ETV Bharat / sports

Duleep Trophy: ସେମିରେ ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ, 5ରୁ ସେମିଫାଇନାଲ ରାଉଣ୍ଡ

author img

By

Published : Jul 2, 2023, 2:50 PM IST

ଭାରତୀୟ ଘରୋଇ କ୍ରିକେଟର ସମ୍ମାନଜନକ ପ୍ରତିଯୋଗିତା ଦୁଲୀପ ଟ୍ରଫିର ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । କେନ୍ଦ୍ରାଞ୍ଚଳ ଓ ଉତ୍ତରାଞ୍ଚଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ସେମିରେ ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ
Duleep Trophy

ବେଙ୍ଗାଲୁରୁ: ଚଳିତ ବିସିସିଆଇ ଘରୋଇ କ୍ରିକେଟର ସମ୍ମାନଜନକ ପ୍ରତିଯୋଗିତା ଦୁଲୀପ ଟ୍ରଫିର କ୍ବାର୍ଟର ଫାଇନାଲ ରାଉଣ୍ଡ ଶେଷ ହୋଇଛି । ଏଥିରେ ବୃହତ ବିଜୟ ହାସଲ କରିଛନ୍ତି ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ । ଦୁଇଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଫଳରେ ଦୁଲୀପ ଟ୍ରଫିର ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଆସନ୍ତା ଜୁଲାଇ 5 ତାରିଖରେ ସେମିଫାଇନାଲ ରାଉଣ୍ଡ ଆରମ୍ଭ ହେବ । ଏହା ପରେ ଜୁଲାଇ 12ରୁ ଫାଇନାଲ ଖେଳାଯିବ ।

ଏହା ବି ପଢନ୍ତୁ...ICC World Cup Qualifier: ବିଶ୍ବକପ୍‌ ଇତିହାସରେ ପ୍ରଥମ; ୨ଥର ବିଶ୍ବ ବିଜୟୀ ୱେଷ୍ଟ୍‌ଇଣ୍ଡିଜ୍‌ ଏଥର ଖେଳିପାରିବନି ଓ୍ୱାର୍ଲ୍ଡକପ୍

ସେମି ଫାଇନାଲରେ କେନ୍ଦ୍ରାଞ୍ଚଳ ଓ ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ମୁକାବିଲା ହେବ । କେନ୍ଦ୍ରାଞ୍ଚଳ ପୂର୍ବାଞ୍ଚଳକୁ 170ରନରେ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଥିବା ବେଳେ ଉତ୍ତରାଞ୍ଚଳ ଉତ୍ତରପୂର୍ବାଞ୍ଚଳକୁ 511 ରନରେ ପରାସ୍ତ କରିଛି । କେନ୍ଦ୍ରାଞ୍ଚଳକୁ ଜିତାଇଲେ ସୌରଭ । ସେମି ଫାଇନାଲରେ କେନ୍ଦାଞ୍ଚଳ ଓ ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ମୁକାବିଲା ଖେଳାଯିବ । ପୂର୍ବାଞ୍ଚଳକୁ କେନ୍ଦ୍ରାଞ୍ଚଳ 170 ରନରେ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଥିବା ବେଳେ ଉତ୍ତରାଞ୍ଚଳ ଉତ୍ତରପୂର୍ବାଞ୍ଚଳକୁ 511 ରନରେ ପରାସ୍ତ କରିଛି ।

କ୍ୟାରିଅରରେ 64 ରନ ଦେଇ 8 ୱିକେଟ ହାସଲ କରିଥିବା ସ୍ପିନର ସୌରଭ କୁମାର କେନ୍ଦ୍ରାଞ୍ଚଳ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହି ମ୍ୟାଚରେ ସୁବାଷ 11ଟି ୱିକେଟ ନେଇଛନ୍ତି । ପ୍ରଥମ ଇନିଂସରେ 64 ରନ ଦେଇ ସଫଳତା ହାସଲ କରିଛନ୍ତି ସୌରଭ । ଜୁଲାଇ 5ରୁ ଆରମ୍ଭ ହୋବାକୁ ଥିବା ସେମିଫାଇନାଲରେ କେନ୍ଦାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ମୁକାବିଲା ହେବେ । ପଶ୍ଚିମାଞ୍ଚଳ ସିଧାସଳଖ ସେମିରେ ପ୍ରବେଶ କରିଛି । ମ୍ୟାଚ୍‌ର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କେନ୍ଦ୍ରାଞ୍ଚଳ ବିଜୟ ପଥ ପରିସ୍କାର କରିଥିଲା । 300 ରନର ଟାର୍ଗେଟ ପିଛା କରି ପୂର୍ବାଞ୍ଚଳ ଅନ୍ତିମ ଦିନରେ 96/6ରୁ ଖେଳ ଆରମ୍ଭ କରି 129ରେ ଆଲଆଉଟ ହୋଇଥିଲା । ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ସୌରଭ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ବି ପଢନ୍ତୁ...ଅଗରକର ହେବେ BCCI ମୁଖ୍ୟ ଚୟନକର୍ତ୍ତା ! ଦିଲ୍ଲୀ କ୍ୟାପିଟାଲ୍ସରୁ ଦେଲେ ଇସ୍ତଫା

511ରନରେ ଜିତିଲା ଉତ୍ତରାଞ୍ଚଳ: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଉତ୍ତରାଞ୍ଚଳ ଉତ୍ତର ପୂର୍ବାଞ୍ଚଳକୁ 511ରନରେ ପରାସ୍ତ କରିଛି । ଅନ୍ତିମ ଦିବସରେ 666 ବିଜୟ ଲକ୍ଷ୍ୟ ପିଛା କରୁଥିବା ଉତ୍ତର ପୂର୍ବାଞ୍ଚଳ 58/3 ବ୍ୟାଟିଂ ଆରମ୍ଭ କରିଥିଲା । ଉତ୍ତରାଞ୍ଚଳ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା ଉତ୍ତର ପୂର୍ବାଞ୍ଚଳ । 154ରନରେ ଅଟକି ଯାଇଥିଲା । ଉତ୍ତରାଞ୍ଚଳ ପକ୍ଷରୁ ପୁଲକିତ ନାରଙ୍ଗ ସର୍ବାଧିକ 4ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.