ETV Bharat / sports

WPL 2023: ଆଜି ଦିଲ୍ଲୀ-ବାଙ୍ଗାଲୋର ଲଢେଇ, ଖାତା ଖୋଲିବା ଲକ୍ଷ୍ୟରେ RCB - ମହିଳା ଆଇପିଏଲ

ମହିଳା ପ୍ରିମିୟର ଲିଗ 11ତମ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଦିଲ୍ଲୀ ଚତୁର୍ଥ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଆରିସିବି 4ଟି ମ୍ୟାଚ ହାରିବା ପରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଅଧିକ ପଢନ୍ତୁ

delhi vs banglore match preview
WPL 2023
author img

By

Published : Mar 13, 2023, 10:40 AM IST

ମୁମ୍ବାଇ: ମହିଳା ଆଇପିଏଲରେ ଆଜି (ସୋମବାର) 11ତମ ମ୍ୟାଚ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ୟାପିଟାଲ୍ସ 3ଟି ମ୍ୟାଚ ଜିତି ସାରିଛି । ଚତୁର୍ଥ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ସେହିପରି ଲଗାତାର 4ଟି ମ୍ୟାଚ ହାରିବା ପରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧିନ ଆରିସିବି । ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ଦିଲ୍ଲୀ ଓ ଆରସିବି ମଧ୍ୟରେ ଗତ 5 ତାରିଖରେ ଏକ ମୁକାବିଲା ଖେଳାଯାଇଥିଲା । ଏଥିରେ 60 ରନରେ ଦିଲ୍ଲୀ ବିଜୟ ହାସଲ କରିଥିଲା । ଦିଲ୍ଲୀର ତାରା ନରିସ 5ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଦର୍ଶନ ଆଧାରରେ ଦିଲ୍ଲୀ ମହିଳା ଆଇପିଏଲ 11ତମ ମ୍ୟାଚ ଜିତିବା ଆକଳନ କରାଯାଉଛି । ଦିଲ୍ଲୀ ଏ ପର୍ଯ୍ୟନ୍ତ 4ଟି ମ୍ୟାଚ ଖେଳି 3ଟି ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ମୁମ୍ବାଇ ବିପକ୍ଷ ମୁକାବିଲାରେ ଦିଲ୍ଲୀ ପରାସ୍ତ ହୋଇଥିଲା । 6 ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ ।

ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ଆରିସିବି ବିଜୟ ଖାତା ଖୋଲିବାରେ ବିଫଳ ହୋଇଛି । ଗୋଟିଏ ପରେ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି ଦଳ । ଆରସିବିରେ ଷ୍ଟାର ଖେଳାଳି ଥିବା ସତ୍ତ୍ବେ ଦଳକୁ ପରାସ୍ତ ହେବାକୁ ପଡୁଛି । ମୋଟି 4ଟି ମ୍ୟାଚ ଖେଳି ଗୋଟିଏ ବି ମ୍ୟାଚ ଜିତିନାହିଁ ଆରସିବି । ଆଜି ଦଳର ଭାଗ୍ୟ ଖୋଲିପାରେ । ଟେବୁଲ ଶେଷରେ ରହିଛି ବାଙ୍ଗାଲୋର । ଆରିସିବି ତାର ଶେଷ ମୁକାବିଲାରେ ୟୁପି ୱାରିୟର୍ଜ ପାଖରୁ ପରାସ୍ତ ହୋଇଥିଲା । ଦଳକୁ ବିଜୟ ଖାତା ଖୋଲିବା ସହ ଆଇପିଏଲରେ ତିଷ୍ଠିବାକୁ ହେଲେ ପରବର୍ତ୍ତୀ ମୁକାବିଲା ଜିତିବାକୁ ହେବ । ଲଗାତାର ପରାଜୟ ପାଇଁ ଦଳକୁ ତୃତୀୟ ସ୍ଥାନ ହାସଲ କରିବା କଷ୍ଟକର ହୋଇଛି । ଦଳର ବ୍ୟାଟିଂରେ ଭଲ ପ୍ରଦର୍ଶନ ଥିଲେ ମଧ୍ୟ ବୋଲିଂରେ ବିଫଳ ହୋଇଛି । ଆଜି ଉଭୟ ବିଭାଗରେ ଭଲ ପ୍ରଦର୍ଶନ କଲେ ବିଜୟ ସମ୍ଭବ ହେବ ।

ଏହା ବି ପଢନ୍ତୁ...WPL 2023: ମୁମ୍ବାଇର ବିଜୟଧାରା ଜାରି, 8 ୱିକେଟରେ ହାରିଲା ୟୁପି ୱାରିୟର୍ଜ

ଦିଲ୍ଲୀ ସ୍କ୍ବାର୍ଡ: ମେଗ ଲାନିଙ୍ଗ, ଶେଫାଳି ବର୍ମା, ଜେମିମା ରୋଡ୍ରଗ୍ସି, ମରିଜେନ କେପ, ଲାରା ହାରିସ, ଜେସ ଜୋନାସେନ, ମିନ୍ନୁ ମାଣି, ତନ୍ୟା ଭାଟିଆ, ଶିକ୍ଷା ପାଣ୍ଡେ, ରାଧା ଯାଦବ, ତାରା ନରିସ ।

ଆରସିିବି ସ୍କ୍ବାର୍ଡ: ସ୍ମୃତି ମାନ୍ଧାନା, ସୋଫି ଡିବାଇନ, ଏଲିସା ପେରୀ, ହିଥର ନାଇଟ, ଏରିସ ବନ୍ସ/ଡେନ ବେନ ନିକର୍କ, ରିଚା ଘୋଷ, କନିକା ଆହୁଜା, ଶ୍ରୀୟଙ୍କା ପାଟିଲ, ରେଣୁକା ସିଂ, କୋମଲ ଜଜାଦ, ସହାନା ପାୱାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.