ETV Bharat / sports

ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ, ଦିଲ୍ଲୀ ପୋଲିସକୁ DCWର ନୋଟିସ - ଟିମ ଇଣ୍ଡିଆ

ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟ ହୋଇଥିଲା ଭାରତୀୟ ଦଳ । ଏହାପରେ ଅଧିନାୟକ ବିରାଟ କୋହଲିଙ୍କ ଶିଶୁକନ୍ୟାକୁ ଅନଲାଇନରେ ଆସିଛି ଧମକ । ଅଧିକ ପଢନ୍ତୁ...

ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ: ଦିଲ୍ଲୀ ପୋଲିସକୁ DCWର ନୋଟିସ

author img

By

Published : Nov 2, 2021, 3:17 PM IST

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ବକପ୍‌ରେ ଲଗାତାର ୨ଟି ମ୍ୟାଚରେ ପରାଜୟ ହୋଇଛି ଟିମ ଇଣ୍ଡିଆ । ତେବେ ଦୁବାଇରେ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ପରାଜୟ ହୋଇଥିଲା । ଏହି ହାର ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ କିଛି ଦୁର୍ବୃତ୍ତ ଅନଲାଇନରେ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମହିଳା ଦିଲ୍ଲୀ କମିଶନ(DCW) ତଦନ୍ତ ପାଇଁ ମଙ୍ଗଳବାର ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ।

ମହିଳା ଦିଲ୍ଲୀ କମିଶନର ଚେୟାରମ୍ୟାନ ସ୍ବାତି ମାଲିୱାଲ କହିଛନ୍ତି ଯେ ଟ୍ବିଟର ମାଧ୍ୟମରେ ବିରାଟଙ୍କ ୯ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଧମକକାରୀ ସମ୍ପର୍କରେ ତଥ୍ୟ ଏକଜୁଟ କରିବା ପାଇଁ ଦିଲ୍ଲୀ ପୋଲିସକୁ ଟ୍ବିଟ ମାଧ୍ୟମରେ ସ୍ବାତି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଭାରତୀୟ ଦଳ ଦେଶକୁ ଅନେକ ଥର ଗୌରବାନ୍ବିତ କରିଛନ୍ତି । ତେବେ ଏହି ହାର ଯୋଗୁଁ ଏପରି ଆଚରଣ କ'ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ଘଟଣାର FIR ଠାରୁ ଆରମ୍ଭ କରି ଅଭିଯୁକ୍ତକୁ ଖୋଜି ତାକୁ ଗିରଫ କରାଯାଉ ବୋଲି କହିଛି ମହିଳା ଦିଲ୍ଲୀ କମିଶନ । ଅଭିଯୁକ୍ତ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ସେୟାର କରିବା ପାଇଁ ମଧ୍ୟ କହିଛି କମିଶନ । ଏହି ଘଟଣାରେ ଯଦି କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି ତେବେ ଅଭିଯୁକ୍ତକୁ ଗିରଫ ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ ସୂଚନା ଦେବା ପାଇଁ ମହିଳା କମିଶନ କହିଛି ।

ତେବେ ଦିଲ୍ଲୀ ପୋଲିସ ଆସନ୍ତା ନଭେମ୍ବର ୮ ତାରିଖ ମଧ୍ୟରେ ସମସ୍ତ ତଥ୍ୟ ମହିଳା କମିଶନକୁ ହସ୍ତାନ୍ତର କରିବ ବୋଲି କହିଛି । ସୂଚନା ଥାଉ କି ଚଳିତ ଟି-୨୦ ବିଶ୍ବକପରେ ଭାରତୀୟ ଦଳ ପାକିସ୍ତାନ ଠାରୁ ମ୍ୟାଚ ହାରିବା ପରେ ବିରାଟଙ୍କ ଝିଅକୁ ଏପରି ଘୃଣ୍ୟ କମେଣ୍ଟ ଆସିବାରେ ଲାଗିଛି । ସେପଟେ ବୋଲ୍‌ର ମହମ୍ମଦ ସାମିଙ୍କ ଧର୍ମକୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ଏହା ଉପରେ ସୋସିଆଲ ମିଡ଼ିଆରେ ମନ୍ତବ୍ୟ ରଖି କୋହଲି ଟ୍ରୋଲର୍ସଙ୍କୁ ନିନ୍ଦା କରିଥିଲେ । ସାମିଙ୍କୁ ସମର୍ଥନ କରିବା ପରେ କୋହଲିଙ୍କୁ କିଛି ଟ୍ରୋଲର୍ସ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.