ETV Bharat / sports

ଆଫଗାନରେ ତାଲିବାନ ଅରାଜକତା: ଆଶଙ୍କାରେ ରସିଦ ଖାନ୍‌, ନବିଙ୍କ ଆଇପିଏଲ ଅଂଶଗ୍ରହଣ

author img

By

Published : Aug 16, 2021, 9:20 PM IST

ଆଫଗାନିସ୍ତାନରେ ଜାରି ରାଜନୈତିକ ଅରାଜକତା ସ୍ଥିତି ଯୋଗୁଁ ରସିଦ ଖାନ ଓ ମହମ୍ମଦ ନବି ଆଇପିଏଲ ଖେଳିବା ଆଶଙ୍କାରେ । ଅଧିକ ପଢନ୍ତୁ...

doubts on playing of afghan players in ipl-2021 due to taliban occupation of afghanistan
ଆଶଙ୍କାରେ ଆଫଗାନ କ୍ରିକେଟରଙ୍କ IPL ଅଂଶଗ୍ରହଣ

ହାଇଦ୍ରାବାଦ: ଆଫଗାନିସ୍ତାନରେ ଜାରି ରାଜନୈତିକ ଅରାଜକତା ସ୍ଥିତି ଏକ ନୂଆ ମୋଡ ନେବାର ସମ୍ଭାବନା ରହିଛି । ଏହାମଧ୍ୟରେ ଆଇପିଏଲ ଖେଳୁଥିବା ଟିମର ଶୀର୍ଷ କ୍ରିକେଟରଙ୍କ ମଧ୍ୟରେ ରସିଦ ଖାନ ଓ ମହମ୍ମଦ ନବି ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଲାଗି ରହିଛି ।

ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ରୁ UAEରେ ଖେଳାଯିବା ନେଇ ସୂଚୀ ରହିଛି । ଅନ୍ୟପଟେ ତାଲିବାନ ଆଫଗାନିସ୍ତାନ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛି । ଦେଶର ରାଷ୍ଟ୍ରପତି ଅସରଫ ଘନି ତାଜାକିସ୍ତାନର ଶରଣରେ ନେଇସାରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରସିଦ ଖାନ ଓ ମହମ୍ମଦ ନବି ଆଫଗାନିସ୍ତାନରେ ନାହାନ୍ତି । ଦୁଇ କ୍ରିକେଟର ଇଂଲଣ୍ଡରେ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି ।

ଗତ କିଛି ବର୍ଷରେ ଆଫଗାନିସ୍ତାନ କ୍ରିକେଟର ଭଲ ବିକାଶ ହୋଇଛି । ଆଫଗାନ କ୍ରିକେଟର୍ସ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରଭାବୀ ପ୍ରଦର୍ଶନ ଦେଖାଇବା ସହ ବିଶ୍ବର ବଡ ଲିଗ୍‌ରେ ପ୍ରମୁଖ ଖେଳାଳି କରିଛନ୍ତି ।

PTI ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସ୍ଥିତିରେ କିଛି କହିବା ଶୀଘ୍ର ହେବ, ନଜର ରହିଛି । ଆଫଗାନ କ୍ରିକେଟର ଆଇପିଏଲ ଖେଳିବା ନେଇ ଆଶା ରହିଛି ।

୨୧ ଅଗଷ୍ଟରେ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟ ଶେଷ ହେବାପରେ ଦୁଇ ଆଫଗାନ କ୍ରିକେଟର ସ୍ବଦେଶ ଫେରିବେ କିମ୍ବା ଇଂଲଣ୍ଡରେ ରହିବେ ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥିତିରେ ଦୁଇ ଖେଳାଳିଙ୍କୁ ଇଂଲଣ୍ଡରୁ BCCI ଚାଟାର୍ଡ ବିମାନ ଯୋଗେଁ ଆସିବାକୁ କହୁଛି ନା ନାହିଁ, ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ୧୫ ସେପ୍ଟେମ୍ବରରେ ଭାରତୀୟ ଟିମ ମାଞ୍ଚେଷ୍ଟରରୁ UAE ଅଭିମୁଖେ ଉଡାଣ ଭରିବ । ମହମ୍ମଦ ନବି ଓ ରସିଦ ଖାନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ ଖେଳୁଛନ୍ତି । ଏନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସହ ବିସିସିଆଇ କଥା ହେବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.