ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାୱନ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଅପିଲ କରିଛନ୍ତି । ପ୍ଲାଜମା ଚିକିତ୍ସା ଦ୍ବାରା ଗୁରୁତର ଅସୁସ୍ଥ ରୋଗୀଙ୍କ ଜୀବନ ବଞ୍ଚିପାରିବ ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ଧାୱନ କହିଛନ୍ତି, "ସାରା ଦେଶ କୋଭିଡ-19 କବଳରେ କବଳିତ, ନିଜର ସଂପର୍କୀୟଙ୍କୁ ବଞ୍ଚାଇବା ପାଇଁ ଲୋକେ ସବୁ କିଛି ପ୍ରୟାସ କରୁଛନ୍ତି । ହସ୍ପିଟାଲ ଓ ବ୍ଲଡ ବ୍ୟାଙ୍କକୁ ଦୌଡି ନୟାନ୍ତ ରୋଗୀଙ୍କ ସଂପର୍କୀୟ ।
ତେବେ କୋରୋନାକୁ ହରାଇଥିବା ବ୍ୟକ୍ତି ଅନ୍ୟ ସଂକ୍ରମିତଙ୍କ ଜୀବନ ବଞ୍ଚାଇପାରିବେ । ଯଦି ଆପଣ କୋରୋନାକୁ ହରାଇଛନ୍ତି, ତେବେ ଈଶ୍ବର ଆପଣଙ୍କୁ ଏକ ସୁପରପାୱର ଦେଇଛନ୍ତି । ଏହାକୁ ବ୍ୟର୍ଥ ହେବାକୁ ନଦେଇ ଦାନ କରନ୍ତୁ । ପ୍ଲାଜମା ଦାନ କରନ୍ତୁ ଆର୍ଶ୍ରୀବାଦ ଲାଭ କରନ୍ତୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ