ETV Bharat / sports

Duleep Trophy 2023: ଜୁନ୍‌ ୨୮ରୁ ଦୁଲୀପ ଟ୍ରଫି, ଯୁବ ତାରକାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଜୁନ ୨୮ରୁ ଆରମ୍ଭ ହେବ ଦୁଲୀପ ଟ୍ରଫି । ଭାରତ ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ ହାରିବା ପରେ ଏବେ ବରିଷ୍ଠ ଖେଳାଳିଙ୍କର ବିକଳ୍ପ ଖୋଜା ଚାଲିଛି । ଏହି ପରିପ୍ରେକ୍ଷୀରେ ଦୁଲୀପ ଟ୍ରଫି ଯୁବ ତାରକାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

Duleep Trophy 2023
Duleep Trophy 2023
author img

By

Published : Jun 17, 2023, 10:14 PM IST

ନୂଆଦିଲ୍ଲୀ: ଆସନ୍ତା ଜୁନ ୨୮ରୁ ପ୍ରଥମ ଶ୍ରେଣୀ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫି ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମୋଟ ୬ଟି ଜୋନ୍‌କୁ ନେଇ ଆୟୋଜିତ ହେବାକୁ ଥିବାବେଳେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କର୍ଣ୍ଣାଟକର ବିଭିନ୍ନ ଗ୍ରାଉଣ୍ଡ୍‌ରେ ଖେଳାଯିବ । ତେବେ ଆଇପିଏଲ୍‌ ପରେ ଦୁଲୀପ ଟ୍ରଫି ବହୁ ଯୁବ ତାରକାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି କୁହାଯାଉଛି । ୨୦୨୩-୨୦୨୫ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ସିଜିନ ଆରମ୍ଭ ପୂର୍ବରୁ ଭାରତୀୟ ଦଳର କିଛି ବରିଷ୍ଠ ଖେଳାଳୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ସେମାନଙ୍କ ବିକଳ୍ପ ଖୋଜିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଦୁଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟଟି ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ଭଳି ଦେଶର ୬ଟି ଜୋନ୍‌କୁ ନେଇ ଖେଳାଯିବ । ତେବେ ଗତ କିଛି ସିଜନରେ ଘରୋଇ କ୍ରିକେଟ୍‌ ଓ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରୁଥିବା କିଛି ଖେଳାଳିଙ୍କ ଉପରେ ବିସିସିଆଇ ଚୟନକର୍ତ୍ତାଙ୍କ ନଜର ରହିଛି । ଏହାରି ଭିତରେ ବର୍ତ୍ତମାନ ଦୁଲୀପ ଟ୍ରଫି ଆରମ୍ଭ ହୋଇଥିବାରୁ ଏଥିରେ ସେମାନେ ନିଜର ଦକ୍ଷତା ପ୍ରମାଣିତ କରି ଚୟନକର୍ତ୍ତାଙ୍କ ମନ ଜିଣିବା ପାଇଁ ସୁଯୋଗ ପାଇବେ । ଏହି ଟୁର୍ଣ୍ଣାମେଣ୍ଟରୁ ଅନେକ ଯୁବ କ୍ରିକେଟର୍‌ ଭାରତୀୟ କ୍ରିକେଟ ଦଳରେ ସୁଯୋଗ ପାଇ ପାରିବେ ବୋଲି ଆଶା କରାଯାଉଛି ।

ଦକ୍ଷିଣାଞ୍ଚଳ ଦଳ: ଦକ୍ଷିଣାଞ୍ଚଳ ଦଳର ଅଧିନାୟକ ଭାର ହନୁମା ବିହାରୀଙ୍କ କାନ୍ଧରେ ରହିଥିବା ବେଳେ ମୟଙ୍କ ଅଗ୍ରୱାଲ ଉପଅଧିନାୟକ ଦାୟିତ୍ବ ପାଇଛନ୍ତି । କେଏସ୍‌ ଭରତଙ୍କ ଭଳି ଟେଷ୍ଟ ଅଭିଜ୍ଞ ୱିକେଟ୍‌ କିପର୍‌ ମଧ୍ୟ ରହିଛନ୍ତି । ଏମାନଙ୍କ ବ୍ୟତୀତ ତିଲକ ବର୍ମା, ସାଇ ସୁଦର୍ଶନ ଓ ୱାସିଂଟନ ସୁନ୍ଦରଙ୍କ ଭଳି ଯୁବ ଖେଳାଳୀ ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ତିଲକ ଓ ସାଇ ସୁଦର୍ଶନ ଉଭୟ ବାମହାତି ବ୍ୟାଟର ଓ ମଧ୍ୟକ୍ରମ ପାଇଁ ଯୋଗ୍ୟ ହୋଇଥିବାରୁ ସେମାନଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ।

କେନ୍ଦ୍ରାଞ୍ଚଳ ଦଳ: ନୂଆକରି ଶିବମ ମାଭିଙ୍କୁ କେନ୍ଦ୍ରାଞ୍ଚଳ ଦଳର ଅଧିନାୟକ ଭାର ମିଳିଛି । ତେବେ ଏହି ଦଳରେ ମୁଖ୍ୟ ଆକର୍ଷଣ ସାଜିବେ ରିଙ୍କୁ ସିଂହ । ଆଇପିଏଲ୍‌ ୨୦୨୩ରେ ରିଙ୍କୁ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଖୁବ୍‌ଶୀଘ୍ର ସେ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି । ଖେଳ ଶେଷ କରିବା ପାଇଁ ଫିନିସର୍‌ ଭାବେ ଭାରତୀୟ ଦଳକୁ ଜଣେ ବିସ୍ଫୋରକ ବ୍ୟାଟରଙ୍କ ଆବଶ୍ୟକତା ରହିଛି । ସେଥିପାଇଁ ରିଙ୍କୁଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଧ୍ରୁବ ଜୁରେଲ ମଧ୍ୟ କେନ୍ଦ୍ରାଞ୍ଚଳ ଦଳରେ ରହିଛନ୍ତି । ସେହିଭଳି ଅଭେଶ ଖାନ୍‌ଙ୍କ ଭଳି ବୋଲର କେନ୍ଦ୍ରାଞ୍ଚଳ ପାଇଁ ବୋଲିଂ ବିଭାଗ ସମ୍ଭାଳିବେ ।

ପଶ୍ଚିମାଞ୍ଚଳ ଦଳ: ଖୁବ୍‌ଶୀଘ୍ର ଭାରତ ପାଇଁ ୩ଟି ଯାକ ଫର୍ମାଟ୍‌ରେ ପଦାର୍ପଣ କରିବାକୁ ଯାଉଥିବା ପ୍ରମୁଖ ଖେଳାଳୀ ପଶ୍ଚିମାଞ୍ଚଳ ଦଳରେ ରହିଛନ୍ତି । ଏହି ଦଳରେ ଋତୁରାଜ ଗାଏକ୍‌ୱାଡ, ଯଶସ୍ବୀ ଜୟସ୍ବାଲ, ସର୍ଫରାଜ ଖାନ ପ୍ରମୁଖ ସ୍ଥାନ ପାଇଛନ୍ତି । ଖୁବଶୀଘ୍ର ଏମାନେ ଭାରତୀୟ ଦଳକୁ ଆସିବେ ବୋଲି କୁହାଯାଉଛି । ସେହିପରି ପ୍ରଭାବୀ ଓପନର ଭାବେ ଗଣା ହେଉଥିବା ପୃଥ୍ବୀ ଶ' ଗତ ଆଇପିଏଲରେ ଯଦିଓ ଭଲ ପ୍ରଦର୍ଶନ କରିପାରିନଥିଲେ, ତାଙ୍କ ପାଇଁ ଦୁଲୀପ ଟ୍ରଫି ଆଉ ଏକ ସୁଯୋଗ ନେଇ ଆସିଛି ।

ପୂର୍ବାଞ୍ଚଳ ଦଳ: ଅଭିମନ୍ୟୁ ଈଶ୍ବରନ୍‌ ଏହି ଦଳର ଅଧିନାୟକ ଭାବେ ଦାୟିତ୍ବ ପାଇଛନ୍ତି । ତେବେ ଏହି ଦଳର ବୋଲିଂ ବିଭାଗ ବେଶ୍‌ ପରିଚିତ ଓ ଶକ୍ତିଶାଳୀ ରହିଛି । ଦଳରେ ରହିଥିବା ଅଧିକାଂଶ ବୋଲର ନିକଟ ଭବିଷ୍ୟତରେ ଭାରତ ପାଇଁ ଖେଳିବାର ସମ୍ଭାବନା ରହିଛି । ସିଏସ୍‌କେ ପେସ୍‌ ବୋଲର ମୁକେଶ କୁମାର ଗତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଦଳର ଷ୍ଟାଣ୍ଡବାଇ ସଦସ୍ୟ ରହିଥିଲେ । ସେହିପରି ୟଶ ଠାକୁର, ଇଶାନ ପୋରେଲ ପ୍ରମୁଖ ଭାରତ 'ଏ' ପକ୍ଷରୁ ପୂର୍ବରୁ ଖେଳିସାରିଛନ୍ତି । ଏମାନଙ୍କ ବ୍ୟତୀତ ୱିକେଟ୍‌ କିପର ଅଭିଷେକ ପୋରେଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ଉତ୍ତରାଞ୍ଚଳ ଦଳ: ମନ୍‌ଦୀପ ସିଂହଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ମିଳିଥିବା ବେଳେ ଜମ୍ମୁ ଓ କାଶ୍ମୀର ଅଲ୍‌ରାଉଣ୍ଡର ଆବିଦ ମୁସ୍ତାକଙ୍କୁ ଉତ୍ତରାଞ୍ଚଳ ଦଳରେ ସ୍ଥାନ ମିଳିଛି । ସେ ଗତ ରଣଜୀ ଟ୍ରଫିରେ ୩୨ଟି ୱିକେଟ୍‌ ନେଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ । ସେହିପରି ପ୍ରଭସିମ୍ରନ ସିଂହ ଗତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗସ ପାଇଁ ଶତକ ଅର୍ଜନ କରିଥିଲେ । ଯୁବ ଦୃତ ବୋଲର ବୈଭବ ଆରୋରା ଓ ସିଦ୍ଧାର୍ଥ କୌଲଙ୍କ ଉପରେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.