ନୂଆଦିଲ୍ଲୀ: ଆଇପିଏଲର 27ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା । ପରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ସିଏସକେ । ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 218 ରନ୍ ସଂଗ୍ରହ କରିଛି ଦଳ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 219 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ ମାତ୍ର 27 ବଲ୍ରୁ ଅବିଶ୍ବସନୀୟ 72 ରନ୍ର ଇଂନିସ ଖେଳିଛନ୍ତି । ରାୟୁଡୁଙ୍କ ଏହି ମାରାଥନ ଇଂନିସରେ 4ଟି ଚୌକା ଓ 7ଟି ଛକା ସାମିଲ ରହିଛି । ମ୍ୟାଚର 12ତମ ଓଭରରେ ସୁରେଶ ରାଇନା ଶେଷ ସିଏସକେ ବ୍ୟାଟ୍ସମ୍ୟାନ ଭାବେ ଦଳୀୟ ସ୍କୋର 116-4ରେ ଆଉଟ୍ ହୋଇଥିଲେ । ତେବେ ଏହାପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ରାୟୁଡୁ, ଚେନ୍ନାଇର ସ୍କୋର 200 ପାର୍ କରାଇଥିଲେ । ପ୍ରାୟ ସମସ୍ତ ମୁମ୍ବାଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଫାପ୍ ଡୁପ୍ଲେସିସ ମଧ୍ୟ 28 ବଲ୍ରୁ 50 ଓ ମୋଇନ ଅଲୀ 36 ବଲ୍ରୁ 58 ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ ।
ମୁମ୍ବାଇ ପକ୍ଷରୁ ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଟ୍ରେଣ୍ଟ ବୋଲ୍ଟ 4 ଓଭରରେ 42 ଓ ଜଶପ୍ରୀତ ବୁମରା 4 ଓଭରରେ 56 ରନ୍ ବ୍ୟୟ କରିଥିଲେ । ଧାୱନ କୁଲକର୍ଣ୍ଣୀ ମଧ୍ୟ 48 ରନ୍ ବୟ କରିଛନ୍ତି । ତେବେ ଅଲରାଉଣ୍ଡର କିରଣ ପୋଲାର୍ଡ ମାତ୍ର ଦୁଇ ଓଭର ବୋଲିଂ କରି ଦୁଇଟି ୱିକେଟ ହାସଲ କରିବାରେ ସମର୍ଥ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ