁଅ ଶାନ୍ତନୁ
ଇଷ୍ଟ ଜୋନ ଟିମରେ ଓଡ଼ିଆ ପୁଅ ଶାନ୍ତନୁ

କଟକ: ଦୁଲୀପ ଟ୍ରଫି ୨୦୨୨-୨୩ ପାଇଁ(Duleep Trophy) ଗଠନ ହୋଇଛି ୧୫ ଜଣିଆ ସଦସ୍ୟ ବିଶିଷ୍ଠ ଇଷ୍ଟ ଜୋନ ଟିମ । ସେପ୍ଟେମ୍ବର ୮ରୁ ୨୫ ତାରିଖ ଯାଏଁ ଚାଲିବ ଦୁଲୀପ ଟ୍ରଫି । ଏଥିପାଇଁ ରାଞ୍ଚି ସ୍ଥିତ ଜେଏସପିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପୂର୍ବାଞ୍ଚଳ ଦଳ ଚୟନ କମିଟିର ବୈଠକ ଶେଷ ହୋଇଛି । ଓଡିଶାରୁ ଏକମାତ୍ର ଖେଳାଳି ଭାବେ ପୂର୍ବାଞ୍ଚଳ ଦଳରେ ଶାନ୍ତନୁ ମିଶ୍ରଙ୍କୁ ସ୍ଥାନ ମିଳିଛି । ସେହିପରି ପେସ ବୋଲର ରାଜେଶ ମହାନ୍ତିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି । ବୈଠକରେ ଅନ୍ତର୍ଜାତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ମନୋଜ ତିୱାରୀଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଝାଡଖଣ୍ଡ କ୍ରିକେଟ ଆସୋସିଏସନର ବିରାଟ ସିଂଙ୍କୁ ଉପଅଧିନାୟକ ଭାର ମିଳିଛି ।

ଓଡିଶାର ଏକମାତ୍ର ଖେଳାଳି ଭାବେ ଶାନ୍ତନୁଙ୍କୁ ଦଳରେ ସ୍ଥାନ ମିଳିଛି । ଇଂଲଣ୍ଡରେ କ୍ଳବ କ୍ରିକେଟ ଖେଳି ଗତ ସପ୍ତାହରେ ଓଡିଶା ଫେରିଛନ୍ତି ଶାନ୍ତନୁ । ଦୁଲୀପ ଟ୍ରଫିରେ ଶାନ୍ତନୁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି । ଅନ୍ୟପକ୍ଷରେ ଦୁଲୀପ ଟ୍ରଫି ନିମନ୍ତେ ପୂର୍ବାଞ୍ଚଳ ଦଳରେ ପେସ ବୋଲର ରାଜେଶ ମହାନ୍ତିଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଥିବା OCA ପକ୍ଷରୁ ସୂଚନା ମିିଳିଛି ।

ଏହା ବି ପଢନ୍ତୁ...Asia Cup, ଯେବେ ୧୫ ବର୍ଷ ଟ୍ରଫି ଜିତିନଥିଲା ଭାରତ

ଆସନ୍ତା ମାସରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ କ୍ରିକେଟ ଲିଗ ମ୍ୟାଚ୍‌ (Legends League Cricket matches) । ସେପ୍ଟେମ୍ବର ୧୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ୧୦ ଦେଶର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଟିମ୍‌ ଗଠନ ହୋଇଛି । ମୋଟ ୬ଟି ସହରରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଏଥିରେ କଟକ ମଧ୍ୟ ସାମିଲ ରହିଛି ।

ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ ଖେଳାଯିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଏହା ନିଶ୍ଚିତ ଭାବରେ ଓଡ଼ିଆ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର ଯେ ବାରବାଟୀରେ ମ୍ୟାଚ୍‌ ହେବ । ଏଠାରେ ଏକ ଘରୋଇ ସଂସ୍ଥା ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବ । ଲିଗର ଉଦଘାଟନୀ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଇଣ୍ଡିଆ ମହାରାଜାସ ଓ ୱାର୍ଲସ ଜ୍ୟାଥସ ମଧ୍ୟରେ ଅନୁଷ୍ଠିତ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.