ETV Bharat / sports

IPL 2022: କୋରୋନା ଡର, ବଦଳିଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍‌ର ଭେନ୍ୟୁ

author img

By

Published : Apr 19, 2022, 5:52 PM IST

ଦିଲ୍ଲୀ କ୍ଯାପିଟାଲ୍ସ ସ୍କ୍ବାଡ୍‌ର ୫ ସଦସ୍ୟଙ୍କୁ କୋରୋନା । ବଦଳିଲା ଏପ୍ରିଲ ୨୦ ତାରିଖରେ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଭେନ୍ୟୁ । ଅଧିକ ପଢ଼ନ୍ତୁ

IPL 2022: କୋରୋନା ଡର, ଦିଲ୍ଲୀ-ପଞ୍ଜାବ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ

ଦିଲ୍ଲୀ: ଏପ୍ରିଲ ୨୦ ତାରିଖରେ ପଞ୍ଜାବ କିଙ୍ଗ୍ସ(PBKS) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଭେନ୍ୟୁ ପରିବର୍ତ୍ତନ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଚେଲ ମାର୍ଶ ଓ ଦୁଇଜଣ ସପୋର୍ଟ ଷ୍ଟାଫ୍‌ଙ୍କୁ ମିଶାଇ ମୋଟ ୫ ଜଣ କୋଭିଡ ସଂକ୍ରମିତ ହେବା ପରେ ଏହି ମ୍ୟାଚ୍‌ ହେବ କି ନାହିଁ ଆଶଙ୍କା ଲାଗି ରହିଥିଲା । ତେବେ ମ୍ୟାଚ୍‌ ଖେଳାଯିବ ବୋଲି ସ୍ପଷ୍ଟ କରିଛନ୍ତି BCCI ସମ୍ପାଦକ ଜୟ ଶାହା ।

  • UPDATE:
    The #DCvPBKS match scheduled for tomorrow, 20th April, has been shifted to the Brabourne Stadium, Mumbai from MCA Stadium, Pune in light of the recent COVID-19 cases in the camp.

    The entire contingent will undergo another round of RT-PCR testing on Wednesday morning. pic.twitter.com/EgZojafHLQ

    — Delhi Capitals (@DelhiCapitals) April 19, 2022 " class="align-text-top noRightClick twitterSection" data=" ">

UPDATE:

— Delhi Capitals (@DelhiCapitals) April 19, 2022

ତେବେ ଦିଲ୍ଲୀ କ୍ୟାମ୍ପରେ କୋରୋନା ସଂକ୍ରମଣ ଚିନ୍ତା ବଢାଇଛି । ବର୍ତ୍ତମାନ ସୁଦ୍ଧା ୫ଜଣ ଖେଳାଳି ବା ସପୋର୍ଟ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇ ସାରିଛନ୍ତି । ଫଳରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଏପ୍ରିଲ ୨୦ରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଭେନ୍ୟୁ ପୁନେର MCA ଷ୍ଟାଡିୟମ ପରିବର୍ତ୍ତେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବା ନେଇ ଘୋଷଣା କରାଯାଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଏକାଧିକ ସପୋର୍ଟ ଷ୍ଟାଫ୍‌ ବା ଖେଳାଳି କୋରୋନା ସଂକ୍ରମିତ ହେବାପରେ ପୁରା ଟିମ୍‌କୁ କ୍ବାରେଣ୍ଟିନରେ ରହିବାକୁ ପଡିିଛି । ଟିମର ସମସ୍ତ ସଦସ୍ୟଙ୍କର RTPCR ଟେଷ୍ଟ ମଧ୍ୟ କରାଯାଉଛି । ଗତକାଲି(ସୋମବାର) ଦିଲ୍ଲୀ କ୍ୟାପିଟାଲ୍ସର ଅଲ୍‌ରାଉଣ୍ଡର ମିଚେଲ ମାର୍ଶ କୋରୋନା ସଂକ୍ରମିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.