ହାଇଦ୍ରାବାଦ: ଅଷ୍ଟ୍ରେଲିଆ କ୍ରିକେଟର, ଭେଟେରାନ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନିଜର ଅବସର ତାରିଖ ଘୋଷଣା କରିଛନ୍ତି । ଏନେଇ ଆଇସିସି (International Cricket Council) ନିଜ ଟ୍ବିଟର୍ ହ୍ୟାଣ୍ଡେଲରେ ସୂଚନା ଦେଇଛି । ଜାନୁଆରୀ ୨୦୨୪ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ ବୋଲି ୱାର୍ଣ୍ଣର କହିଛନ୍ତି । ଏହା ପୂର୍ବରୁ ୱାର୍ଣ୍ଣର ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ମ୍ୟାଚ୍ ଓ ଆସେସ୍ ସିରିଜ୍ ଖେଳିବେ । ଜାନୁଆରୀ ୨୦୨୪ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ । ଏହି ସିରିଜରେ ୱାର୍ଣ୍ଣର ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ ବୋଲି ଆଇସିସି ଟ୍ବିଟ୍ କରି ସୂଚନା ଦେଇଛି । ତେବେ ୱାର୍ଣ୍ଣର ନିଜେ ଏନେଇ କୌଣସି ଘୋଷଣା କରି ନାହାନ୍ତି ।
-
Some shock news from the Australia camp on Saturday 👀 #WTC23 | Details 👇https://t.co/Vwhrx6HcQg
— ICC (@ICC) June 3, 2023 " class="align-text-top noRightClick twitterSection" data="
">Some shock news from the Australia camp on Saturday 👀 #WTC23 | Details 👇https://t.co/Vwhrx6HcQg
— ICC (@ICC) June 3, 2023Some shock news from the Australia camp on Saturday 👀 #WTC23 | Details 👇https://t.co/Vwhrx6HcQg
— ICC (@ICC) June 3, 2023
ବର୍ତ୍ତମାନ ଡେଭଡ୍ ୱାର୍ଣ୍ଣର ଇଂଲଣ୍ଡରେ ଅଛନ୍ତି । ଭାରତ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଖେଳିବ ଅଷ୍ଟ୍ରେଲିଆ । ଏହି ହାଇ ପ୍ରୋଫାଇଲ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ସ୍କ୍ବାଡ୍ରେ ୱାର୍ଣ୍ଣର ସାମିଲ ରହିଛନ୍ତି ଏବଂ ଏଥିପାଇଁ ସେ ପ୍ରସ୍ତୁତ ମଧ୍ୟ ହେଉଛନ୍ତି । ଏହା ପରେ ଜୁନ୍ ୧୬ରୁ ଇଂଲଣ୍ଡ ବିପକ୍ଷରେ ଆସେସ୍ ସିରିଜରେ ମଧ୍ୟ ଖେଳିବେ ୱାର୍ଣ୍ଣର । ଆଇସିସି ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ, ୱାର୍ଣ୍ଣର ଟେଷ୍ଟରୁ ଅବସର ନେବା ବିଷୟରେ କହିଛନ୍ତି । ହେଲେ ଏବେ ପର୍ଯ୍ୟନ୍ତ ନିଜେ ଡେଭିଡ୍ ୱାର୍ଣ୍ଣର ଟେଷ୍ଟରୁ ନିଜର ଅବସର ସମ୍ବନ୍ଧରେ କୌଣସି ସୂଚନା ଦେଇ ନାହାନ୍ତି ।
ଅଷ୍ଟ୍ରେଲିଆର ଏହି ଭେଟେରାନ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣରଙ୍କ ଟେଷ୍ଟ୍ କ୍ରିକେଟ କ୍ୟାରିୟର ଉପରେ ଯଦି ନଜର ପକାଇବା, ତେବେ ଏବେ ପର୍ଯ୍ୟନ୍ତ ସେ ସମୁଦାୟ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏଥିରୁ ସେ ୧୮୭ ଇନିଂସ୍ ଖେଳିଥିବା ବେଳେ ୭୧.୦୪ ଷ୍ଟ୍ରାଇକ୍ ରେଟ୍ରେ ୮,୧୫୮ ବ୍ୟକ୍ତିଗତ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ୱାର୍ଣ୍ଣର ୩୪ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨୫ଟି ଶତକ ଏବଂ ୩ଟି ଦ୍ବିଶତକ ହାସଲ କରିଛନ୍ତି । ୱାର୍ଣ୍ଣର ଟେଷ୍ଟ କ୍ରିକେଟ୍ରେ ୯୬୨ ଚୌକା ଓ ୬୪ ଛକା ମଧ୍ୟ ଯୋଡ଼ିଛନ୍ତି । ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ୱାର୍ଣ୍ଣରଙ୍କର ସବୁଠାରୁ ବଡ଼ ବ୍ୟକ୍ତିଗତ ସ୍କୋର ହେଉଛି ୩୩୫ ରନ୍ । ସେ ଭାରତ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ସମେତ ଟେଷ୍ଟ୍ରେ ବିଶ୍ବର ଅନେକ ବଡ଼ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ