ETV Bharat / sports

Border Gavaskar Trophy: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ କମେଣ୍ଟ୍ରି କରିବେ DK

author img

By

Published : Feb 4, 2023, 6:54 PM IST

ଫେବୃଆରୀ ୯ ତାରିଖରେ ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅନ୍ୟ କମେଣ୍ଟ୍ରେଟର୍ସ ସହିତ ଦିନେଶ କାର୍ତ୍ତିକ ମଧ୍ୟ କମେଣ୍ଟ୍ରି କରିବେ । ଅଧିକ ପଢନ୍ତୁ

ଦିନେଶ କାର୍ତ୍ତିକ
ଦିନେଶ କାର୍ତ୍ତିକ

ହାଇଦ୍ରାବାଦ : ବୋର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ ଏହି ସିରିଜର ସେଟରେ ପ୍ରତ୍ୟାବର୍ତ୍ତନ କରିବେ । ଦିନେଶ କାର୍ତ୍ତିକ ଏହି ସିରିଜର କମେଣ୍ଟ୍ରି କରୁଥିବାର ନଜର ଆସିବେ । ଏହି ମ୍ୟାଚରେ ଅନ୍ୟ କମେଣ୍ଟ୍ରେଟର୍ସ ସହିତ ଦିନେଶ କାର୍ତ୍ତିକ ମଧ୍ୟ କମେଣ୍ଟ୍ରି କରିବେ । DK ଙ୍କ କମେଣ୍ଟ୍ରିକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏବେ ଏହା ସ୍ପଷ୍ଟ ହୋଇଛି ।

  • Made my Test debut in India against Australia...
    Well...It's happening again! ☺️ #Excited #INDvAUS

    — DK (@DineshKarthik) February 2, 2023 " class="align-text-top noRightClick twitterSection" data=" ">

Made my Test debut in India against Australia...
Well...It's happening again! ☺️ #Excited #INDvAUS

— DK (@DineshKarthik) February 2, 2023

DK ତାଙ୍କ ଟ୍ବିଟର ହ୍ୟାଣ୍ଡେଲ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାହୋଇଥିଲା ଯେ "ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ କମେଣ୍ଟ୍ରି କରିବା ପାଇଁ ବେଶ୍ ଉତ୍ସାହିତ ।" ଦିନେଶ କାର୍ତ୍ତିକ ଏହା ପ୍ରଥମ ଥର ପାଇଁ କମେଣ୍ଟ୍ରିରେ ଅଂଶ ଗ୍ରହଣ କରୁନାହାଁନ୍ତି । ଏହା ପୂର୍ବରୁ ମଧ୍ୟ DK ମ୍ୟାଚରେ କମେଣ୍ଟ୍ରି କରିଥିବାର ନଜର ଆସିଛନ୍ତି । ଏହି ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ ଟିମ ଇଣ୍ଡିଆରେ କମ ବ୍ୟାକ କରିବା ନେଇ କମେଣ୍ଟ୍ରି ବଦଳରେ ଗ୍ରାଉଣ୍ଡରେ ନଜର ଆସିଥିଲେ । ହେଲେ ଏବେ ଦିନେଶ କାର୍ତ୍ତିକ ପୁଣି ଥରେ କମେଣ୍ଟ୍ରି କରିବାର ନଜର ଆସିବେ । ଦିନେଶ କାର୍ତ୍ତିକ ଟିମ ଇଣ୍ଡିଆ ଜର୍ସିରେ ଶେଷ ଥର ପାଇଁ ଟି୨୦ ବିଶ୍ବକପରେ ନଜର ଆସିଥିଲେ । ଏହା ପରଠୁ DKଙ୍କୁ ଟିମ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳି ନାହିଁ ।

ଦିନେଶ କାର୍ତ୍ତିକ ୨୦୧୯ ଦିନିକିଆ ବିଶ୍ବକପରେ ସଦସ୍ୟ ରହିଥିଲେ । ହେଲେ ଭାରତ ସେମିଫାଇନାଲରୁ ବିଦା ହୋଇଥିଲା । ଶେଷ ଥର ପାଇଁ ବର୍ଷ ୨୦୧୯ ରେ ଜୁଲାଇରେ ଭାରତ ପାଇଁ ଖେଳିଥିଲେ ଡିକେ । ଏହାପରେ ଦିନେଶ କାର୍ତ୍ତିକଙ୍କୁ ଦଳକୁ ବାଦ ଦିଆଯାଇଥିଲା । ଆଇପିଏଲ ୨୦୨୨ RCB ତରଫରୁ ଖେଳି ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲେ । ଏହା ପରେ ପୁଣି ତିନି ବର୍ଷ ପରେ ଦିନେଶ କାର୍ତ୍ତିକ ଦଳକୁ ଜବରଦସ୍ତ କମବ୍ୟାକ କରିଥିଲେ । ଏହା ସହିତ ଡିକେ ୨୦୨୨ ଟି୨୦ ବିଶ୍ବକପରେ ଖେଳିବା ତାଙ୍କ ସ୍ବପ୍ନ ବୋଲି ଟ୍ବିଟ କରିଥିଲେ । ଯେତେବେଳେ ବିଶ୍ବକପ ସ୍କ୍ବାଡରେ ତାଙ୍କ ନାମ ସାମିଲ ହୋଇଥିବା ସେ ଦେଖିଥିଲେ ସେ ଭାବବିହ୍ବଳ ହୋଇପଡିଥିଲେ । ଆଉ ଟ୍ବିଟରେ ଲେଖିଥିଲେ "ସ୍ବପ୍ନ ସତ ହୁଏ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.