ନୂଆଦିଲ୍ଲୀ: ଅଧାରେ ସ୍ଥଗିତ ରହିଲା ଇଣ୍ଡିଆନ ପ୍ରିମିୟର ଲିଗ୍ର 14ତମ ସଂସ୍କରଣ । ଏକାଧିକ ଖେଳାଳି କୋରୋନା ସଂକ୍ରମିତ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ମେଗା ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । କୋରୋନାର ଦ୍ବିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବାବେଳେ ପ୍ରତିଦିନ ହଜାର ହଜାର ଲୋକେ ପ୍ରାଣ ହରାଉଛନ୍ତି । ଏପରି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ମଧ୍ୟ ଦାବି ଦେଉଥିଲା । ମାତ୍ର ବିସିସିଆଇ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁୟାୟୀ ଜାରି ରହିବ ବୋଲି ପୂର୍ବରୁ କୁହାଯାଇଥିଲା । ତେବେ ଏହା ମଧ୍ୟରେ ଏପରି ଏକ ପରିସଂଖ୍ୟାନ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଜାତୀୟ ରାଜଧାନୀ ଦିଲ୍ଲୀରେ 4ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ଅରୁଣ ଜେଟଲି ଷ୍ଟାଡିୟମରେ ମ୍ୟାଚ ଖେଳିଥିବା ଟିମ୍ର ରନ ଠାରୁ ଦିଲ୍ଲୀରେ କୋଭିଡ-19 ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଏହା କୋରାନାର ସଙ୍ଗୀନ ସ୍ଥିତି ବୟାନ କରୁଛି ।
ଏପ୍ରିଲ 28ରେ ମୋଟ 344 ରନ୍ ଦିଲ୍ଲୀର ଆଇପିଏଲ ମ୍ୟାଚରେ ହୋଇଥିଲା, ଅନ୍ୟପଟେ ସମାନ ଦିନ କୋଭିଡରେ ସହରରେ 368 ଲୋକଙ୍କ ଜୀବନ ଯାଇଥିଲା । ଏପ୍ରିଲ 29ରେ 343 ରନ୍ ହୋଇଥିବାବେଳେ, 395 ଲୋକଙ୍କ ସେହି ଦିନ ମୃତ୍ୟୁ ହୋଇଥିଲା । ମେ 2ରେ 407 ଲୋକେ ପ୍ରାଣ ହରାଇଥିବାବେଳେ, 385 ରନ୍ ହୋଇଥିଲା ।
ଯେଉଁ 4ଟି ମ୍ୟାଚ ଦିଲ୍ଲୀରେ ଖେଳାଯାଇଛି, ସେହିଦିନରେ ମୋଟ 1,582 ଲୋକଙ୍କ ଜୀବନ ଯିବା ସହ 96,202 ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଦିଲ୍ଲୀରେ ଆଇପିଏଲ ମ୍ୟାଚ ( କୋଭିଡ ମୃତ୍ୟୁ ଓ ଆଇପିଏଲ ରନ୍ )
ଏପ୍ରିଲ 28( ମୋଟ ରନ୍ ଠାରୁ ଅଧିକ 24 ମୃତ୍ୟୁ ସଂଖ୍ୟା )
ଚେନ୍ନାଇ ସୁପର କିଙ୍ଗ୍ସ (173/3) ବନାମ ସନରାଇଜର୍ସ ହାଇଦ୍ରାବାଦ(171/3)=344
ମୃତ୍ୟୁ - 368, ନୂଆ କେସ୍- 26,354= 26,722
ଏପ୍ରିଲ 29( ମୋଟ୍ ରନ ଠାରୁ ମୃତ୍ୟୁ ସଂଖ୍ୟା 52 ଅଧିକ )
ମୁମ୍ବାଇ ଇଣ୍ଡିଆନ୍ସ (172/3) ବନାମ ରାଜସ୍ଥାନ ରୟାଲ୍ସ(171/4)= 343
ମୃତ୍ୟୁ - 395, ନୂଆ କେସ୍- 24,235=24,630
ମେ 1( ମୋଟ ରନ୍ ଠାରୁ 25 ମୃତ୍ୟୁ ଅଧିକ )
ମୁମ୍ବାଇ ଇଣ୍ଡିଆନ୍ସ(219/6) ବନାମ ଚେନ୍ନାଇ ସୁପର କିଙ୍ଗ୍ସ(218/4) = 437 ରନ୍
ମୃତ୍ୟୁ- 412, ନୂଆ କେସ୍- 25,219= ମୋଟ 25631
ମେ 2(ମୋଟ ରନ୍ ଠାରୁ 22 ମୃତ୍ୟ ଅଧିକ)
ରାଜସ୍ଥାନ ରୟାଲ୍ସ(220/3) ବନାମ ସନରାଇଜର୍ସ ହାଇଦ୍ରାବାଦ(165/8)= 385 ରନ୍
ମୃତ୍ୟୁ - 407, ନୂଆ କେସ୍- 20394= 20,801
(IANS)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ